ମୁଖ୍ୟ ଖବର

ବଠିଣ୍ଡା ସେନା ଘାଟିରେ ଗୁଳି ମାରିହୋଇ ଜୀବନ ହାରିଲେ ସେନା ଯବାନ

ନୂଆଦିଲ୍ଲୀ: ପଞ୍ଜାବର ବଠିଣ୍ଡାରେ ଥିବା ସେନା ଘାଟିରେ ଜଣେ ଯବାନ ଗୁଳି ମାରିହୋଇ ଜୀବନ ହାରିଥିବା କଥା ଆଜି ଭାରତୀୟ ସେନା କହିଛି।

କିନ୍ତୁ, ଆଜିର ଘଟଣା ସହିତ ଗତକାଲି ଗୁଳିକାଣ୍ଡ ଯୋଗୁଁ  ୪ଜଣ ଯବାନଙ୍କ ମୃତ୍ୟୁ ଘଟଣାର କୌଣସି ସମ୍ବନ୍ଧ ନାହିଁ ବୋଲି ସେନା ସ୍ପଷ୍ଟ କରି ଦେଇଛି।

ଜୀବନ ହରାଇଥିବା ଯବାନଜଣକ ହେଉଛନ୍ତି ଲଘୁରାଜ ଶଙ୍କର ଏବଂ ତାଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହେବ। ସେ ଡିୟୁଟିର ଥିବା ବେଳେ ନିଜ ରାଇଫଲ୍‌ରୁ ଗୁଳି ମାରିହୋଇ ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଗୁଳି ତାଙ୍କ କପାଳରେ ବାଜିଥିଲା। ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ସେନା ହସ୍ପିଟାଲ୍‌କୁ ନିଆଯାଇଥିଲା କିନ୍ତୁ, ସେଠାରେ ତାଙ୍କର ମୃତ୍ୟୁ ଘଟିଲା।

ଏ ସଂକ୍ରାନ୍ତରେ ଜାରି ପ୍ରେସ୍‌ ବିବୃତିରେ ସେନା କହିଛି: ବୁଧବାର ଅପରାହ୍ଣ ୪.୩୦ରେ ଗୁଳିକାଣ୍ଡ ଘଟଣା ଘଟିଛି। ସର୍ଭିସ୍‌ ରାଇଫଲ୍‌ ଧରି ଉକ୍ତ ଯବାନ ‘ସେଣ୍ଟ୍ରି ଡିୟୁଟି’ କରୁଥିଲେ। ତାଙ୍କ ଶବ ପାଖରୁ ଉକ୍ତ ରାଇଫଲ୍‌ ଓ ଗୁଳିର କ୍ୟାଟ୍ରିଜ୍‌ ଉଦ୍ଧାର କରାଯାଇଛି। ୨୦୨୩ ଏପ୍ରିଲ୍‌ ୧୧ ତାରିଖ ଦିନ ସେ ଛୁଟିରୁ ଫେରିଥିଲେ। ମାମଲାଟି ଆତ୍ମହତ୍ୟା ଉଦ୍ୟମ ପରି ମନେହେଉଛି।

ଉଲ୍ଲେଖଯୋଗ୍ୟ, ବୁଧବାର ପ୍ରତ୍ୟୁଷରେ ବଠିଣ୍ଡା ସେନା ଘାଟିରେ ଗୁଳିକାଣ୍ଡ ଘଟି ୪ଜଣ ଯବାନଙ୍କର ମୃତ୍ୟୁ ଘଟିଥିଲା। ଘଟଣା ଘଟିବା ବେଳେ ସେମାନେ ଶୋଇଥିଲେ ବୋଲି ମନେ ହେଉଛି। ଏହି ମାମଲାରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଜଣକ କହିଛନ୍ତି ଯେ, ଅଜ୍ଞାତ ଆତତାୟୀମାନେ କୁର୍ତ୍ତାପାଇଜାମା ପିନ୍ଧି ଆକ୍ରମଣସ୍ଥଳୀ ନିକଟରେ ବୁଲାବୁଲି କରୁଥିଲେ। ସେମାନଙ୍କ ମଧ୍ୟରୁ ଜେଣ ଗୋଟାଏ ‘ଇନ୍‌ସାସ୍‌’ ରାଇଫଲ୍‌ ଓ ଆରଜଣକ ଟାଙ୍ଗିଆଟିଏ ଧରିଥିଲେ।

Leave a Reply

Your email address will not be published. Required fields are marked *