ରାଜ୍ୟ

ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ ପକ୍ଷରୁ ସୁକିନ୍ଦାର ଦୁଇଟି କଲେଜକୁ ଲାଇବ୍ରେରୀ ଗୃହ ଉତ୍ସର୍ଗ l

ମାନ୍ୟବର ଗ୍ରାମ୍ୟ ଉନ୍ନଯନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତୀରଞ୍ଜନ ପଦାଇଙ୍କ ଦ୍ବାରା ଉଦ୍‌ଘାଟିତ)

ସୁକିନ୍ଦା / ଢ଼ୁବୁରୀ : – ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ ଫାଉଣ୍ଡେସନ ଯାଜପୁର ଜିଲ୍ଲା ଡୁବୁରୀରେ ଏକ ସର୍ବସାଧାରଣ ଶୌଚାଳୟ ଏବଂ ସୁକିନ୍ଦା କଲେଜ ଓ ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଲୟରେ ଦୁଇଟି
ଲାଇବ୍ରେରୀ ଗୃହକୁ ଉତ୍ସର୍ଗ କରିଛି ।
ଏହି କେନ୍ଦ୍ରଗୁଡ଼ିକୁ ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ବ୍ଲକର ଅଧ୍ୟକ୍ଷ
ଶ୍ରୀ ଦିବ୍ୟ ରଞ୍ଜନ ବରାଳ, ସୁକିନ୍ଦା ବ୍ଲକର ଉପାଧ୍ୟକ୍ଷ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଜତ, ଜୋନ-୯ର ଜିଲ୍ଲା ପରିଷଦ ଶ୍ରୀ ପ୍ରତାପ ପଟ୍ଟନାୟକ,ସୁକିନ୍ଦାଗଡ଼ ର ସରପଞ୍ଚ ଶ୍ରୀ ସ୍ବାଧୀନ ଦାସ, ଜୋନ-୩୭ର ଜିଲ୍ଲା ପରିଷଦ ଶ୍ରୀ ସାଧୁ ଚରଣ ତିୟୁ, ସଂସାଇଲୋ ସରପଞ୍ଚ ଶ୍ରୀ ମନମୋହନ ବାନରା, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ ହେଜ୍ ଆଲେନ୍ ଜୋସେଫ୍ ଓ କମ୍ୟୁନିଟିର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।
ଟିଏସଏଫ୍ ଦ୍ଵାରା ନିର୍ମିତ ସର୍ବସାଧାରଣ ଶୌଚାଳୟରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଅଲଗା ବିଭାଗ ଏବଂ ଭିନ୍ନକ୍ଷମ ପୁରୁଷ ଓ
ମହିଳାମାନଙ୍କ ପାଇଁ ପୃଥକ ଚୌଚାଳୟ ରହିଛି । ସର୍ବସାଧାରଣ ଶୌଚାଳୟ ଆଗରେ ୱାଟର ଅଟୋମେଟେଡ୍‌ ଟେଲର୍ ମେସିନ୍ (ଏଟିଏମ୍)
ଲଗାଯାଇଛି, ଯାହା ଯାତ୍ରୀମାନଙ୍କୁ ଉଭୟ ସାଧାରଣ ଏବଂ ଥଣ୍ଡା ପାଣି ବିତରଣ କରିବ । ଏହା ବ୍ୟତୀତ ମହିଳା ଶୌଚାଳୟରେ ଏନ ସାନିଟାରୀ ପ୍ୟାଡ୍ ୟୁନିଟ୍ ମଧ୍ୟ ରହିଛି । ଏହି ସାର୍ବଜନୀନ ଶୌଚାଳୟ ‘ଡୁବୁରୀ ଚାମ୍ବର ଅପ୍ କମର୍ସ’ ଦ୍ବାରା ପରିଚାଳିତ ହେବ ।ଦୁଇଟି ଲାଇବ୍ରେରୀ ବ୍ଲକ, ଗୋଟିଏ ସୁକିନ୍ଦା କଲେଜ ଏବଂ ଅନ୍ୟଟି ହରିପୁର ସ୍ଥିତ ଭାରତୀ ନିହାର ଡିଗ୍ରୀ ମହାବିଦ୍ୟାଳୟରେ ହିଦ୍‌ଘାଟନ
କରାଯାଇଥିଲା l ଯାହାକି ଟିଏସଏଫ୍ ଦ୍ଵାରା ନିର୍ମିତ ଏହି ସଂପୂର୍ଣ ଲାଇବ୍ରେରୀଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ସ୍ତରରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖୁଛି ।
ସୁକିନ୍ଦା କଲେଜରେ ନିର୍ମିତ ଲାଇବ୍ରେରୀ ବ୍ଳକ ୧୪୦୦ରୁ ଅଧ୍ଵ ଛାତ୍ରଛାତ୍ରୀଙ୍କୁ କଳା, ବିଜ୍ଞାନ ଏବଂ ଦାଣିଜ୍ୟ ପାଠ୍ୟକ୍ରମ ପାଇଁ ସାହାଯ୍ୟ କରିବ | ସୂଚନାଯୋଗ୍ୟ ଯେ ସୁକିନ୍ଦା ଏବଂ ଦାନଗଦୀ ବ୍ଳକର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଢିବା ପାଇଁ ଏହି ଅନୁଷ୍ଠାନ ବହୁତ ସହାୟକ ଯୋଗାଇଥାଏ ।
ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଳୟରେ ନିର୍ମିତ ଲାଇବ୍ରେରୀ ବ୍ଲକ ଦ୍ଵାରା ୧୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ଓ
କଳା ଏବଂ ଯୁକ୍ତ ତିନି ଆର୍ଟ ଷ୍ଟିମ ବିଭାଗରେ ଲାଭବାନ ହେବେ ।
କଳିଙ୍ଗ ନଗର ଏବଂ ଏହାର ଆଖପାଖରେ ରହୁଥିବା ଲୋକଙ୍କ ସାମଗ୍ରିକ ବିକାଶ ଓ ଭିତିଭୂମି ବିକାଶରେ ଟାଟା ଷ୍ଟିଲ ଫାଉଣ୍ଡେସନ ସକ୍ରିୟ ଭାବେ ଜନ୍ମିତ ହୋଇ ରହିଛି l (ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)

Leave a Reply

Your email address will not be published. Required fields are marked *