ଚିକିଟି ଅଞ୍ଚଳରୁ ୧୨ ଫୁଟର ଅହିରାଜ ଉଦ୍ଧାର
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଚିକିଟିପେଣ୍ଠ କରୁଆଲୁଆ ନିକଟରୁ ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ସୂଚନା ମୁତାବକ କରୂଆଲୁଆ ଦକ ପୋଖରୀ ନିକଟରେ ଏକ ବିରାଟକାୟ ସାପକୁ ଦେଖିଥିଲେ ଉକ୍ତ ପୋଖରୀକୁ ଶୌଚ ହେବାପାଇଁ ଯିବା ସମୟରେ ଦେଖିଥିଲେ। ଏହାପରେ ସାପଟିକୁ ଉଦ୍ଧାର କରିବା ପାଇଁ ବନ କର୍ମଚାରୀ ଓ ସର୍ପ ଉଦ୍ଧାରକାରୀ ମାନଙ୍କୁ ଯୋଗାଯୋଗ କରିଥିଲେ। ପରି ଶେଷରେ କେହି ନ ପହଞ୍ଚିବାରୁ ଉପସ୍ଥିତ ଲୋକେ କୌଶଳକ୍ରମେ ସାପଟିକୁ କାବୁ କରିଥିଲେ। ଏହାପରେ ସ୍ଥାନୀୟ ବନପାଳଙ୍କ କାର୍ଯ୍ୟାଳୟ କୁ ଯାଇ ସାପଟିକୁ ବନ ବିଭାଗ କୁ ହସ୍ତାନ୍ତର କରିଥିଲେ। ଉଦ୍ଧାର ସାପଟିର ଲମ୍ବ ୧୨ ଫୁଟ ରହିଥିବା ବେଳେ ତାହାର ସ୍ବାସ୍ଥ୍ୟ ଯାଞ୍ଚ କରି ସାରିବା ପରେ ସଂରକ୍ଷିତ ଜଙ୍ଗଲରେ ଛଡା ଯାଇଥିବା ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି ।