ରାମଚରିତ ମାନସ, ପାରାୟଣ ଓ ହନୁମାନ ଚାଳିଶା ପାଠୋତ୍ସବ
ବ୍ରହ୍ମପୁର ତା:୧୪/୪/୨୦୨୩(ଶୁକ୍ରବାର) ବ୍ରହ୍ମା ନଗରସ୍ଥିତ ହନୁମାନ ମନ୍ଦିର ପରିସରରେ ” ମନ୍ଦିର ପରିଚାଳନା କମିଟି” ତରଫରୁ ଗତ ଶ୍ରୀରାମ ନବମୀ ଠାରୁ ଗତକାଲି ଯାଏ ( ତା:୩୦/୩/୨୦୨୩-୧୩/୪/୨୩) ରାମଚରିତ ମାନସ ପାରାୟଣ, ପନ୍ଦର ଦିନଧରି ସମୁହ ଗାନ କରାଯାଇଥିଲା ଓ ଆଜି (୧୪/୪/୨୩) କାର୍ଯ୍ୟ କ୍ରମର ଶେଷ ଦିବସରେ ହନୁମାନ ଜୟନ୍ତି ପାଳନ ତଥା ୧୦୮ ହନୁମାନ ଚାଳିଶା ପାଠ ସହ ପୂଜାର୍ଚ୍ଚନା କରାଯାଇ ସମସ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା।
ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇ ବହୁ ଆନନ୍ଦ ଉତ୍ସାହର ସହ ଭାଗ ନେଇଥିବା ଉକ୍ତ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଯୁକ୍ତ ସୁରେନ୍ଦ୍ର ପାଢି ପରିଚାଳନା ଗତ ନେତୃତ୍ୱ ନେଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷା ପ୍ରଶାସକ ଶ୍ରୀଯୁକ୍ତ ରାମନାଥ ଦାସ ନ୍ୟାସ/ପୌରହିତ୍ୟ କରିଥିଲେ। ଏଥିରେ ଯୋଗଦେଇ ଥିବା ଅନ୍ୟ ଅନେକ ବ୍ୟତୀତ ସର୍ବଶ୍ରୀ ବଂଶିଧର ପାଢି, ଲିଙ୍ଗରାଜ ଚୌଧୁରୀ, ଲିଙ୍ଗରାଜ ସାବତ ,ଡଃ.ନଳିନି ପ୍ରଭା ଦେବୀ,ସ୍ୱଧିନା ପାତ୍ର,ଗୀତା ରାଣୀ ପଟ୍ଟନାୟକ, ଜମ୍ବୁବତି ଗୌଡ, ପ୍ରତିମା ଦାଶ୍, ସବିତା ତ୍ରିପାଠୀ, ବାସନ୍ତି ମିଶ୍ର, ଶାନ୍ତି ଲତା ପାତ୍ର,ସୁଯାତା ଦାସ୍ ଓ ମିରା ଭଉଣି ଇତ୍ୟାଦି ସକ୍ରୀୟ ଅଂଶ ଗ୍ରହଣ କରିଥିବା ବେଳେ ଆଦିତ୍ୟ ବାହିନୀ ର ଦକ୍ଷୀଣ ଓଡ଼ିଶା ପ୍ରମୁଖ ଉମା ଶଙ୍କର ପାଣି ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀଯୁକ୍ତ ହୀନ ବେହେରା, ସୁରେନ୍ଦ୍ର ପାଢି, ସ୍ଵାମୀ ଭୂବନା ନନ୍ଦ ଗିରି,ରାମନାଥ ଦାଶ୍ ଓ ଲିଙ୍ଗରାଜ ସାବତ ଙ୍କୁ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା। ହନୁମାନ ଜୟନ୍ତର ଅନ୍ତିମ ହୋମ ଜ୍ୟଜ୍ଞ ପୂଜାର୍ଚ୍ଚନା ରେ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ସ୍ୱାମୀ/ସ୍ତ୍ରୀ ପୌରହିତ୍ୟ କରି ସମାପନ କରିଥିଲେ।