ମହାବିଷୁବ ସଂକ୍ରାନ୍ତୀ ତଥା ହନୁମାନ ଜୟନ୍ତୀ ଅବସରରେ ପ୍ରଗତି ଟ୍ରଷ୍ଟ ପକ୍ଷରୁ ପଣା ବଂଟନ
ଭୁବନେଶ୍ୱର: ପବିତ୍ର ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ଏବଂ ମହାବୀରଙ୍କ ଜୟନ୍ତୀ ଅବସରରେ ସାରା ରାଜ୍ୟରେ ତଥା ଦେଶରେ ଧୁମଧାମରେ ପାଳନ କରାଯାଇଥିବାବାବେଳେ ଏହି ଅବସରରେ ରାଜଧାନୀ ଥିବା ସାମାଜିକ ଅନୁଷ୍ଠାନ ପ୍ରଗତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ସମ୍ମୁଖରେ ପଣା ବିତରଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଯୋଗଦେଇ ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଥିଲା । ଏହା ସକାଳ ୯ ଘଟିକା ଠାରୁ ଆରମ୍ଭ କରାଯାଇଥିବାବେଳେ ଦିନସାରା ଜାରି ରହିଥିଲା । ପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ପ୍ରସାଦ ସହ ନଡ଼ିଆ, ବେଲ, ଗୁଡ଼, ଛେନା ଏବଂ ଦହି ଆଦି ମିଶ୍ରିତ କରାଯାଇ ସୁସ୍ୱାଦୁ ପଣା ପ୍ରସ୍ତୁତ କରାଯାଇ ଭକ୍ତ ତଥା ସାଧାରଣ ଲୋକମାନଙ୍କୁ ବଂଟନ କରାଯାଇଥିଲା । ପବିତ୍ର ପଣା ସଂକ୍ରାନ୍ତି ଆମ ପରମ୍ପରା ଓ ସଂସ୍କୃତିର ଏକ ପ୍ରମୁଖ ପର୍ବ ଭାବେ ପରିଗଣିତ ହୋଇଥିବାବେଳେ ଏହାକୁ ଗୁରୁତ୍ୱ ଦେଇ ପ୍ରଗତି ଚାରିଟେବୁଲ ଟ୍ରଷ୍ଟ ପଣା ବଂଟନ ପରି ଏକ ମହତ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । ଆମ ସଂସ୍କୃତି ଓ ପରମ୍ପରାକୁ ଉଦ୍ୟିବିତ ରଖିବା ପାଇଁ ଏହା ଏକ ମାଧ୍ୟମ ହୋଇଥିବାରୁ ଆମ ଟ୍ରଷ୍ଟର ସମସ୍ତ ସଦସ୍ୟସଦସ୍ୟା ପଣା ବଂଟନ କାର୍ଯ୍ୟରେ ସାମିଲ ହୋଇଥିଲେ ବୋଲି ମ୍ୟାନେଜିଂ ଟ୍ରଷ୍ଟି ଗଦାଧର ବରାଳ କହିଛନ୍ତି । ସଦସ୍ୟ ପ୍ରଶାନ୍ତ ବିଦ୍ୟାଧର, ଶ୍ରୀକାନ୍ତ ପଣ୍ଡା, ଭାଇସ ପ୍ରେସିଡେଂଟ ସତ୍ୟ ସୁନ୍ଦର ପଣ୍ଡା, ଟ୍ରେଜରର ମୋତିଲାଲ ଦାସ ପ୍ରମୁଖ ଏହି ପବିତ୍ର କାର୍ଯ୍ୟରେ ସାମିଲ ହୋଇଥିବାବେଳେ ଏଥିରେ ସହଯୋଗ କରିଥିଲେ ସଦସ୍ୟ ରତିକାନ୍ତ ପାଢ଼ୀ, ସଦସ୍ୟା କୁମୁଦିନୀ ପଣ୍ଡା, ବନଜ୍ୟୋସ୍ନା ପାଢ଼ୀ, ସୁଜାତା ଦାଶ, ସଦସ୍ୟ ଭାବଗ୍ରାହୀ ଏବଂ ବୁଟୁ ବକସି ପ୍ରମୁଖ । ଏହି କାର୍ଯ୍ୟଟି ଆନନ୍ଦର ସହ ସଂପୂର୍ଣ୍ଣ ହୋଇପାରିଥିବାରୁ ଟ୍ରଷ୍ଟର ଫାଉଣ୍ଡର ଉମାଶଙ୍କର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।