୩୮୦ କର୍ମଚାରୀଙ୍କୁ ଛଟେଇ କଲା ‘ସ୍ବିଗି’: ମାତ୍ରାଧିକ କର୍ମଚାରୀ ନିଯୁକ୍ତ ହୋଇଥିଲେ ବୋଲି କ୍ଷମାମାଗି କହିଲେ ‘ସିଇଓ
ନୂଆଦିଲ୍ଲୀ: ସଦ୍ୟତମ ଛଟେଇ ପ୍ରକ୍ରିୟାର ଅଂଶବିଶେଷ ଭାବେ ୩୮୦ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା କଥା ‘ସ୍ବିଗି’ ଘୋଷଣା କରିଛି।
ଶହ ଶହ କର୍ମଚାରୀଙ୍କ ଛଟେଇ କରିବା ନିମନ୍ତେ ‘ସ୍ବିଗି’ର ଯୋଜନା ବିଷୟରେ ମଧ୍ୟ ପ୍ରଭାବିତ କର୍ମଚାରୀମାନଙ୍କୁ ଇ-ମେଲ୍ ଜରିଆରେ ଅବଗତ କରାଇ ଦିଆଯାଇଛି।
ସେ କହିଛନ୍ତି, କମ୍ପାନିର ପୁନର୍ବିନ୍ୟାସ କରିବାକୁ ଯାଇ ଆମେ ଆମ ଟିମ୍ର ଆକାର ଛୋଟେଇବା ଭଳି କଠିନ ନିଷ୍ପତ୍ତି ଲାଗୁ କରିଛୁ। ଏହି ପ୍ରକ୍ରିୟାରେ ଆମେ ୩୮୦ଜଣ ଦକ୍ଷ ‘ସ୍ବିଗିଷ୍ଟର୍’ମାନଙ୍କୁ ସବୁଦିନ ପାଇଁ ବିଦାୟ ଦେବୁ। ସବୁ ବିକଳ୍ପ ବ୍ୟବସ୍ଥା ଉପରେ ତର୍ଜମା କରାଯିବା ପରେ ଏଭଳି କଠିନ ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିଲା। ଆପଣମାନଙ୍କୁ ବିଦାୟ ନେବାକୁ ପଡୁଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ।
ଉଲ୍ଲେଖଯୋଗ୍ୟ, କର୍ମଚାରୀ ଛଟେଇ କରିବାର କାରଣ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ‘ସ୍ବିଗି’ କହିଛି ଯେ, ‘ଫୁଡ୍ ଡେଲିଭରି’ର ଅଭିବୃଦ୍ଧି ହାର ଯଥେଷ୍ଟ ହ୍ରାସ ପାଇଥିବାରୁ କମ୍ ଲାଭ ମିଳିବା ସହିତ ଆୟ ମଧ୍ୟ ହ୍ରାସ ପାଇଛି। କିନ୍ତୁ, ଏଭଳି ପରିସ୍ଥିତିରେ ତିଷ୍ଠି ରହିବା ପାଇଁ କମ୍ପାନିର ଯଥେଷ୍ଟ ସମ୍ବଳ ରହିଛି। ମାତ୍ରାଧିକ କର୍ମଚାରୀ ନିଯୁକ୍ତି ଛଟେଇର କାରଣ ବୋଲି କମ୍ପାନି କହିଛି।