ବର୍ଣ୍ଣାଳୀ ତାଲିମ ଶିବିର ଉଦଯାପିତ
ଓଡ଼ଗାଁ :
:ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ଅଧୀନରେ ଥିବା ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଜବହାରଲାଲ ସରକାରୀ ଉଚ୍ଚବିଦ୍ୟାଳୟ,ନନ୍ଦିଘୋର ଠାରେ ଗତ ତିନି ଦିନ ଧରି ଚାଲିଥିବା ବର୍ଣ୍ଣାଳୀ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କିଶୋର ସାହୁ ଉଦଘାଟନ କରିଥିବା ବେଳେ ସାଧନକର୍ମୀ ଭାବେ ରଞ୍ଜନ କୁମାର ଦାଶ,ସୌଦାମିନୀ ମହାପାତ୍ର, ନିରୁପମା ସାହୁ ତାଲିମ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।ଜେଣ୍ଡର ଉପରେ ଗଣମାଧ୍ୟମର ପ୍ରଭାବ,ଜେଣ୍ଡର କୁ ନେଇ ଥିବା ଭେଦଭାବ ସମାନତା ମଧ୍ୟରେ ସଂଯୋଗ, ଓଡ଼ିଶା ର ଶିକ୍ଷା କ୍ଷେତ୍ରରେ ଜେଣ୍ଡର ସମସ୍ୟାକୁ ବୁଝିବା, ବାଲ୍ୟବିବାହ ଯୌତୁକପ୍ରଥା ଭଳି ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ୱାସ କୁ ଦୂରେଇବା ପାଇଁ ସଚେତନତା ସୃଷ୍ଟି କରିବା, ଶିକ୍ଷା କ୍ଷେତ୍ରରେ ସାମାଜିକ ବିଜ୍ଞାନ ଅଧ୍ୟାୟରେ ଜେଣ୍ଡର ଧାରଣା କୁ ପ୍ରୟୋଗ କରିବା, ଶିଶୁ ସୁରକ୍ଷା,ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ବାଳକ ବାଳିକା ମଧ୍ୟରେ ଜେଣ୍ଡର ଉପରେ ସମାନ ମନୋଭାବ ସୃଷ୍ଟି କରିବା,ପୁରୁଷ ମହିଳା, ଛାତ୍ର ଛାତ୍ରୀ ଙ୍କୁ ସମାଜରେ ସମାନ ଦୃଷ୍ଟିରେ ଦେଖିବା,ଜେଣ୍ଡର ଆଧାରିତ ହିଂସା କ’ଣ ଏହାର ସମାଧାନ ପାଇଁ ସରକାରଙ୍କ ତରଫରୁ କ’ଣ ବ୍ୟବସ୍ଥା ଅଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନାୟକ ତାଲିମ କାର୍ଯ୍ୟକ୍ରମ କୁ ଆସି ବିଭିନ୍ନ କଥା କହିଥିଲେ।ତାଲିମ କାର୍ଯ୍ୟକ୍ରମ ର ଅନ୍ତିମ ଦିବସରେ ତିନି ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ କୁ ପୁନରାଲୋଚନା କରାଯାଇ ଅନଲାଇନ ମାଧ୍ୟମରେ ଏକ ଆକଳନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରୁ ଯାହା ଜାଣିଲେ ସେ ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜର ମତାମତ ଦେବାସହିତ ବିଦ୍ୟାଳୟରେ ଓ ନିଜ ପରିବେଶରେ ଘଟୁଥିବା ଲିଙ୍ଗଗତ ବିଭେଦ କୁ ଦୂରେଇବାପାଇଁ ଶପଥ କରିଥିଲେ।ପରିଶେଷରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ ଉକ୍ତ ତାଲିମ କୁ କାର୍ଯ୍ୟ ରେ ପ୍ରୟୋଗ କରିବାକୁ କହିଥିଲେ ଏବଂ ଅଂଶଗ୍ରହଣକାରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ଦାଶ ସହଯୋଗ କରିଥିଲେ।