ବହୁ ପ୍ରତିକ୍ଷିତ ବାଲିଆ ପାଳ ଘାଟ ଓ ଚାରି ବାଟିଆ ଘାଟ ଠାରେ ପୋଲ ନିର୍ମାଣ ପାଇଁ ବାଟ ଫିଟିଲା*ବିଶ୍ଵ
ବ୍ୟାଙ୍କ ସହାୟତା ରେ ହେବ ୬୪ କୋଟି ୧୩ ଲକ୍ଷ ଟଙ୍କାର ପୋଲ ନିର୍ମାଣ**ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ। ବାସୁଦେବପୁର – ଭଦ୍ରକ ଜିଲ୍ଲା ରେ ପ୍ରବାହିତ ଚାନ୍ଦବାଲି ଓ ବାସୁଦେବପୁର ନିର୍ବାଚନ ମଣ୍ଡଳୀ କୁ ଭାଗ କରୁଥିବା ମନ୍ତେଇ ନଦୀ ଉପରେ ପୋଲ ନିର୍ମାଣ କୁ ନେଇ ଉଭୟ ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କ ର ଦୀର୍ଘ ଦିନ ର ଦାବି ରହି ଆସୁଥିଲା। ଉଭୟ ଚାରି ବାତିଆ ଓ ବାଲିଆ ପାଳ ଠାରେ ପୋଲ ନିର୍ମାଣ ପାଇଁ ଆର ଡି ବିଭାଗ ପକ୍ଷ ରୁ ବାରମ୍ବାର ଟେଣ୍ଡର କରାଯାଇଥିଲେ ମଧ୍ୟ ବ୍ୟୟ ବହୁଳ ଏହି ପୋଲ ନିର୍ମାଣ ପାଇଁ କୌଣସି କନ୍ ସ୍ତ୍ରସନ କମ୍ପାନୀ ରାଜି ନ ହେବା ଫଳ ରେ ସ୍ଥାନୀୟ ଜନ ସାଧାରଣ ଯିବା ଆସିବା ରେ ବହୁ ଅସୁବିଧା ର ସମ୍ମୁଖୀନ ହେବା ସହ ଡଙ୍ଗାରେ ଦୌଡ଼ି ଲଗାଇ ଘାଟ ପାରି ହେଉଥିଲେ। ଅନେକ ସମୟରେ ଡଙ୍ଗା ଓଲଟି ଧନ ସମ୍ପଦ ସହ ଜୀବନ ଉପରେ ବିପଦ ରହୁଛି। ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ତାହା ସାକାର ହୋଇ ପାରି ନ ଥିଲା। ଏ ନେଇ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ବିଧାନ ସଭା ରେ ଉଦବେଗ ପ୍ରକାଶ କରିବା ସହ କିପରି ପୋଲ ନିର୍ମାଣ ହୋଇପାରିବ ସେ ନେଇ ଚେଷ୍ଟା ଜାରି ରଖିଥିଲେ। ସବୁ କଳ୍ପନା ଜଳ୍ପନା ର ଅବସାନ ଘଟାଇ ଓଡ଼ିଶା ସରକାର ଙ୍କ ମୁଖ୍ୟ ଯନ୍ତ୍ରୀ (ସିବିଲ) ଙ୍କ ଚିଠି ନମ୍ୱର୍ ୧୫୫୯୯, ତା ୧୦/୦୪/୨୩ ରିଖ ଅନୁଯାୟୀ ପୋଲ ନିର୍ମାଣ ପାଇଁ ଏକ ଟେଣ୍ଡର ଆହୁତ କରାଯାଇଛି। ଉକ୍ତ ପ୍ରକଳ୍ପ କୁ ବିଶ୍ଵ ବ୍ୟାଙ୍କ ଆର୍ଥିକ ସହାୟତା ଦେବ ବୋଲି ଜଣା ଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ସମସ୍ତ ସୂଚନା ଦେବା ସହ ଜନ ସାଧାରଣ ଙ୍କ ଦୀର୍ଘ ଦିନ ର ଦାବି ପୁରଣ ହେଉ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।୨୨୨.୯୬ ମିଟର ର ଏହି ପୋଲ ନିର୍ମାଣ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୬୪କୋଟି ୧୩ଲକ୍ଷ ଟଙ୍କା ର ବ୍ୟୟ ବରାଦ କରାଯାଇଥିବା ବେଳେ ପୋଲ ନିର୍ମାଣ ପାଇଁ ସମ୍ପୂର୍ଣ ହେବାର ଅବଧି ୩୦ମାସ ରଖାଯାଇଛି। ଏହି ଟେଣ୍ଡର ପ୍ରକିୟା ଆରମ୍ଭ ହୋଇ ଟେଣ୍ଡର ଖୋଲାଯିବା ର ସମୟ ୨୩ ମେ ରଖା ଯାଇଛି।