ରାଜ୍ୟ

ଓଡିଆଙ୍କ ସ୍ବାଭିମାନକୁ ବଞ୍ଚାଇବା ପାଇଁ ଅନ୍ତର୍ଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନର ପ୍ରୟାସ :ବିଶ୍ବ ଓଡ଼ିଆ ସମ୍ମିଳନୀ ପ୍ରସ୍ତୁତି ବୈଠକ

ଦଳମତ, ସଂଗଠନ ଓ ଆଞ୍ଚଳିକ ଭେଦଭାବ ଭୁଲି ବିଶ୍ୱରେ ପ୍ରତି କୋଣରେ ଥିବା ସମସ୍ତ ଓଡିଶାବାସୀ ମିଳିମିଶି, ମାଟି ମା ମାତୃଭାଷା ନିମନ୍ତେ କାର୍ଯ୍ୟ କଲେ ବିଶ୍ଵ ଦରବାରରେ ଓଡିଶା ସ୍ଵତନ୍ତ୍ର ପରିଚିତି ସୃଷ୍ଟି କରିପାରିବ। ଓଡ଼ିଶାରେ ସମସ୍ତ ପ୍ରକାର ପ୍ରାକୃତିକ ଓ କୃଷି ସମ୍ପଦ, ପର୍ଯ୍ୟଟନ ସ୍ଥଳୀ,ମାନବ ସମ୍ବଳ ଭରପୂର୍ ରହିଥିବା ବେଳେ ଉପଯୁକ୍ତ ବିନିଯୋଗ ହୋଇ ପାରୁନଥିବା ବେଳେ, ଏ ସବୁର ଲାଭବାନ ହେଉଛନ୍ତି ବାହାର ରାଜ୍ୟ। ଅନ୍ୟ ପକ୍ଷରେ ଓଡ଼ିଶା ର ସାହିତ୍ୟ, ସଂସ୍କୃତି, କୁଟୀର ଶିଳ୍ପ ପାରମ୍ପାରିକ ଶୈଳୀ କୁ ଦେଶ ଓ ଦେଶ ବାହାରେ ଆଦୃତ ହେଉଥିବା ବେଳେ, ଏ ସବୁକୁ ଉପଯୁକ୍ତ ପ୍ରୋତ୍ସାହନ ଅଭାବ ରହିଛି। ଦେଶ ଓ ଦେଶ ବାହାରେ ଓଡ଼ିଆ ମାନେ ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ସୁନାମ ଅର୍ଜନ କରିଥିବା ବେଳେ ମାଟି ମା ମାତୃଭାଷା ପ୍ରତି ଅନେଙ୍କକ ଆନ୍ତରିକତା ଅଭାବ ରହୁଥିବା ପରିତାପର ବିଷୟ। ବିଶ୍ଵ ଦରବାରରେ ଓଡିଶା ର ସ୍ଵତନ୍ତ୍ର ପରିଚିତ ସୃଷ୍ଟି ନିମନ୍ତେ ଏହାର ପ୍ରାକୃତିକ,କୃଷି ସମ୍ପଦ ଓ ମାନବ ସମ୍ବଳକୁ ଆନ୍ତରିକତା ର ସହ ଉପଯୁକ୍ତ ବିନିଯୋଗ କରି, ଓଡ଼ିଶାର ଅର୍ଥନୀତିର ବିକାଶ କରିବାକୁ ପଡ଼ିବ ବୋଲି ‘ ଆଲୋଚନା ଚକ୍ର ରେ ବିଭିନ୍ନ ଓଡ଼ିଆ ସଂଗଠନ, ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଥିଲେ।
ଓଡିଶା ର ରେଳପଥ ବୃଦ୍ଧି ସହ ଉପାନ୍ତ ଅଞ୍ଚଳକୁ ରେଳ ସଂଯୋଗ କରିବା, କୃଷି ଓ ପର୍ଯ୍ୟଟନ ପ୍ରତି ଗୁରୁତ୍ଵ ଦେବା, ଭୁବେଶ୍ବର ରୁ ଭ।ୟା କୋଣାର୍କ ଦେଇ ପୁରୀ ମେଟ୍ରୋ ରେଳ ପ୍ରତିଷ୍ଠା କରିବା, ଭୁନେଶ୍ବର ବିମାନ ବନ୍ଦରରୁ ବିଭିନ୍ନ ଦେଶ କୁ ସିଧାସଳଖ ବିମାନ ଚଳାଚଳ କରିବା ସହ ରାଜ୍ୟରେ ଅଧିକ ଉଚ୍ଚକୋଟୀର ବିମାନ ବନ୍ଦର ପ୍ରତିଷ୍ଠା କରିବା, ରାଜ୍ୟରୁ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ସିଧାସଳଖ ଅଧିକ ଟ୍ରେନ ସଂଖ୍ୟା ବୃଦ୍ଧି କରିବା ଇତ୍ୟାଦି ମତ ବକ୍ତା ମାନେ ଉପସ୍ଥାପନ କରିବା ସହ ରାଜ୍ୟର ବିକାଶ ଧାରାକୁ ଆଗକୁ ନେବା ନିମନ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବା ନିମନ୍ତେ ଆଲୋଚନା ହୋଇଥିଲା।
ଏହି ପରିପଖି ରେ ଚଳିତ ବର୍ଷ ପ୍ରତିଷ୍ଠାନ ତରଫରୁ ବିଭିନ୍ନ ଓଡ଼ିଆ ଅନୁଷ୍ଠାନ ଓ ସରକାରଙ୍କ ସହୋଜୋଗରେ ପ୍ରଥମ ବିଶ୍ବ ଓଡ଼ିଆ ସ୍ଵାଭିମାନ ସମ୍ମିଳନୀ ମହା ସମାହାରରେ ଆୟୋଜନ ନେଇ ଆଲୋଚନା ହୋଇଥିଲା। ଅତିଶିଘ୍ର ବିଶ୍ଵ ସମ୍ମିଳନୀ ର ରୂପରେଖ ପ୍ରସୂତି କରାଯିବ ନେଇ ଆଲୋଚନା ହୋଇଥିଲା।
ପ୍ରତିଷ୍ଠାନ ର ମୁଖ୍ୟ ସଂଯୋକ ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତଙ୍କ ସଭାପତିତ୍ବ କରି ଓଡ଼ିଶାର ସ୍ୱାଭିମାନ,ସଂସ୍କୃତି, ପରମ୍ପରା, କୁଟୀର ଶିଳ୍ପ, ପର୍ଯ୍ୟଟନ ବିଶ୍ଵ ଦରବାରରେ ପ୍ରସିଦ୍ଧ ହେଲେ ଏହି ସବୁକୁ ଆହୁରି ବ୍ୟାପକ କରି ଓଡ଼ିଶାର ଅର୍ଥନୀତି କୁ ମଜୁବୁତ କରିବା ସହ ନିଜ ମାଟିରେ ଅର୍ଥରୋଜଗର କରିବା ଭଳି ବିଭିନ୍ନ ଶିଳ୍ପ ଓ ଯୋଜନା ସରକାରୀ ବେସରକାରୀ ମାଧ୍ୟମରେ ସୃଷ୍ଟି କରିବା ଉଚିତ। ଯାହା ଫଳରେ ଆମର ମାନବସମ୍ବଳ ଆମରି ରାଜ୍ୟ ବିକାଶରେ ଅଧିକ ବିନିଯୋଗ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ପ୍ରସାଶନିକ ଅଧିକାରୀ ଡ କୃଷ୍ଣ ଚନ୍ଦ୍ର ସାହୁ ଯୋଗଦେଇ ଓଡ଼ିଶାର ଅସ୍ମିତା ଉପରେ ଆଲୋକପାତ କରିଥିଲେ।-ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ ନୂଆଦିଲ୍ଲୀ ଓଡିଶା ଶାଖା ପକ୍ଷରୁ ମୁଖ୍ଯ ସଞ୍ଜୋଜକ ସୁଶାନ୍ତ କୁମାର ସାବତଙ୍କ ପୌରହିତ୍ଯ ରେ ୟୁନିଟ୍- ୯ ସ୍ଥିତ ବୁଦ୍ଧ ମନ୍ଦିର ଠାରେ ଏକ କାର୍ଯ୍ୟକାରୀ ବୈଠକ ଓଡ଼ିଆଙ୍କ ସ୍ବାଭିମାନକୁ ବଞ୍ଚାଇବା ପାଇଁ ସବୁ ସ୍ତରରେ ପ୍ରୟାସ ଜାରୀ ରହିବା ଜରୁରୀ ବୋଲି ଅତିଥି ମାନେ ବକ୍ତବ୍ଯ ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ବିଶିଷ୍ଠ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରଶନ୍ନ ପଟ୍ଟନାୟକ, ଓଡିଶାର ପ୍ରାକ୍ତନ ଅର୍ଥମନ୍ତ୍ରୀ ଡ. ପଞ୍ଚାନନ କାନୁନଗୋ, ପୁର୍ବତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ, କବି ଜୟନ୍ତୀ ପଢିଆରୀ, ଉତ୍କଳ ସମ୍ମିଳନୀ ସଭାପତି ଡ.ଅଦ୍ୟୈତ କୁମାର ପାତ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀ ଗୁରୁକଲ୍ୟ।ଣ ମହାପାତ୍ର, ଉତ୍କଳ ମେଇଲ୍ ମୁଖ୍ୟ ସମ୍ପାଦକ ଶ୍ରୀ ପୀତବାସ ମିଶ୍ର ପ୍ରମୁଖ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଓଡ଼ିଶା ର ଅସ୍ମିତା ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ ଅନ୍ୟ ମାନକ ମଧ୍ୟରେ ଶ୍ରୀମତୀ ସବିତା ସ୍ବାଇଁ,
କୈଳାସ ପ୍ରଧାନ, ସନ୍ତୋଷ ସେଠୀ,
ନୀଳମାଧବ ସାହୁ, ସୁକୁମାର ବିଶ୍ବାଳ, ପ୍ରଦିପ କୁମାର ରଥ, ସୂର୍ଯ୍ୟ ନାରାୟଣ ଜେନା, ସୂର୍ଯ୍ୟ ମଣି ମିଶ୍ର, କାଳି କିଙ୍କର ପଟ୍ଟନାୟକ, ଚିତ୍ତ ରଞ୍ଜନ ବେହରା, ଡ. ଅଜିତ୍ କୁମାର ପାତ୍ର, ଅମୁଲ୍ଯ କୁମାର ସ୍ବାଇଁ, ଇଂ. ପ୍ରଭାତ କୁମାର ଷଢଙ୍ଗୀ, ସୁବ୍ରତ କୁମାର ରଥ ପ୍ରମୁଖ ବିଶ୍ବ ଓଡ଼ିଆ ସମ୍ମିଳନୀ ସଂପର୍କରେ ପ୍ରସ୍ତାବ ରଖିଥିଲେ। ଓଡ଼ିଶା ଶଖା ସଚିବ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର , ଶ୍ରୀମତୀ ରାମେଶ୍ୱରି ନନ୍ଦ, ଶ୍ରୀମତୀ ସଂଯୁକ୍ତା ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶ୍ରୀମତୀ ବନ୍ଦିତା ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *