ରାଜ୍ୟ

ଗୁଜରାଟ ମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ ପାଇଁ ଆପ୍ ନେତା ଗୋପାଲ ଇଟାଲିଆ ଗିରଫ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଯୁଗ୍ମ ସମ୍ପାଦକ ଗୋପାଳ ଇଟାଲିଆଙ୍କୁ ସୋମବାର ସୁରଟ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଏକ ସାଧାରଣ ସଭାରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଛି ଇଟାଲିଆ । ଏହି ସାଧାରଣ ସଭାରେ ଇଟାଲିଆ ଗୁଜରାଟର ତତକାଳୀନ ଗୃହମନ୍ତ୍ରୀ ହର୍ଷ ସଙ୍ଗଭିଙ୍କୁ ଡ୍ରଗ୍ସ ସଙ୍ଗଭି ବୋଲି କହିଥିଲେ। ସେହି ସମୟରେ ମଧ୍ୟ ତାଙ୍କ ବୟାନକୁ ନେଇ ଅନେକ ହଇଚଇ ସୃଷ୍ଟି ହୋଇଥିଲା। ଏହି ବୟାନ ସାମ୍ନାକୁ ଆସିବା ପରେ ଇଟାଲିଆଙ୍କ ବିରୋଧରେ ଉମରା ଥାନାରେ ଅଭିଯୋଗ ହୋଇଥିଲା।

ଗୋପାଳ ଇଟାଲିଆ ଆମ୍ ଆଦମୀ ପାର୍ଟିର ଗୁଜୁରାଟ ୟୁନିଟର ସଭାପତି ଥିଲେ। ସେ ୨୦୨୨ ବିଧାନସଭା ନିର୍ବାଚନରେ ସୁରଟର କତାରଗାଓଁ ବିଧାନସଭା ଆସନରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ଗିରଫ ପରେ ଗୋପାଳ ଇଟାଲିଆଙ୍କୁ ଜାମିନ ମିଳିଯାଇଛି ।

ଗୁଜରାଟରେ ଇଟାଲିଆଙ୍କ ଗିରଫଦାରୀ କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ୍ କରିଛନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ଆମ୍ ଆଦମୀ ପାର୍ଟିକୁ କିପରି ନିପାତ କରାଯିବ ତାହା ଉପରେ ବିଜେପିର ଏବେ କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି। ଗୋଟିଏ ପରେ ଗୋଟିଏ ଏହି ଲୋକମାନେ ସମସ୍ତଙ୍କୁ ଜେଲରେ ପକାଇବେ । ଗୁଜରାଟରେ ଆମ୍ ଆଦମୀ ପାର୍ଟିର ଚମତ୍କାର ପ୍ରଦର୍ଶନକୁ ନେଇ ବିଜେପି ଏତେ ଅସନ୍ତୁଷ୍ଟ ଯେ ଏବେ ଆମ ଗୁଜରାଟ ନେତା ଗୋପାଳ ଇଟାଲିଆଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *