ରାଜ୍ୟ

ଆଦିବାସୀ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ବାଟବଣା

ମାଲକାନଗିରି Iତା:୧୭/୪
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସରକାରୀ ଉପ୍ରା ବିଦ୍ଯାଳୟ ପୂଜାରୀଗୁଡା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ I
ଦୀର୍ଘ ୪୨ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ବିଦ୍ଯାଳୟ ଯୋଗୁଁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ଯୟ I ରାଜ୍ଯ ସରକାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହିତ ପିଲାମାନଙ୍କୁ ସ୍କୁଲରେ ନାମ ଲେଖାଇବା,ଉନ୍ନତମାନର ଶିକ୍ଷା ପ୍ରଦାନ କରିବା,ସ୍ମାର୍ଟ ବିଦ୍ୟାଳୟ ପ୍ରତିଷ୍ଠା କରିବା ଆଜି ଯୋଜନା କରୁଥିବା ବେଳେ ପୂଜାରୀଗୁଡା ସରକାରୀ ଉପ୍ରା ବିଦ୍ଯାଳକୁ ଦେଖିଲେ ମନେ ହେବ ଗରିବ ଆଦିବାସୀ ପିଲାଙ୍କ ପ୍ରତି ଏକ ଉପେକ୍ଷା ସହ ଏକ ଉପହାସ ମାତ୍ର I
ଅନ୍ଯ ପକ୍ଷରେ ରାଜ୍ଯ ସରକାର ଶିକ୍ଷା କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିଛି ବ୍ଯତିକ୍ରମ I ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏମିତି ଅନେକ ବିଦ୍ୟାଳୟ ଅଛି ଯାହା କି ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି I ଯାହା କି ଗରିବ ଆଦିବାସୀ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି । କିନ୍ତୁ ଶିକ୍ଷା ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି I
ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ସରକାରୀ ଉପ୍ରା ବିଦ୍ୟାଳୟଟି ୪୨ ବର୍ଷ ତଳେ ସ୍ଥାପିତ ହୋଇଥିଲା ବେଳେ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି Iଏହି ଆଦିବାସୀ ଗ୍ରାମରେ ପ୍ରତିଷ୍ଠିତ ବିଦ୍ଯାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ଯନ୍ତ ପାଠ ପଢାଯାଉଥିବା ବେଳେ ମୋଟ ୮୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି I ଏହି ଆଠଟି ଶ୍ରେଣୀ ପାଇଁ କେବଳ ତିନି ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ଗୋଟିଏ ମାତ୍ର କ୍ଲାସ ରୁମ୍ ରହିଛି I ଏହା ଠାରୁ ଆଉ ବିଚିତ୍ର ବ୍ଯବସ୍ଥା କଣ ହୋଇ ପାରେ I ଗୋଟିଏ ମାତ୍ର କ୍ଲାସ ଗୃହରେ ସମସ୍ତଙ୍କୁ ଏକାଠି ବସେଇ ଶିକ୍ଷା ପ୍ରଦାନ କରାଯାଉଛି I ତେବେ ଶିକ୍ଷକମାନେ ପିଲାମାନଙ୍କୁ କିପରି ପାଠ ପଢ଼ାଉଥିବେ ଭବିବା ଉଚିତ I ପିଲାମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ହେଉଥିବାରୁ ଅଭିଭାବକ, ସ୍କୁଲ ପରିଚାଳନା କମିଟିବହୁବାର ଜିଲ୍ଲ ପ୍ରଶାସନର ଦଷ୍ଟି ଆକର୍ଷଣ କରିଛି I ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ଯ ସେମାନଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କରିବାର ନାହିଁ I
ଏଣେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ଯତ କେବଳ ମଧ୍ଯାହ୍ନ ଭୋଜନ ବ୍ଯବସ୍ଥାରେ ସୀମିତ ରହୁଥିବା ବେଳେ ଶିକ୍ଷା ଭଳି ଏକ ମୌଳି ଅଧିକାର ଏଠାରେ ବାଟବଣା ହୋଇ ପଡିଛି,ଯାହାକି ସଭ୍ଯ ସମାଜ ପାଇଁ ଲଜ୍ଜା ଓ ପରିତାର ବିଷୟ I

Leave a Reply

Your email address will not be published. Required fields are marked *