ଆଇପିଏଲ : ହାଇଦ୍ରାବାଦ ଆଗରେ ୧୯୩ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ
ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୨୫ତମ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୯୩ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।
ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ କାମେରୁନ ଗ୍ରୀନଙ୍କ ୬୪ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୯୨ ରନ କରିଥିଲା । ଗ୍ରୀନ ୪୦ଟି ବଲରେ ୨ ଛକା ଓ ୬ ଚୌକା ସହ ଏହି ୬୪ ରନ କରିଥିଲେ । ସେହିପରି ଇଶାନ କିଷନ ୩୮ ରନ କରିଥିବାବେଳେ ତିଲକ ବର୍ମା ୩୭ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୨୮ ରନ କରିଥିଲେ ।
ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜାନସେନ ୨ଟି ଓ୍ବିକେଟ ନେଇଥିବାବେଳେ ଭୁବନେଶ୍ବର କୁମାର ଓ ଟି.ନଟରାଜନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଚଳିତ ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟ ଉଭୟ ମୁମ୍ବାଇ ଓ ହାଇଦ୍ରାବାଦ ଦଳ ପାଇଁ ମିଶ୍ରିତ ଫଳ ଆଣିଛି । ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରି ୪ ପଏଣ୍ଟ ଲେଖାଏଁ ପାଇଛନ୍ତି । ଉଭୟ ଦଳର ରନରେଟ ମଧ୍ୟ ନକାରାତ୍ମକ ସ୍ତରରେ ରହିଛି ।