ବଜରଙ୍ଗଦଳ ଓ ବିଶ୍ୱହିନ୍ଦୁ ପରିଷଦ ବନ୍ଦ ଡାକରା ସଫଳ
…………………………………………………………….
ମାଲକାନଗିରି Iତା:୧୯/୪
ସମ୍ବଲପୁର ଠାରେ ଏକ ନିର୍ଦଷ୍ଟ ସଂପ୍ରଦାୟ ଦ୍ବାରା ହିନ୍ଦୁମାନଙ୍କ ଉପରେ ପଥରମାଡ ଓ ଆକ୍ରମଣକୁ ବିରୋଧ କରି ଆଜି ଓଡିଶାର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳକୁ ଜିଲ୍ଲାରେ ୧୨ଘଣ୍ଟିଆ ବନ୍ଦ ପାଇଁ ବଜରଙ୍ଗ ଦଳ ଏବଂ ବିଶ୍ବହିନ୍ଦୁ ପରିଷଦ ଡାକରା. ଦେଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହା ସଫଳ ହୋଇଛି।
ବନ୍ଦର ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ଯାନବାହନ ଚଳାଚଳ ମଧ୍ଯ ବାଧା ପ୍ରାପ୍ତ ହୋଇଥିଲା Iପ୍ଚଣ୍ଡ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଯାତ୍ରୀମାନେ ଗାଡି ନ ପାଇ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା Iମାଲକାନଗିରି ଜିଲ୍ଲାରେ ବଜରଙ୍ଗଦଳ ଓ ବିଶ୍ବହିନ୍ଦୁ ପରିଷଦର ଆହ୍ବାନ କ୍ରମେ ୧୨ ଘଣ୍ଟିଆ ବନ୍ଦର ପ୍ରଭାବ ଗୋବିନ୍ଦପଲ୍ଲୀ ଠାରୁ ମୋଟୁ ଏବଂ ମାଲକାନଗିରି ଠାରୁ ଚିତ୍ରକୋଣ୍ଡା ପର୍ଯ୍ଯନ୍ତ ପଡିଥିଲା I ପ୍ରକାଶ ଥାଉକି ଗତ ୧୨ ଓ ୧୪ ତାରିଖରେ ସମ୍ବଲପୁର ଜିଲ୍ଲାରେ ପାଳିତ ହେଉଥିବା ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଏକ ନିର୍ଦଷ୍ଟ ସମ୍ପ୍ରଦାୟର କିଛି ଅସାମାଜିକ ଯୁବକଙ୍କ ଦ୍ଵାରା ଟେକା ପଥର ମାଡ କରାଯାଇ ଶୋଭାଯାତ୍ରାକାରୀଙ୍କୁ ଆକ୍ରମଣ କରାଯାଇଥିଲା Iଏହି ଆକ୍ରମଣରେ ଶତାଧିକ ହନୁମାନ ଭକ୍ତ ଆହତ ହୋଇଥିବା ବେଳେ କିଛି ପୋଲିସ କର୍ମଚାରୀ ମଧ୍ୟ କ୍ଷତାକ୍ତ ହୋଇଥିଲେ। ଘଟଣାର ଘଟିବାର ଅବଧି ଆଜିକୁ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ ତରଫରୁ ଅପରାଧୀଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ଶେଷରେ ବାଧ୍ୟହୋଇ ରାଜ୍ୟର ୧୪ ଗୋଟି ଜିଲ୍ଲାରେ ଏହି ବନ୍ଦ ପାଳନ ଲାଗି ପଦକ୍ଷେପ ନିଆଯାଇଥିଲା I
ମାଲକାନଗିରି ସଦର ମହକୁମାର କଲେଜ ଛକ,ଡିଏନକେ ଛକ,ବସ ଷ୍ଟାଣ୍ଡ କେନାଲ ଛକ ଏବଂ ଆଇଏମଏସଟି ସ୍କୁଲ ଛକ ଠାରେ ବିଶ୍ବ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ଏବଂ ବିଜେପିର କର୍ମ କର୍ତ୍ତାମାନେ ପଥ ଅବରୋଧ କରି ବନ୍ଦକୁ ସଫଳ କରିଥିଲେ I
ଏହି ବନ୍ଦରେ ବିଶ୍ବ ହିନ୍ଦୁ ପରିଷଦ ସଭାପତି ତପନ ସାନା,ସାଧାରଣ ସଂପାଦକ ରମେଶ ମହାରଣା,ଜିଲ୍ଲା ସଂଗଠନ ମନ୍ତ୍ରୀ ଶବପଦ ମିର୍ଦ୍ଧା,ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବିଜୟ ନାୟକ,ସହ ସଂଯୋଜକ ସରୋଜ ଦଳାଇ, ବିଧାୟକ ଆଦିତ୍ଯ ମାଢି,ବିଜେପି ଜିଲ୍ଲା ସାଧାରଣ ସଂପାଦକ ମାନିକଲାଲ ଚକ୍ରବର୍ତ୍ତୀ,ବିଧାୟକ ପ୍ରତିନିଧି ନବଘନ ଲକେଇ,ପଛୁଆ ବର୍ଗ ଜିଲ୍ଲା ସଭାପତି ବିଜୟ ମହାରଣ ପ୍ରମୁଖ ନେତୃତ୍ବ ନେଇଥିଲେ I