ପୁରୁଷ ହକି ବିଶ୍ବକପ୍: ଜର୍ମାନି ୭-୨ ଗୋଲ୍ରେ କୋରିଆକୁ ହରାଇଲା
ରାଉରକେଲା: ପୁରୁଷ ହକି ବିଶ୍ବକପ୍-୨୦୨୩ର ଅନ୍ତିମ ପୁଲ୍ ମ୍ୟାଚ୍ରେ ଜର୍ମାନି ବିଜୟୀ ହୋଇଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ କୋରିଆକୁ ୭-୨ ଗୋଲ୍ରେ ପରାସ୍ତ କରିଛି। ଜର୍ମାନି ପକ୍ଷରୁ ୱେଲେନ୍ ନିକଲାସ ସର୍ବାଧିକ ୩ଟି ଗୋଲ୍ ଦେଇଥିଲେ। ସେ ୧, ୧୬ ଓ ୪୦ ମିନିଟରେ ଫିଲ୍ଡ ଗୋଲ୍ ଦେଇଥିଲେ। ସେହିପରି ଦଳର ପେଇଲେଟ୍ କୋଞ୍ଜାଲୋ, ୱିଗାଣ୍ଡ ଜଷ୍ଟସ, ଗ୍ରାମବୁସ ମେଥ୍ସ ଓ ଲୁଡିଂ ମୋର୍ତିଜ୍ ଯଥାକ୍ରମେ ୪୨, ୫୦, ୫୨ ଓ ୫୨ ମିନିଟରେ ଗୋଲ୍ ଦେଇଥିଲେ। କୋରିଆ ୧୪ ଓ ୫୯ ମିନିଟରେ ଗୋଲ୍ ଦେଇଥିଲା। ଜଙ୍ଗ ଜୋଙ୍ଗୟୁନ୍ଙ୍କ ଦ୍ବାରା ଏହା ପେନାଲ୍ଟି ଗୋଲ୍ ହୋଇଥିଲା।
ଏହା ପୂର୍ବରୁ ବେଲଜିୟମ୍ ଦମଦାର ପ୍ରଦର୍ଶନ କରିଥିଲା। ଜାପାନ ବିପକ୍ଷରେ ମ୍ୟାଚ୍ ବେଲଜିୟମ ବିଜୟ ହାସଲ କରିଥିଲା। ବେଲଜିୟମ ୭-୧ ଗୋଲ୍ରେ ଜାପାନକୁ ପରାସ୍ତ କରିଥିଲା। ବେଲଜିୟମ୍ ପକ୍ଷରୁ ବୋନ୍ ଟୋମ୍ ସର୍ବାଧିକ ୫ଟି ଗୋଲ୍ ଦେଇଥିଲେ। ସେ ୨୧, ୨୬, ୨୭, ୫୦ ଓ ୫୫ ମିନିଟରେ ଫିଲ୍ଡ ଗୋଲ୍ ଦେଇଥିଲେ। ସାଥୀ ଖେଳାଳି ଚାର୍ଲିଅର କେଡରିକ୍ ୧୭ ଓ ଡୋକିଅର ସେବାଷ୍ଟାଇନ୍ ୫୧ ମିନିଟରେ ଗୋଲ୍ ଦେଇଥିଲେ। ବିପରୀତ ଦଳ ଜାପାନ ମାତ୍ର ଗୋଟିଏ ଗୋଲ୍ ଦେଇଥିଲା। କୁକୁଦା କେଣ୍ଟାରୋ ୪୫ ମିନିଟରେ ଏକ ଫିଲ୍ଡ ଗୋଲ୍ ଦେଇଥିଲେ।