ରାଜ୍ୟ

ଅଜିତ ପଓ୍ବାର ଓ ଅନ୍ୟ ଏନସିପି ନେତା ବିଜେପିରେ ମିଶିଲେ ମେଣ୍ଟରୁ ଓହରିବୁ : ଏକନାଥ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ : ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ବିଜେପି ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ମଧ୍ୟରେ ମତଭେଦ ଦେଖାଦେଇଛି । ଦଳର ମୁଖପାତ୍ର ସଞ୍ଜୟ ଶିରସାତ୍ କହିଛନ୍ତି ଯେ,  ଯଦି ଭାରତୀୟ ଜନତା ପାର୍ଟି (ବିଜେପି) ସହ ହାତ ମିଳାନ୍ତି, ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ମହାରାଷ୍ଟ୍ରରେ ସରକାରରେ ସାମିଲ ହେବ ନାହିଁ ।

ଶିରସାତ୍ ମଙ୍ଗଳବାର ମୁମ୍ବାଇରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ଅନୁଭବ କରନ୍ତି ଯେ ଏନସିପି ସିଧାସଳଖ ବିଜେପି ସହ ହାତ ମିଳାଇବ ନାହିଁ। ଏଣୁ ଆମ ରଣନୀତି ସ୍ପଷ୍ଟ ରହିଛି। ଏନସିପି ହେଉଛି ସେହି ଦଳ ଯିଏ ଠକେଇ କରିଥାଏ । ଆମେ ଏନସିପି ସହ ମିଶି ଶାସନ କରିବୁ ନାହିଁ । ଯଦି ବିଜେପି ଏନସିପି ସହ ଯିବ ତେବେ ମହାରାଷ୍ଟ୍ର ଲୋକେ ଏହାକୁ ପସନ୍ଦ କରିବେ ନାହିଁ । ଆମେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲୁ କାରଣ ଲୋକମାନେ ଆମକୁ କଂଗ୍ରେସ ଏବଂ ଏନସିପି ସହିତ ରହିବାକୁ ପସନ୍ଦ କରୁନଥି

Leave a Reply

Your email address will not be published. Required fields are marked *