ମା,ମାଟି ଓ ମାତୃଭାଷା ପ୍ରତି ପ୍ରେମ କରିବା ଭଳି ପୁସ୍ତକ ପ୍ରକାଶିତ ହେବା ଆବଶ୍ୟକ।
ତ୍ରୟୋଦଶ ପୁସ୍ତକ ମେଳା ତୃତୀୟ ଦିବସ ରେ ଆହ୍ବାନ:ମୁଖ୍ୟ ସଂଯୋଜକ ଶ୍ରୀ ସୁଶାନ୍ତ ସାବତ
ଫୁଲବାଣୀ
ମା,ମାଟି ଓ ମାତୃଭାଷା ପ୍ରତି ପ୍ରେମ କରିବା ଭଳି ପୁସ୍ତକ ପ୍ରକାଶିତ ହେବା ଆବଶ୍ୟକ। ଓଡ଼ିଶା ର ଇତିହାସ, ପର୍ଯ୍ୟଟସ୍ଥଳୀ ସଂସ୍କୃତି, ପରମ୍ପରା ସହ ଓଡ଼ିଶା ର ବରପୁତ୍ର ଙ୍କ ଜୀବନୀ କୁ ଆଗାମୀ ପିଢି ଙ୍କ ପାଖ ରେ ପଞ୍ଚାଇବା ଗୁରୁ ଦାଇତ୍ୱ ଲେଖକ ଓ ପ୍ରକାଶ ଙ୍କ। ବିଶ୍ଵ ଠାକୁର ଶ୍ରୀ ଜଗନ୍ନାଥ ଙ୍କ ଅଶ୍ରିବଦ ରୁ ସାରା ବିଶ୍ବ କୁ ମାର୍ଗ ଦର୍ଶନ ଓଡ଼ିଶା ମାଟି ଦେୟୀ ପାରିବ। ଆମେ ଏକାଠି ହୋଇ କାର୍ଯ୍ୟ କରି ଆମ ସ୍ୱାଭିମାନ କୁ ବିଶ୍ଵ ଦରବାର ରେ ପରିଚିତି କରିବାର ସମୟ ଆସିଛି ବୋଲି ଆଜି ଫୁଲବାଣୀ ଠାରେ ତ୍ରୟୋଦଶ ପୁସ୍ତକ ମେଳା ତୃତୀୟ ଦିବସ ରେ ଆନ୍ତର୍ଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ, ନୂଆଦିଲ୍ଲୀ ର ମୁଖ୍ୟ ସଂଯୋଜକ ଶ୍ରୀ ସୁଶାନ୍ତ କୁମାର ସାବତ
ବନ ଜ୍ୟୋସ୍ନା ସାହିତ୍ୟ ସଂସଦ, ଫୁଲବାଣୀ ପକ୍ଷ ରୁ ଆୟୋଜିତ ପୁସ୍ତକ ମେଳା,ସାଂସ୍କୃତିକ ଉତ୍ସବ ଓ କବି ସମ୍ମିଳନୀ, ଆଲୋଚନା ଚକ୍ର ର ତୃତୀୟ ଦିବସ ରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ
ଶ୍ରୀ ଓମ ପ୍ରକାଶ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସନ୍ଧ୍ୟା ରେ ଶ୍ରୀ ବାସୁଦେବ ସାହୁକାର ଓ ଶ୍ରୀ ଗୋପାଳ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଡ କାହ୍ନୁ ଚରଣ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା ଓ ବସୋମନଥ ସାହୁ ଧନ୍ୟ ବାଦ ପ୍ରଦାନ କରିଥିଲେ। ୧୦୦ ରୁ ଉର୍ଦ୍ଧ ଷ୍ଟଲ୍ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଜନ ଆଦୃତ ହୋଇପାରିଛି।କାର୍ଯ୍ୟକ୍ରମକୁ ସ୍ଵାତୀ ତନୟା ଆଚାରୀ, ଆରତୀ ବେହେରା, ସୈଶିବ ସାହୁ, ଶ୍ରୀମତୀ ପ୍ରଣତି ତ୍ରିପାଠୀ, ବଂଶୀଧର ପଣ୍ଡା, ରଞ୍ଜିତ କୁମାର ଗିରି, ପ୍ରଦୀପ କୁମାର ସାହୁ,ପ୍ରଣୟ କୁମାର ସାମନ୍ତରାୟ, ଶଶୀଭୂଷଣ ରଥ, କଳ୍ପନା ରାଣୀ ପାତ୍ର,ଶ୍ରୀମତୀ ସସ୍ମିତା ସାହୁ, ସଂଜିଁବ କୁମାର ପାତ୍ର,ପ୍ରମୋଦ ସାହୁ, ସନ୍ତୋଷ ଦସ୍ଵ ଓ ଶ୍ରୀମତୀ ବିରଜିନି ମହାପାତ୍ର, କଳ୍ପନା ପାତ୍ର ଙ୍କ ସମେତ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ।