ରାଜ୍ୟ

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ବାର୍ଷିକ ଉତ୍ସବ! ବାସୁଦେବପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ଏକବିଂଶ ତମ

ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଏଥିରେ ଇଞ୍ଜିନିୟର ଶ୍ରୀ ଯୁକ୍ତ ମାଧବାନନ୍ଦ ମହାନ୍ତି ସଭାପତି ଦ୍ବାଇତ୍ୟ ତୁଲାଉଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସ୍ଥାପିତ ଥିବା ଧାମନଗର କଲେଜ ର ଅଧ୍ୟାପକ ତଥା ସାହିତ୍ୟିକ ଗାଳ୍ପିକ ଶ୍ରୀ ଯୁକ୍ତ ପବିତ୍ର ମୋହନ ପାଣିଗ୍ରାହୀ ମହୋଦୟ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଉପଦେଶ ମୂଳକ ଅଭିଭାଷଣ ଦେଇଥିଲେ। ଏବଂ ମୁଖ୍ୟ ଅତିଥି ଭାବେ ଉତ୍କଳ ଶିକ୍ଷା ପରିଷଦ ବାଲେଶ୍ଵର ମୁଖ୍ୟ କର୍ମକର୍ତ୍ତା ଶ୍ରୀ ଯୁକ୍ତ ଯୋଗେନ୍ଦ୍ର ଦାସ ମହୋଦୟ ଛାତ୍ର ଛାତ୍ରୀ ମାନଙ୍କ ମନରେ ପରିସ୍ଥିତି କୁ ଲକ୍ଷ କରି ବେସରକାରୀ ବିଦ୍ୟାଳୟ ମାନଙ୍କର ପାଠପଢ଼ା ଉପରେ ଗୁରୁତ୍ବ ଦେଇ ସବୁ ଅଭିଭାବକ ଅଭିଭାବିକା ମାନଙ୍କୁ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିବା ପାଇଁ ପ୍ରଵର୍ତ୍ତାଇଥିଲେ। ବିଦ୍ୟାଳୟ ର ସଂପାଦକ ଶ୍ରୀ ଯୁକ୍ତ ସୁକାନ୍ତ କୁମାର ବାରିକ ମହୋଦୟ ବାର୍ଷିକ ଉତ୍ସବ ନିମନ୍ତେ ଆସିଥିବା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ତାଙ୍କର ଅଭିଭାଷଣ ଜାରି ରଖିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ଅକ୍ଷୟ ପାଣିଗ୍ରାହୀ ମହୋଦୟ ସ୍ଵାମୀ ବିବେକାନନ୍ଦ ଆର୍ବିଭାବ ଓ ପିଲାମାନଙ୍କର ଶୃଙ୍ଖଳିତ ଜୀବନ ତଥା ଐଶ୍ୱର୍ଯ୍ୟର ସଭା ଜୀବନ ଦର୍ଶନ ସମ୍ବନ୍ଧୀୟ ସମ୍ୟକ୍ ଆଲୋଚନା କରିଥିଲେ। ବିଦ୍ୟାଳୟ ର ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ଇପ୍ସିତା ମହାନ୍ତି ବିଦ୍ୟାଳୟ ର ଏକବିଂଶ ବାର୍ଷିକ ଉତ୍ସବ ର ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ର ଗୁରୁଜୀ ଶ୍ରୀ ଯୁକ୍ତ ଶତୃଘ୍ନ ଦାସ ମହୋଦୟ ବାର୍ଷିକ ଉତ୍ସବ ର ମଞ୍ଚ ପରିଚାଳନା କରିଥିଲେ। ଏବଂ ବିଦ୍ୟାଳୟ ର ସାଂସ୍କୃତିକ ପ୍ରମୁଖ ଗୁରୁମା ସୋନାଲିକା ସାମଲ ମଞ୍ଚାସୀନ ଅତିଥି, ଅଭିଭାବକ ଅଭିଭାବିକା , ଛାତ୍ର ଛାତ୍ରୀ ଓ ସମସ୍ତ ଦର୍ଶକ ବୃନ୍ଦ ଙ୍କ ସହିତ ସମସ୍ତ ସହଯୋଗୀ ମାନଙ୍କୁ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।ସର୍ବ ଶେଷରେ ଅତିଥି ମାନେ ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ କୃତିତ୍ୱ ହାସଲ କରିଥିବା ବିଜେତା ମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *