ରାଜ୍ୟ

ଓଡ଼ିଶା ମେଡିକାଲ ଆଉଟ୍ ସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଓଡ଼ିଶା ମେଡିକାଲ ଆଉଟ୍ ସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଏମକେସିଜିର ରେଜିଷ୍ଟ୍ରାରଙ୍କ ବଦଳି ପ୍ରତିବାଦକୁ ନେଇ ଆଜି ନର୍ସିଂ କର୍ମଚାରୀ ସଂଘ ଓ ଓଡ଼ିଶା ମେଡିକାଲ ଆଉଟ୍ ସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ। ଏନେଇ ଏମକେସିଜି ଅଧୀକ୍ଷକ ଚିଠି ଜରିଆରେ ଡିଏମଇଟିକୁ ଅବଗତ କରାଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଏବେ ପ୍ରବଳ ରୌଦ୍ରତାପଜନିତ ଅସୁସ୍ଥତା ଏବଂ କରୋନା ସଂକ୍ରମିତ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍ବାସ୍ଥ୍ୟ ସେବା ସୁବ୍ୟବସ୍ଥିତ କରିବା ସହ ସମସ୍ତଙ୍କୁ ସଠିକଭାବେ ସେବା ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୬ ତାରିଖ ଠାରୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବା ଏବଂ ପରିଚାଳନା ଆଇନ(ଏସମା) ଲାଗୁ କରାଯାଇଛି। ଏହି ସମୟରେ ସରକାରୀ ଡାକ୍ତରଖାନାରେ ନିୟୋଜିତ କୌଣସି ସ୍ବାସ୍ଥ୍ୟକର୍ମୀ ଯେପରି ଧାରଣ କିମ୍ବା ଆନ୍ଦୋଳନରେ ସାମିଲ ନହେବେ ସେନେଇ ସ୍ପଷ୍ଟ ନିର୍ଦ୍ଧେଶ ଜାରି କରାଯାଇଛି। ଏହା ସତ୍ତ୍ୱେ କର୍ମଚାରୀ ମାନେ ଆଜି ଅନୋଳନକୁ ଓହ୍ଲାଇ ଛନ୍ତି।

Leave a Reply

Your email address will not be published. Required fields are marked *