ରାଜ୍ୟ

ଗୁଡାରୀ ଏନ.ଏ.ସି. ଦୁର୍ନୀତିର ତଦନ୍ତ ପାଇଁ ଅଖୁଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠିତ।

ଗୁଣୁପୁର: ୨୨।୦୪।୨୦୨୩: ରାୟଗଡ଼ ଜିଲ୍ଲା ଗୁଡାରୀ ଏନ.ଏ.ସି.ର ବ୍ଯାପକ ଦୁର୍ନୀତି ଓ ସାଧାରଣ
ଲୋକଙ୍କ ଅର୍ଥ ହେରଫେର ସଂପର୍କରେ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପାଖରେ ବହୁ
ଅଭିଯୋଗ ପହଞ୍ଚୁବା ପରେ ଗୁଣୁପୁର ଗ୍ରସ୍ତରେ ଥୁବା ରାଜ୍ୟ ସଭାପତି ବରିଷ୍ଠ ଆଇନ୍‌ଜୀବୀ
ସୁବ୍ରତ କୁମାର ନନ୍ଦ ଆଜି ଏକ ଫ୍ଯାକ୍ସ ଫାଇଣ୍ଡିଂ ଟିମ ଗଠନ କରିଛନ୍ତି । ଆସନ୍ତା ୧୫
ଦିନ ମଧ୍ଯରେ ଏହି କମିଟି ସଂପୃକ୍ତ ଏନ. ଏ. ସି. ଅଞ୍ଚଳ ଗସ୍ତ କରି ଲୋକମାନଙ୍କ ସହ ଆଲୋଚନା କରି ଏକ
ରିପୋର୍ଟ ପ୍ରସ୍ତତ କରିବେ ବୋଲି ଶ୍ରୀ ନନ୍ଦ ପ୍ରକାଶ କରିନ୍ତି । ରାଜ୍ୟ ସଂପାଦକ – ଶ୍ୟାମ ସୁନ୍ଦର ପଣ୍ଡା ଓ ରାଜ୍ୟ ସଂଯୋଜକ- ସୁବାଷ ପଣ୍ଡାଙ୍କୁ ଏହି ଗୁରୁ
ଦାୟିତ୍ବ ପ୍ରଦାନ କରାଯାଇଛି । ଗୁଡ଼ାରୀ ଅଞ୍ଚଳରେ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଦାୟିତ୍ବରେ
ଥିବା ସଭାପତି ଗୌରି ଶଙ୍କର ମିଶ୍ରଙ୍କ ସହିତ ଯୋଗାଯୋଗ କରି ଏହି ରିପୋର୍ଟ ପ୍ରସ୍ତୁତ
କରି ରାଜ୍ୟ ସଂଗଠନ କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ବୋଲି ଶ୍ରୀ ନନ୍ଦ କହିଛନ୍ତି । ରିପୋର୍ଟ ର ସତ୍ୟତା କୁ ଆଧାର କରି ସଂଗଠନ ପକ୍ଷରୁ ଆଗାମୀ ଦିନରେ କାର୍ଯ୍ୟ କରାଯିବ ତେଣୁ ଏହି କମିଟିର ଗୁଡ଼ାରୀ ଗ୍ରସ୍ତ ସମୟରେ ଗୁଡାରୀ ଏନ. ଏ.ସି. ର ସଚେତନ ନାଗରିକ ସହର ଦୁର୍ନୀତି କୁ ହଟାଇବା ପାଇଁ
ସେମାନଙ୍କର ଏନ. ଏ.ସି.ରେ ହୋଇଥିବା ଦୁର୍ନୀତି ର ସବିଶେଷ ତଥ୍ୟ କମିଟି ନିକଟରେ ଦେବା
ପାଇଁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି । ଆଜି ଗୁଣପୁର ର ଏକ ହୋଟେଲ ରେ ସଂଗଠନ ପକ୍ଷରୁ ଆଲୋଚନା କରି ଏହି ନିଷ୍ପତି ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *