ଉପନିର୍ବାଚନରେ ସମ୍ମିଳିତ ଆଦିବାସୀ ସମାଜର ମୂଖ୍ୟ ଭୂମିକା
ଝାରସୁଗୁଡା,୨୨.୦୪( ) ସମ୍ମିଳିତ ଆଦିବାସୀ ସମାଜ ଏକ ଅଣରାଜନୈତିକ ସଂଗଠନ ଯେଉଁଥିରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ବସବାସ କରୁଥିବା ୧୧ଟି ଆଦିବାସୀ ସଂପ୍ରଦାୟର ଏକ ଲକ୍ଷେରୁ ଅଧିକ ମତଦାତା ଅଛନ୍ତି। ଇତି ମଧ୍ୟରେ ଲଇକେରା, କିର୍ମିରା ବ୍ଲକ ଦ୍ବୟକୁ ଆଦିବାସୀ ଉପଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ କୋଳାବିରା ବ୍ଲକ ଔର ସର୍ଭେ କାମ ଚାଲିଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ, ଦଳିତ, ପଛୁଆ ବର୍ଗ ଶ୍ରେଣୀର ଗରିବ ଖଟିଖିଆ, ମୁଲିଆ ମାନଙ୍କ ପାଖକୁ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ସାମ୍ବିଧାନିକ ହକ ଅଧିକାର ଓ ବହୁମୁଖୀ ଉନ୍ନୟନ ଯୋଜନା ତଥା ସରକାରୀ ଗଭର୍ଣ୍ଣାନସ ଆଦିକୁ ପହଞ୍ଚାଇବା ପାଇଁ ତ୍ବରାନ୍ବିତ କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ପ୍ରତିଶୃତି ରଖିଛନ୍ତି। ସେଥିପାଇଁ ସରକାରୀ ସହଯୋଗ ସହାନୁଭୂତି ସମ୍ମିଳିତ ଆଦିବାସୀ ସମାଜକୁ ଯୋଗାଇ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମ୍ମିଳିତ ଆଦିବାସୀ ସମାଜ ଓ ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭାର ୬୦ ଜଣରୁ ଉର୍ଦ୍ଧ ନେତୃମଣ୍ଡଳୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସମ୍ମିଳିତ ଆଦିବାସୀ ସମାଜ ନିବେଦନ କରୁଛି ଯେ ଆଗାମୀ ଝାରସୁଗୁଡା ଉପନିର୍ବାଚନରେ ସମସ୍ତ ନିର୍ବାଚନ ମଣ୍ଡଳୀର ଆଦିବାସୀ ଭୋଟର ଭାଇ ଭଉଣୀ ମାନେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜେଡି ପ୍ରାର୍ଥିନୀ ସୁଶ୍ରୀ ଦୀପାଳି ଦାସଙ୍କୁ ଜୟଯୁକ୍ତ କରିବେ। ମହେନ୍ଦ୍ର ନାଏକ, ସଭାପତି ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶ, ସୁକାନ୍ତିବାଲା ନାୟକ ସଭାନେତ୍ରୀ , ମହିଳା ଆୟୋଜନ ସମିତି ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶ, ଦମୟନ୍ତି ମହାପାତ୍ର ମୂଖ୍ୟ ସଂଯୋଜିକ, ମହିଳା ଆୟୋଜନ ସମିତି, ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶ, ମାଧବ ସିଂହ ନାଏକ, ସଭାପତି ସମ୍ମିଳିତ ଆଦିବାସୀ ସମାଜ, ପ୍ରଭାକର ଓରାମ, ମହାନିର୍ଦ୍ଦେଶକ ସମ୍ମିଳିତ ଆଦିବାସୀ ସମାଜ, ଅଶୋକ କୁମାର ମାଝୀ, ପ୍ରମୁଖ ସଚିବ ସମ୍ମିଳିତ ଆଦିବାସୀ ସମାଜ, ଶ୍ୟାମଲାଲ ନାଏକ, ମହାସଚିବ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା, ତ୍ରିଲୋଚନ ଡନସନା, ମହାସଚିବ, ସମ୍ମିଳିତ ଆଦିବାସୀ ସମାଜ, ବିନୋଦ ବିହାରୀ ବାଗ, ମହାସଚିବ(କାର୍ଯ୍ୟାଳୟ) ବୀର ଧୁରୁଆ, ଉପସଭାପତି ସମ୍ମିଳିତ ଆଦିବାସୀ ସମାଜ ଗଜେନ୍ଦ୍ର ଓରାମ,ସଚିବ ରମେଶ ଓରାମ, ସଭାପତି ସାରଙ୍ଗଲୋଇ ଗ୍ରାମ ପଂଚାୟତ, ରୁଦ୍ରପ୍ରତାପ ସିଂହ ସଭାପତି କୋଳାବିରା ବ୍ଲକ, ସୁବଳ ଧୁରୁଆ, ତାଲପଟିଆ ଗ୍ରାମ ପଂଚାୟତ, ଡିଲେଶ୍ବର ନାଏକ, ସଭାପତି କୁଲେମୁରା ଗ୍ରାମ ପଂଚାୟତ, ନବୀନ କୁମାର ବୁଦୁଲା, ସଭାପତି ଜାମମାଲ ଗ୍ରାମ ପଂଚାୟତ, ଠାକୁର ପ୍ରଧାନ, କୋଷାଧ୍ୟକ୍ଷ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶ, ମନୋଜ କୁମାର ନାଏକ, ମହାସଚିବ ସମ୍ବଲପୁର ଜିଲ୍ଲା, ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା,ବାସୁଦେବ ଧୁରୁଆ, ଧର୍ମେନ୍ଦ୍ର କିସାନ, ଆମିତ ଓରାମ, ଗୋବିନ୍ଦ ଓରାମ, ହୁକୁମ ସିଂହ, ଚୁଡାମଣୀ ଧୁରୁଆ, ଅଭିନ ଚନ୍ଦ୍ର ମାଝୀ, ନଳିନ ନାଏକ, ଦୁର୍ଗା କିସାନ, ଜଗମୋହନ ପ୍ରଧାନ, ଶୁଭାକର ମାଝୀ, ହରୀଶଙ୍କର ମରେଇ, ନିଶାମଣୀ ବୁଦୁଲା, ଚନ୍ଦ୍ରକାନ୍ତ ମାଝୀ, ଦୁର୍ଗା ପ୍ରସାଦ ଭୋଇ, ମିତ୍ରଭାନୁ କିସାନ, ତୋଫାନ ସିଂହ ନାଏକ,ପବିତ୍ର ମୋହନ ନାଏକ, ଅଶ୍ବିନୀ କୁମାର ଭୋଇ, ଯୁଜୁମୁରା, ଅବନୀ କୁମୁରା,ଯୁଜୁମୁରା ସୁରେନ୍ଦ୍ର ଭୋଇ ଯୁଜୁମୁରା ପ୍ରମୁଖ ବିଜେଡିରେ ଯୋଗଦେଇଥିଲେ।