ରାଜ୍ୟ

ପିପଳପଦର ରେ ନୂଆ କରି ତିଆରି ହେଉ ଥିବା MCH ହସ୍ପିଟାଲ କୁ ଘାରୁଛି ପାଣି ଚିନ୍ତା …?

ତିନି ଦିନ ତଳେ ସମୀକ୍ଷା ରେ ଆସି ଥିବା ଉନ୍ନୟନ କମିଶନର ଅନୁ ଗର୍ଗ IAS ନୂଆ ତିଆରି ହସ୍ପିଟାଲ ର ନିରୀକ୍ଷଣ କଲା ବେଳେ ଗୋଟିଏ ବଡ଼ ସମସ୍ୟା ସାମନା କୁ ଆସି ଥିଲା,
ତାହା ହେଉଛି ପାଣି ସମସ୍ୟା.
ହସ୍ପିଟାଲ ରେ ହୋଇ ଥିବା ନଲ କୂପ ହସ୍ପିଟାଲ ର ପାଣି ଚାହିଦା କୁ ପୁରଣ କରିବାରେ ଅକ୍ଷମ କଥା ଜଣା ପଡ଼ି ଥିଲା
ଏବଂ ଏ କଥା ସମସ୍ତଙ୍କୁ ଆଗରୁ ମଧ୍ୟ ଜଣା ଥିଲା
କିନ୍ତୁ ଉଚ୍ଚ ଅଧିକାରୀଙ୍କ ଭୟ ଯୋଗୁଁ କିଏ ବି ତଳିଆ ଅଧିକାରୀ ଏ ବିଷୟ ରେ ସରକାର ଙ୍କୁ ଆଗରୁ ଜଣାଇବାର ସାହସ ଜୁଟେଇ ପାରୁ ନ ଥିଲେ।

ଏବେ ପ୍ରଶ୍ନ ଉଠୁଛି ଯେ ପଥର-ଚଟାଣ ବହୁଳ ଏରିଆ ରେ କୋଟି-କୋଟି ଟଙ୍କା ର ନିର୍ମିତ ଏତେ ବଡ଼ ହସ୍ପିଟାଲ ତିଆରି ପୂର୍ବରୁ ସବୁଠୁଁ ଅତ୍ୟାବଶ୍ୟକ ଓ ମହତ୍ୱପୂର୍ଣ ପାଣି ବିଷୟ ରେ ଇଞ୍ଜିନିୟର ମାନେ କଣ ସର୍ଭେ ଆଦି କରି ନ ଥିଲେ ?

ଏବେ ଯେତେ ବେଳେ ଏହି ହସ୍ପିଟାଲ ପାଇଁ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରି ଥିବା ବେଳେ ପାଣି ପାଇଁ କଣ ଟିଟିଲାଗଡ଼ କୁ supply ହେଉ ଥିବା ପାଣି ଉପରେ ନିର୍ଭର ହେବାକୁ ପଡ଼ିବ ?

ସୂଚନା ଅନୁଯାୟୀ କେବଳ ହସ୍ପିଟାଲ ବିଲ୍ଡିଂ ରେ ହିଁ 50 ରୁ 60 ହଜାର ଲିଟର ପାଣି ପ୍ରତିଦିନ ଦରକାର ପଡ଼ିବ। ଏବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଟିଟିଲାଗଡ଼ ସହର ରେ ତ ବର୍ତ୍ତମାନ 3/4 ଦିନରେ ଥରେ ଯେତେବେଳେ ପାଣି ଆସୁଛି ସେ ଅବସ୍ଥା ରେ ହସ୍ପିଟାଲ ରେ daily ପାଣି କଣ ଯୋଗାଇ ପାରିବା ?
-ଈଶ୍ୱର

Leave a Reply

Your email address will not be published. Required fields are marked *