ରାଜ୍ୟ

ଲିଙ୍ଗରାଜ କୋଇଲା ଖଣିରେ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ଅପରେଟର୍‌
କୋଇଲା ଖଣିରେ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ?

ତାଳଚେର :
ତାଳଚେର ବ୍ଲକ ଅନ୍ତର୍ଗତ ଲିଙ୍ଗରାଜ କୋଇଲା ଖଣି ପରିସରରେ ଆଜି ଘଟି ଯାଇଛି ଏକ ଅଭାବନୀୟ ଘଟଣା । କୋଇଲା ଓ ମାଟି ପରିବହନ କୁଥିବା ଏକ ହୋଲପେକ୍ ହଠାତ୍ କୌଣସି କାରଣ ବସତଃ ଓଲଟି ପଡ଼ିଥିଲା । ଏଥିରେ କାର୍ଯ୍ୟ କରୁଥିବା ଅପରେଟର୍ କୌଶଳକ୍ରମେ ଗାଡ଼ି ଭିତରୁ ଚତୁରତାର ସହ ପଦାକୁ ବାହାରି ଆସିଥିଲେ । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ମାତ୍ର ହୋଲପେକ୍‌ଟି ଯଦି କୋଇଲା ଖଣିର ଗଭୀର ଖାତ ଭିତରକୁ ଖସି ପଡ଼ିଥାନ୍ତା ତେବେ ଅପରେଟର୍‌ଙ୍କ ସମେତ ସେଠାରେ କାର୍ଯ୍ୟ କରୁଥିବା ଅନେକ ଖଣି କର୍ମଚାରୀ ନିଶ୍ଚିତ ମୃତାହତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିନଥାନ୍ତା । କୋଇଲା ଖଣିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନଥିବାରୁ ଏଭଳି ଅନେକ ଦୁର୍ଘଟଣା ଘଟି ଚାଲିଥିଲେ ମଧ୍ୟ ଏଥିନେଇ ଖଣି କର୍ତୁପକ୍ଷ ଯତ୍ନବାନ ନଥିବା ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି । ତେବେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନକଲେ କେତେ ଯେ ଧନଜୀବନ ନଷ୍ଟ ହେବ ତାହା ସମୟ ହିଁ କହିବ ।

Leave a Reply

Your email address will not be published. Required fields are marked *