ଜିଲ୍ଲାସ୍ଥରୀୟ କୃଷକ ଦିବସରେ ଅକ୍ଷି ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡା -କୃଷି ଭିତିକ ପର୍ବ ଅକ୍ଷୟ ତୃତୀୟା ଅବସରରେ ଲଙ୍ଗଳ ବୁଲାଇଲ ପ୍ରଶଶିନିକ ଅଧିକାରୀ ଓ ଜନପ୍ରତିନିଧି । ରାୟଗଡା ଉପଖଣ୍ଡ କଲ୍ୟାସିଂପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର କୃଷି ଫlର୍ମରେ ଜିଲ୍ଳାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି । ଜିଲ୍ଳା କୃଷି ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡ ଉପଜିପାଳ ଭୀମସେନ ଶବର ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇ ଅଖିମୁଠି ଅନୁକୂଳ କରିବା ସହ ଚାଷୀଙ୍କୁ ଉତ୍ସାହିତ କରିଥିଲେ ।
ପ୍ରଥମେ ଭୂମି ପୂଜାର୍ଚ୍ଚନା କରାଯିବା ପରେ ଉପଜିଲ୍ଲାପାଳ ଶ୍ରୀ ଶବର ,ନାରାୟଣପୁର, ଓ ବୁଡଗୁଡା ସରପଞ୍ଚ, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷି ଉପରେ ନିର୍ଦେଶକ, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଓ ଅନ୍ୟାନ୍ୟ ଅତିଥିମାନେ ଅଖିମୁଠି ଅନୁକୂଳ କରି ଲଙ୍ଗଳ ବୁଲାଇଥିଲେ । ପରେ ଜିଲ୍ଳା କୃଷି ବିଭାଗ ଆନୁକୂଲ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଦୁଇଜଣ ଅଗ୍ରଣୀ ଚାଷୀ ଯଥା ଶ୍ରୀ ରlମ ବାବୁ ଏବଂ ଶ୍ରୀ ଜlମି ହୁଇକାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।