ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗର ର ବିଶ୍ୱ ମ୍ୟାଲେରିଆ ଦିବସ ପାଳନ
ବଲାଙ୍ଗିର ତା 25. ଏପ୍ରିଲ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏପ୍ରିଲ ୨୫ରେ ବିଶ୍ଵ ମେଲେରିଆ ଦିବସ ବଲାଙ୍ଗିର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ପରିସର ମଧ୍ୟରେ ପାଳନ କରାଯାଇଛି
ମ୍ୟାଲେରିଆ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥାଏ ଏବଂ ବିଶ୍ଵ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ,ସମଗ୍ର ବିଶ୍ୱକୁ ମ୍ୟାଲେରିଆ ମୁକ୍ତ କରିବା ହେଉଛି ମୂଳ ଲକ୍ଷ ଓ ପ୍ରତ୍ୟେକ ଗ୍ରାମ ଠୁଁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆମ ଲୋକ ମାନଙ୍କୁ ମେଲେରିଆ ସମ୍ପର୍କିତ ସଚେତନ କରାଇ ପାରିଲେ ମେଲେରିଆ ଦୂର ହୋଇ ପାରିବ ବୋଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ ସଭାରେ ଅଧ୍ୟକ୍ଷତା କରି ଉପସ୍ଥିତ ସବୁ ଜନସାଧାରଣ ତଥା ରୋଗୀ ମାନଙ୍କୁ ଜଣାଇଥିଲେ l
ସଚେତନତା ଦୃଷ୍ଟି ରୁ କାର୍ଯ୍ୟକ୍ରମ ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମବାସୀ ମାନଙ୍କୁ ମ୍ୟାଲେରିଆ ରୋଗର କାରଣ, ଏହାର ଲକ୍ଷଣ, ଚିକତ୍ସା ଏବଂ ନିରାକରଣ ଏବଂ ଏହାକୁ କିପରି ବିଭିନ୍ନ ଅଭିନଵ ପନ୍ଥା ଅନୁସରଣ କରି ମ୍ୟାଲେରିଆ ପ୍ରକୋପ କମାଇ ହେବ ଓ ଲୋକଙ୍କ ଜୀବନ ରକ୍ଷା କରିବା ସେ ବିଷୟରେ ମୁଖ୍ୟ ସ୍ୱାସ୍ଥ୍ୟ ସେବିକା, ଶ୍ରୀମତୀ ମାମୀ ସିଂଦେଓ ଓ ରୋଜାଲିନା ହୋତା ଜଣାଇ ଥିବାବେଳେ ମେଲେରିଆ କୁ କିଭଳି ଚିହ୍ନଟ କରାଯିବ ଏହାର ସଠିକ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରଯୁକ୍ତି ରିରୀକ୍ଷକ ସତ୍ୟବ୍ରତ ଷଡ଼ଙ୍ଗୀ ସଭିଙ୍କୁ ଅବଗତ କରାଇଥିଲେ l
ମେଲେରିଆ ର ମୂଳତ୍ପାଟନ କରିବା ଅତି ଆବଶ୍ୟକ ଓ ଏହା ପାଇଁ ଜନ ସମୂହ ଙ୍କ ସହଯୋଗ ଓ ସଚେତନତା କରାଯିବା ସଂଗେ ସଂଗେ ସରକାର ଙ୍କ ସହଯୋଗରେ ନିର୍ଧାରିତ କାର୍ଯ୍ୟକ୍ରମ ମାନେ ସଠିକ କରାଇ ପାରିଲେ ମେଲେରିଆ ଜନିତ ରୋଗ କୁ ଦୂର କରାଯାଇ ପାରିବ ବୋଲି ନେସନାଲ ପିସ ଊନୀସନ ର ନିର୍ଦ୍ଧେଶକ ଓ ଚେୟାର୍ରମେନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ଜଣାଇଥିଲେ l
ଉପରୋକ୍ତ ଦିବସ ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସତ୍ୟ ବ୍ରତ ଷଡ଼ଙ୍ଗୀ,ରୋନି ବଗର୍ତ୍ତୀ,ଅଞ୍ଜଳି ନାଗ, ବିପିନ ବିହାରୀ ସେଟ ଦାଶରଥି ପ୍ରଧାନ,ସଭ୍ୟ ସଭ୍ୟା ବୃନ୍ଦ, ସ୍ଥାନୀୟ ଆଶା ଦିଦି, ସ୍ୱାସ୍ଥ୍ୟ କର୍ମୀ, ଜନସାଧାରଣ ଉପସ୍ଥିତ ରହି ଦିବସ କୁ ସାଫଲ୍ୟ କରାଇଥିଲେ l
ସଭା ଶେଷରେ ସ୍ୱାସ୍ଥ୍ୟ କେନ୍ଦ୍ର ର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସୂର୍ଯ୍ୟାଶ୍ମି ହୋତା ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l