ରାଜ୍ୟ

ଉଦଘାଟିତ ହେଲା ୧୧ତମ ବ୍ରହ୍ମପୁର ମହାନଗର ମହୋତ୍ସବ: କଳା ଓ ସଂସ୍କୃତି ରେ ପରିପୂର୍ଣ୍ଣ ଗଞ୍ଜାମ

ବ୍ରହ୍ମପୁର – ଉଦଘାଟିତ ହୋଇଯାଇଛି ୧୧’ତମ ବ୍ରହ୍ମପୁର ମହାନଗର ମହୋତ୍ସବ । ମଙ୍ଗଳବାର ବ୍ରହ୍ମପୁର ସହରର ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ପ୍ରଥମ ସଂନ୍ଧ୍ୟାକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡ. ଗୀତାଞ୍ଜଳି ଦାସ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହ ଗଞ୍ଜାମର କଳା ସଂସ୍କୃତି ଠାରୁ ଆରମ୍ଭ କରି ଗବେଷଣା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କହିଛନ୍ତି । ସେହିପରି ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ସମ୍ମାନୀତ ଅତିଥି ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା ଯୋଗ ଦେଇ ସାରା ରାଜ୍ୟରେ ଦକ୍ଷିଣ ଓଡିଶା ଏବଂ ଗଞ୍ଜାମର ସ୍ୱତନ୍ତ୍ରତା ନେଇ ଗୁରୁତ୍ୱାରୋପ କରିଥିଲେ । ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ବରିଷ୍ଠ ସାମ୍ୱାଦିକ ଡ ଜଗନ ମୋହନ ମହାପାତ୍ର, ଅଶୋକ ବ୍ରହ୍ମା , ସମୀର ଆଚାର୍ଯ୍ୟ , ପ୍ରଶାନ୍ତ ଦାସ, ଅନିଲ ପାତ୍ର, ଡ଼. ମିହିର ତ୍ରିପାଠୀ, ସୁଦୀପ ସାହୁ ଯୋଗ ଦେଇଥିବା ବେଳେ ମହୋତ୍ସବ କମିଟିର ସମ୍ପାଦକ ଗୋପାଳ ପଟ୍ଟନାୟକ ମଞ୍ଚାସୀନ ଥିଲେ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୧ ଦିନ ବ୍ୟାପୀ ଚାଲିବ ସହ ଆସନ୍ତା ମେ ୦୫ ତାରିଖରେ ଉଦଯାପିତ ହେବ । ପ୍ରଥମ ଦିନର ପ୍ରାରମ୍ଭରେ “ଅମୂଲ୍ୟ ଆମ ସାହିତ୍ୟ ଆସିକା” ଦ୍ଵାରା ସାହିତ୍ୟିକ, କବି ଓ କବୟତ୍ରି ମାନେ କବିତା ଆବୃତ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଅମୂଲ୍ୟ ଆମ ସାହିତ୍ୟର ସଭାପତି ଶରତ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଓ ସମ୍ମାନିତ ଅତିଥି ଭାବେ ଡ଼ାକ୍ତର ରାଜେନ୍ଦ୍ର ବେହେରା ଉପସ୍ଥିତ ରହି ସାହିତ୍ୟ ଆସରକୁ ଉଦଘାଟନ କରିଥିଲେ । ପରିଶେଷରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଉଦଘାଟନୀ ସଂନ୍ଦ୍ୟାରେ ପ୍ରାରମ୍ଭରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ମହୋତ୍ସବ ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ଲିଙ୍କୁ ଡାକୁଆ, ସିମାଞ୍ଚଳ ସାହୁ, ଅନନ୍ତ ପ୍ରଧାନ, ବିଭୁ ନନ୍ଦନ ପଣ୍ଡା ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *