ରାଜ୍ୟ

ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପିଅନ ନିଲମ୍ବିତ ପ୍ରସଙ୍ଗ,,ନିଲମ୍ବନ ପ୍ରତ୍ୟାହାର ପାଇଁ

ବାସୁଦେବପୁର- ବାସୁଦେବପୁର ରେ ପଞ୍ଚାୟତ ସମିତି ଓ ତହସିଲ କର୍ମ ଚାରି ଙ୍କ ଦ୍ଵାରା ଏକ ନିଲମ୍ବନ ପ୍ରତ୍ୟାହାର ପାଇଁ ଆବେଦନ ପତ୍ର ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ପ୍ରଦାନ କରାଯାଇଛି। ଦାବି ପତ୍ର ରେ ଉଲ୍ଲେଖ ଅନୁସାରେ,ଖାଦ୍ୟ ପରଶିବା ରେ ବିଳମ୍ବ କୁ ନେଇ ବ୍ଲକ ପିଅନ ନିଲମ୍ବିତ ହୋଇଛନ୍ତି! ପଞ୍ଚାୟତିରାଜ ବିଭାଗ ର ଉନ୍ନତି ମୂଳକ କାମ ପାଇଁ ସରକାରୀ ଅଧିକାରୀ ମାନେ 5D ଅନୁକରଣ କରି କାର୍ଯ୍ୟକ୍ରମ ର ସମୀକ୍ଷା ବୈଠକ କରୁଥିବା ବେଳେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ନିଜ ଭୋଜନ ବ୍ୟବସ୍ଥା ରେ ସାମାନ୍ୟ ବିଳମ୍ବ କୁ ନେଇ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଉପରେ ନିଲମ୍ବନ ଆଦେଶ ଦେବା ଘଟଣା ଏଵେ ସରକାର ଙ୍କ ସ୍ବଛତା ଉପରେ ଆଙ୍ଗୁଠି ନିର୍ଦେଶ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ରେ। ଦାବି ପତ୍ର ରେ ଉଲ୍ଲେଖ ଅନୁସାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରତିମୟୀ ସରକାରୀ କାର୍ଯ୍ୟାକ୍ରମ ରେ ଆସି ଗତ କାଲି ଅପରାହ୍ନ ୨.୪୫ ମିନିଟ ସମୟରେ ତହସିଲ ଡାକ ବଙ୍ଗଳା ରେ ପହଞ୍ଚି ଥିଲେ। ସେଠାରେ ବ୍ଲକ କାର୍ଯ୍ୟାଳୟ ରୁ ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ପିଅନ ପ୍ରଶାନ୍ତ ବାଗ୍ ଙ୍କୁ ଖାଦ୍ୟ ପରଷିବା ପାଇଁ ନିୟୋଜିତ କରାଯାଇଥିଲା ପିଅନ ଶ୍ରୀ ବାଗ୍ ତାଙ୍କୁ ଭୋଜନ ପାଇଁ ଡାକିଥିଲେ ମଧ୍ୟ ସେ ପରେ ଖାଇବେ କହି AC ରୁମ୍ ରେ ଶୋଇଯାଇ ଥିଲେ। ଅପରାହ୍ନ ୪.୧୫ ମିନିଟ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିଦରୁ ଉଠି ମୋତେ କାହିଁକି ଠିକ୍ ସମୟରେ ଖାଦ୍ୟ ଦିଆ ଗଲା ନାହିଁ କହି ପିଅନ ଶ୍ରୀ ବାଗ୍ ଙ୍କୁ କରିଥିଲେ ଗାଲି ଗୁଲଜ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ପିଅନ ଙ୍କୁ ନିଲମ୍ବନ କରିବା ପାଇଁ। ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ବାସୁଦେବପୁର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସତ୍ୟଜିତ୍ ରାଉତ ନିଲମ୍ବନ ଆଦେଶ ପିଅନ ଶ୍ରୀ ବାଗ୍ ଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଘଟଣା କୁ ନେଇ ବାସୁଦେବପୁର ବ୍ଲକ ଓ ତହସିଲ କର୍ମଚାରୀ ମିଳିତ ହୋଇ ଏହି ନିଲମ୍ବନ ଆଦେଶ କୁ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରତ୍ୟାହାର କରା ନଗଲେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ରେ ଵସିଵା ପାଇଁ ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି।ଏଵେ ଦେଖିବାକୁ ବାକି ରହିଲା ଚତୁର୍ଥ ଶ୍ରେଣୀ କର୍ମଚାରୀ କେଵେ ପାଉଛନ୍ତି ଉଚିତ୍ ନ୍ୟାୟ। ଉକ୍ତ ଘଟଣା କୁ ନେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସହିତ କୈାଣସି ଯୋଗାଯୋଗ ହୋଇପାରି ନାହିଁ।

Leave a Reply

Your email address will not be published. Required fields are marked *