ରାଜ୍ୟ

ପୋଲିସ ବାବୁ ଙ୍କ ଖାକି ବର୍ଦୀ ରେ ଲାଗିଲା ଦାଗ, ବିବାହ ପ୍ରତିଶ୍ରୁତି ଦେଇ ବୋହୂ ଭଳି ରଖି ଯୌତୁକ ଦାବି କରି ଘରୁ ତଡ଼ିଦେଲେ,ଅଭିଯୁକ୍ତ ଙ୍କୁ ଗିରଫ ଦାବୀ ।

ବଲାଙ୍ଗୀର/ଟିଟିଲାଗଡ,
:

ପୁଣି ଖାକି ରେ ଲାଗିଲା ଦାଗ,ନିଜେ ପୋଲିସ ବର୍ଦି ରେ ରହି ଯୁବତୀ ଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତଥା ନିଜ ଘରେ ବୋହୂ ଭଳି ରଖି ଯୌତୁକ ଦାବୀ କରି ବିବାହ ନ କରି ନିର୍ଯ୍ୟାତନା ଦେବା ସହ ମରଣାନ୍ତକ ଆକ୍ରମଣ କରି ଘରୁ ଗୁରୁତର ଅବସ୍ଥାରେ ତଡ଼ି ଦେଇଥିବା ଭଳି ଘଟଣା ନଜର କୁ ଆସିଛି ।

ପ୍ରକାଶ ଯେ,ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ଗ୍ରାମ ରେଳ ଷ୍ଟେସନ ନିକଟରେ ରହୁଥିବା ଜଣେ ଯୁବତୀ ଉପବାସୀ ମହାନନ୍ଦ (ବ-୩୨)ଛଦ୍ମନାମ ଙ୍କୁ ରେଳ ବିଭାଗ ସିକେର ଅଧିନରେ କାର୍ଯ୍ୟରତ ଥିବା ଆରପିଏଫ ପୋଲିସ ପ୍ରଦିପ ଦୀପ ସହ ଉପବାସୀ ଙ୍କ ଦେଖା ହୋଇ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ଉକ୍ତ ପୋଲିସ ବାବୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ପ୍ରାୟ ଏକ ମାସ ପରେ ଉପବାସୀ ଗର୍ଭବତୀ ହେବା ଜାଣି ଔଷଧ ଦେଇ ଗର୍ଭନଷ୍ଟ କରି ତାଙ୍କୁ ବିବାହ କରିବ କହିଥିଲେ । ହେଲେ ସେ ପରେ ବିବାହ କରିବାକୁ ରାଜି ନ ହେବାରୁ ଉପବାସି ବାଧ୍ୟ ହୋଇ ପ୍ରଦିପ ଙ୍କ ଗ୍ରାମ କମିଟି ରେ ଗୁହାରୀ କରି ବୈଠକ କରିଥିଲେ । ଉକ୍ତ ପୋଲିସ ବାବୁ ପ୍ରଦିପ ଓ ତାଙ୍କ ପରିବାର ଲୋକେ କମିଟି ରେ ତିନି ମାସ ର ସମୟ ମାଗିବା ସହ ନିଜ ଘରେ ବୋହୂ ଭଳି ରଖିବା କୁ ରାଜି ହୋଇଥିଲେ । ଉକ୍ତ ସମୟ ସୀମା ମଧ୍ୟରେ ଉକ୍ତ ପ୍ରଦିପ ଉଚ୍ଚ ନ୍ୟାୟାଳୟ ରେ ଆଗୁଆ ଜାମିନ ଆବେଦନ କରି ଜାମିନ ପାଇଥିଲେ।
ପ୍ରାୟ ଦୁଇ ମାସ ପରେ
ଗୋପନୀୟ ଭାବେ ଜାମିନ ପାଇ ଯିବା ପରେ ଉକ୍ତ ଉପବାସି ଙ୍କୁ ପରିବାର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଯୌତୁକ ଦାବି କରି ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଦେଇ ଘର ବାହାରେ ଅଚେତ ଅବସ୍ଥାରେ ପକେଇ ଦେଇଥିଲେ ।

ଏ ନେଇ ଟିଟିଲାଗଡ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଟିଟଲାଗଡ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ । ଏ ନେଇ ଟିଟିଲାଗଡ ଥାନା ରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଉକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ନ ଥିଲା ଅବା ପରିବାର ର ଅନ୍ୟ କାହାକୁ ବର୍ତ୍ତମାନ୍ ସୁଦ୍ଧା ଗିରଫ କରାଯାଇ ନ ଥିବା ଉପବାସୀ ଅଭିଯୋଗ କରିଛନ୍ତି।

ବିଭିନ୍ନ ଉଚ୍ଚ ଅଧିକାରୀ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରି ସୁଦ୍ଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ରୁ ସେ ବାଧ୍ୟ ହୋଇ ଟିଟିଲାଗଡ ବିଚାର ବିଭାଗୀୟ ଅଦାଲତ ର ଦ୍ବାରସ୍ଥ ହୋଇଥିବା ଜଣାଇଛନ୍ତି ।
ଜଣେ ସରକାରୀ ପୋଲିସ କର୍ମଚାରୀ ହୋଇ ଏଭଳି ନିନ୍ଦନୀୟ କାର୍ଯ୍ୟ କରି ସେ ଖୋଲା,ଖୋଲି ବୁଲୁଥିବା ସହ ବିଭିନ୍ନ ପ୍ରକାର ଧମକ, ଚମକ ଦେଇ ଆସିବା ନେଇ ଉପବାସି ଭୟଭୀତ ଅବସ୍ଥାରେ ଥିବା ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା ପ୍ରକାଶ କରିଛନ୍ତି ।
ଜଣେ ପୋଲିସ କର୍ମଚାରୀ ହୋଇ ଜଣେ ଯୁବତୀ କୁ ଏଭଳି ପ୍ରତାରଣା ଦିଆ ଯାଇଥିବା ନେଇ ବିଭାଗୀୟ ମୁଖ୍ୟ ସଚିବ ସବିଶେଷ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନ୍ୟାୟ ପ୍ରଦାନ କରାଯାଉ ବୋଲି ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *