ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା
ଛତ୍ରପୁର ତା ୨୦.୦୧.୨୦୨୨
ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ସ୍ତରରେ Features of Indian Constitution, ମଧ୍ୟ ଇରାଜୀ ବିଦ୍ୟାଳୟ ସ୍ତରରେ Indian Constitution is a Global Example, ଉଚ୍ଚ ବିଦ୍ୟାଳୟ ସ୍ତରରେ Three Tier System of Panchayatiraj ଏବଂ ମହା ବିଦ୍ୟାଳୟ ସ୍ତରରେ Indian Democracy is an Ideology Universe ବିଷୟରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ଡଃ ମିଲିମିତା ପାଢୀ, ଅଧ୍ୟାପକ, ସରକାରୀ ବିଜ୍ଞାନ ମହା ବିଦ୍ୟାଳୟ, ଶ୍ରୀମତୀ କବିତା ସାହୁ, ଅଧ୍ୟାପିକା ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଶ୍ରୀମତୀ ଏମ୍. ଶ୍ରାବନ୍ତୀ ରାଜସ୍ବ ସହାୟିକା ଯୋଗ ଦେଇଥିଲେ । ଇଂରାଜୀ ବକ୍ତୃତା ପ୍ରତିଯୋଗିତା ପ୍ରାଥମିକ ସ୍ତରରେ ହିମାଂଶୁ ପାତ୍ର, ଦ ନିୟୁ ଏଜ୍ ୟୁରୋ ସ୍କୁଲ ଛତ୍ରପୁର ପ୍ରଥମ ସ୍ଥାନ, ଡି. ଆଦର୍ଶିନୀ ରେଡ୍ଡୀ, ଗଣେଶ ବିଦ୍ୟାପୀଠ, ଛତ୍ରପୁର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରତୀକ୍ ରାଜ୍ ପାଣିଗ୍ରାହୀ କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମଧ୍ୟ ଇଂରାଜୀ ସ୍ତର