ରାଜ୍ୟ

ଆଇପିଏଲ ଇତିହାସରେ ୨ୟ ସର୍ବାଧିକ ସ୍କୋର କଲା ଲକ୍ଷ୍ନୌ, ପଂଜାବ ଆଗରେ ୨୫୮ରନର ବିଜୟ ଲକ୍ଷ୍ୟ

ମୋହାଲି : ଆଇପିଏଲ ୨୦୨୩ରେ ଆଜି ଲକ୍ଷ୍ନୌ ସୁପର ଜାୟାଣ୍ଟସ ଦଳ ଇତିହାସ ସୃଷ୍ଟି କରିଛି । ଦଳ ପକ୍ଷରୁ ଆଜି ପଂଜାବ ବିପକ୍ଷରେ ୨୫୭ ରନ ସ୍କୋର କରାଯାଇଛି ଯାହାକି ଆଇପିଏଲ ଇତିହାସରେ ୨ୟ ସର୍ବାଧିକ ରନ ସ୍କୋର । ତେବେ ଆଇପିଏଲ ଇତିହାସରେ ସର୍ବାଧିକ ସ୍କୋରର ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାଁରେ ରହିଛି । ଏହି ଦଳ ୨୦୧୩ ମସିହାରେ ପୁଣେ ଓ୍ବାରିୟର୍ସ ବିପକ୍ଷରେ ୨୬୩ରନ କରିଥିଲା ।

ଆଜିର ମ୍ୟାଚରେ ପଂଜାବ କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌର ଦୁଇ ଓପନର କେଏଲ ରାହୁଲ ଓ କାଇଲ ମେୟର୍ସ ଦ୍ରୁତ ଆରମ୍ଭ କରିଥିଲେ ବି ରାହୁଲ ପୁଣି ବିଫଳ ହୋଇଥିଲେ । ସେ ମାତ୍ର ୧୨ ରନ କରି ଆଉଟ ହୋଇଯାଇଥିଲେ । କିନ୍ତୁ ଏହା ପରେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ମେୟର୍ସ ମାତ୍ର ୨୪ଟି ବଲରୁ ୫୪ରନ କରିଥିବାବେଳେ ଆୟୁଷ ବାଦୋନି ୪୩ରନ କରିଥିଲେ । ମାର୍କସ ଷ୍ଟୋଇନିସ ମାତ୍ର ୪୦ଟି ବଲରୁ ୭୨ରନ କରିଥିଲେ । ନିକୋଲାସ ପୁରନ୍ ୪୫ ରନ କରିଥିଲେ । ପଂଜାବ ପକ୍ଷରୁ କାସିଗୋ ରବାଡା ୨ଟି ଓ୍ବିକେଟ୍ ନେଇଥିଲେ ।

Leave a Reply

Your email address will not be published. Required fields are marked *