ରାଜ୍ୟ

ଶହେ ୱାଟ କ୍ଷମତା ବିଶିଷ୍ଟ ଏଫଏମ ଉଦଘାଟିତ

ମାଲକାନଗିରି I
ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ସାରା ଭାରତରେ ୯୧ ଗୋଟି ୧୦୦ ୱାଟ କ୍ଷମତା ବିଶିଷ୍ଟ ଏଫଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବରେ ମାନ୍ୟବର ସୂଚନା ଓ ପ୍ରସାରଣ, କ୍ରୀଡା ଓ ଯୁବବିଭାଗ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ସୂଚନା ଓ ପ୍ରସାରଣ ପଶୁ ଓ ମତ୍ସ୍ୟ ପାଳନ ତଥା ଦୁଗ୍ଧ ବିଭାଗର ରାଜ୍ୟପାହ୍ୟା ମନ୍ତ୍ରୀ ଡ.ଏଲ ମୁରୁଗାନ ଉପସ୍ଥିତ ଥିଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ଆୟୋଜିତ ଏହି ଉତ୍ସବରେ ଭାରତର ୯୧ ଟି ସ୍ଥାନରେ ଏକା ସମୟରେ ସମ୍ପୃକ୍ତ ଅଞ୍ଚଳର ଲୋକପ୍ରତିନିଧି ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା ଜନ ସାଧାରଣଙ୍କ ସମାବେଶ ହୋଇଥିଲା।
ଆକାଶବାଣୀ ଜୟପୁର କେନ୍ଦ୍ର ପକ୍ଷରୁ କୋରାପୁଟ, ମାଲକାନିଗିରି ଏବଂ ନବରଂଗପୁର ଠାରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା। ମାଲକାନଗିରି ସଦରମାହକୁମା ସ୍ଥିତ ଡିଏନକେ ଠାରେ ଥିବା ୧୦୦ ୱାଟ ଏଫ ଏମ ଟ୍ରାନ୍ସମିଟର ଉଦ୍ଘାଟିତ ହୋଇଥିଲା I ଏହି ଉତ୍ସବରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଆଭାସୀ ମାଧ୍ୟମରେ ଯୋଗଦେଇଥିବା ବେଳେ ମାଲକାନିଗିରି ବିଧାୟକ ଆଦିତ୍ୟ ମାଢୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଡାକ୍ତର ଏକେ ମିଶ୍ର, ଏଡିଏମଓ ହରିଶ ପାଲ,
ଆକାଶବାଣୀ ଜଯପୁର ପକ୍ଷରୁ କାର୍ଯ୍ୟକ୍ରମ ମୁଖ୍ୟ ନରେନ୍ଦ୍ର ନାଥ ପଟ୍ଟନାୟକ, ସହାୟକ ଯନ୍ତ୍ରୀ ସୁଧାଂଶୁ ଶେଖର ସୀତାରାମ, ଶରତ କୁମାର ପାଢୀ ଏବଂ ଏନ ଯୋଗେନ୍ଦ୍ର ଉପସ୍ଥିତ ଥିଲେ। ସ୍ଥାନୀୟ ଏଫ ଏମ ରେ ନିୟୋଜିତ ବିଶ୍ଵନାଥ ଭତରା ଏବଂ ଦେବରାଜ ଭୂମିଆ ଏହି କାର୍ଯ୍ଯକ୍ରମରେ ସହଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *