ଜୀବେ ନିଷ୍ଠୁରତା ନିରୋଧ ସମିତି ତରଫରୁ ଆଲୋଚନା
ମାଲକାନଗିରି I
ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାଲକାନଗିରି ଜୀବେ ନିଷ୍ଠୁରତା ନିରୋଧ ସମିତି ତରଫରୁ ଏକ ଜୀବ ନିଷ୍ଠୁରତା ଆଇନ ଉପରେ ଆଲୋଚନା କରାଯାଇଛି I
ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାଏକ ,ମୁଖ୍ୟ ବକ୍ତା ରୂପେ ଜିଲ୍ଲା ପରିଷଦ ଉପସଭାପତି ପତିତପାବନ ବୈଦ୍ୟ ,ସମ୍ମାନିତ ଅତିଥି ରୂପେ ଆରକ୍ଷୀ ଅଧିକାରୀ ହିମାଂଶୁ ବାରିକ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଯୋଗଦେଇଥିଲେ I
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଜୀବେ ଦୟା ଉପରେ ଅନେକ ତଥ୍ଯ ପ୍ରଦାନ କରିଥିଲେ ।
ମୁଖ୍ୟ ବକ୍ତା ଶ୍ରୀ ବାରିକ ଜୀବେ ନିଷ୍ଠୁରତା ଉପରେ ପୋଲିସ ବିଭାଗର ଦାୟିତ୍ୱ ଏବଂ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ବୃନ୍ଦଙ୍କ ପ୍ରାଣୀ କଲ୍ୟାଣ ଉପରେ ଥିବା ନିୟମ ବିଷୟରେ ଆଲୋକପାତ କରିଥିଲେ ।
ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜୀବେ ନିଷ୍ଠୁରତା ସମିତିର ସଚିବ ଡା. ଅଶୋକ କୁମାର ତ୍ରିପାଠୀ ଜୀବେ ଦୟା ଏବଂ ନିଷ୍ଠୁରତା ନିୟମ ସଂପର୍କରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜନ କଲ୍ୟାଣ ଗୋ ସେବା ପରିଷଦ ର ରାଷ୍ଠ୍ରୀୟ ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମଚାରୀ ମାଧବ ଚୈତନ୍ୟ ଯୋଗ ଦେଇ ଅନେକ ଜୀବେ ଦୟାର ଆଧ୍ୟାତ୍ମିକ ଦିଗ ଉପରେ ସଚେତନତା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରାଣୀ ସମ୍ପଦ ବିଭାଗର ଏଡ଼ିଭିଓ , ଏସ୍ଡ଼ିଭିଓ ଏବଂ କୋରୁକୋଣ୍ଡା କାଲିମେଳା ବିଭିଓ ଙ୍କ ସହ ପୋଲିସ ବିଭାଗ , ଶିକ୍ଷା ବିଭାଗ , ଆରଟିଓ ଅଫିସର କର୍ମକର୍ତ୍ତା, ମାଲକାନଗିରି ମୁନିସିପାଲିଟିର କର୍ମକର୍ତ୍ତା ସହ ବାଲିମେଳା ଲକ୍ଷ୍ମୀ ନାରାୟଣ ଗୋଶାଳାର କର୍ମକର୍ତ୍ତା ଏବଂ ଅନେକ ପ୍ରାଣୀ ପ୍ରେମୀ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣୀ କଲ୍ୟାଣ ) ଡା ସଂଗୀତା ରାଣୀ ଭୂପତି ଏବଂ ମାଲକାନଗିରି ସଦର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଶୁଭ୍ରାଂଶୁ ସାହୁ ପରିଚାଳନା କରିଥିଲେ