ଦକ୍ଷତା ବୃଦ୍ଧି ନିମନ୍ତେ ପରିଦର୍ଶନ କାର୍ଯ୍ୟକ୍ରମ
ପୁରୀ ଜିଲ୍ଲାର ୫ଟି ଶିଶୁ ଯତ୍ନ ଅନୁଷ୍ଠାନର ପ୍ରାୟ ୪୦ ଜଣ ଆଗ୍ରହୀ ତଥା ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଶିଶୁଙ୍କୁ ନେଇ ବିଜୁ ପଟ୍ଟନାୟକ ବୈଷୟିକ ଶିକ୍ଷାନୁଷ୍ଠାନ ମୋଟ ବ୍ରହ୍ମଗିରି ଠାରେ ଏକ ପରିଦର୍ଶନ କାର୍ଯ୍ୟକ୍ରମ ଗତ ୨୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ଜଣ ଶିଶୁ ବିଭିନ୍ନ ବିଭାଗରେ ଥିବା କର୍ମଶାଳା ଗୁଡିକୁ ବୁଲି ଦେଖିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଓ ସମସ୍ତ ଶିଶୁମାନଙ୍କୁ ବିଭିନ୍ନ ଟ୍ରେଡ ବିଷୟରେ ବୁଝାଇଥିଲେ l ବୈଷୟିକ ଶିକ୍ଷାର ଦିଗ, କ୍ୟାରିୟର, ସୁବିଧା ସୁଯୋଗ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ସେଠାରେ ପାଠ ପଢୁଥିବା ଉତ୍କଳ ବାଳାଶ୍ରମ ଓ ଦ୍ରୌପଦୀ ମହିଳା ସମିତିର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ବୁଧୁରାଇ ଟୁଡୁ ଓ ଶାନ୍ତିଲତା ବେହେରା ନିଜର ଅଭିଜ୍ଞତା ଓ ସଫଳତା ବାଣ୍ଟି ଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ଧର ଓ ଅଧ୍ୟାପକ ଅରବିନ୍ଦ ଘୋଷ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ, ସ୍ନିଗ୍ଧା ରାଣୀ ସାହୁ, ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି ଶିଶୁମାନଙ୍କ ନିମନ୍ତେ ବୈଷୟିକ ଶିକ୍ଷାର ଗୁରୁତ୍ୱ ଉପଲବ୍ଧି କରି ଏପରି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଆସୁଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ କୁହନ୍ତି ଶିଶୁମାନଙ୍କ ଦକ୍ଷତା ବୃଦ୍ଧି ଓ ସେମାନଂକୁ ରୋଜଗାର କ୍ଷେତ୍ରକୁ ଆଣିବା ନିମନ୍ତେ ଏହା ଏକ ସମ୍ମିଳିତ ପ୍ରୟାସ ଓ କ୍ୟାରିୟର କାଉନସେଲିଂର ଅଂଶବିଶେଷ