ରାଜ୍ୟ

ପୋଲିସ୍‌ ସମିତି ବୈଠକ
ଚୋରା ମଦକାରବାର , ଟ୍ରାଫିକ ସମସ୍ୟା ଓ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ

ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପକ୍ଷରୁ ଥାନା ପରିସରରେ ମୋ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟା ଥାନା ଆଇଆଇସି ଲୋପାମୁଦ୍ରା ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଥାନାର କର୍ମଚାରୀ ଙ୍କ ସମେତ ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରୁ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ଗ୍ରାମବାସୀମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ଆଇଆଇସି ଲୋପାମୁଦ୍ରା ନାଏକ ପୋଲିସ ଓ ଲୋକଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାହିଁ ଏହି ସମିତିର ଉଦେଶ୍ଵ ଏବଂ ପୋଲିସ ଲୋକଙ୍କ ସେବକ ବୋଲି କହିଥିଲେ । ଏବଂ ଜନସାଧାରଣଙ୍କ ଧନ ଜୀବନ କୁ ସୁରକ୍ଷା ଦେବା ହିଁ ପୋଲିସ ର ମୁଖ୍ୟ କର୍ତ୍ତବ୍ୟ , ତେଣୁ ପୋଲିସକୁ ଭୟନକରି ତାଙ୍କର ସୁଖ ଦୁଃଖର ସାଥି ଭାବେ ବିବେଚନା କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ପୋଲିସକୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଏହି ବୈଠକରେ ମୁଖ୍ୟତଃ ବେଆଇନ ମାଦକ ଦ୍ରବ୍ୟ କାରବାର , ଅସହାୟ ମହିଳାଙ୍କୁ ସୁରକ୍ଷା ସହ ଅଞ୍ଚଳର ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ଏବଂ ସାପ୍ତାହିକ ହାଟ ଦିନରେ ଭାରିଯାନ ଚଳାଚଳ ଯୋଗୁଁ ଖୁଣ୍ଟା ବଜାର ରେ ଟ୍ରାଫିକ ସମସ୍ୟା ଦେଖା ଦେଉଥିବା ଯୋଗୁଁ ଉକ୍ତ ଦିନ ମାନଙ୍କରେ ବଜାର ର ପ୍ରବେଶ ପଥରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଛକ ମାନଙ୍କରେ ପୋଲିସ ନିୟୋଜନ କରାଯିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା ।

Leave a Reply

Your email address will not be published. Required fields are marked *