ସମ୍ୱଲପୁରରେ ହିନ୍ଦୁ ମାନଙ୍କୁ ଯୋଜନାବଦ୍ଧ ହତ୍ୟା ଓ ଆକ୍ରମଣ ପ୍ରତିବାଦରେ ହିନ୍ଦୁ ଏକତା ମଞ୍ଚ ତାଳଚେର ତରଫରୁ ବିଶାଳ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଆୟୋଜିତ ହୋଇଯାଇଛି l
ଅଦ୍ୟତା ୨୯/୪/୨୦୨୩ ଶନିବାର ଅପରାହ୍ନ ୫ ଘଟିକାରେ ସ୍ଥାନୀୟ ହାଟତୋଟା ଶ୍ରୀହନୁମାନ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବିଭିନ୍ନ ହିନ୍ଦୁ ସଂଗଠନ ଯଥା ଆର୍ଯ୍ୟ ସମାଜ, ମାରୱାଡ଼ି ମଞ୍ଚ, ଚଷା ସମାଜ, ଖଣ୍ଡାୟତ, କ୍ଷତ୍ରିୟ ସମାଜ, ବ୍ରାହ୍ମଣ ସମାଜ ଓ ବହୁତ୍ ଧାର୍ମିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଶୋଭାଯାତ୍ରା ଶୁଭାରମ୍ଭ ହେଇଥିଲା l
ଶ୍ରଦ୍ଧାଳୁ, ଭକ୍ତ ଓ ହିନ୍ଦୁମାନେ ହାଟତୋଟା କଚେରି ରାସ୍ତା ଦେଇ ଶର୍ମା ଛକ, ଆଇ ଟି ଆଇ ଛକ ଓ ହାଟତୋଟା ବଜାର ମଧ୍ୟରେ ପଦଯାତ୍ରା କରି ପଥପ୍ରାନ୍ତ ସଭା ଦ୍ବାରା ସେମାନଙ୍କର ବିରୋଧଭାଷ ପ୍ରକଟ କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ବିଭିନ୍ନ ହିନ୍ଦୁ ସଂଗଠନର ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ଚେତାବନୀ ଦେଇଥିଲେ l ସମ୍ବଲପୁର ଠାରେ ହେଇଥିବା ବିଦ୍ଧିବଦ୍ଧ ଆକ୍ରମଣ ଓ ହତ୍ୟାରେ ସଂପୃକ୍ତ ଥିବା ବିଧର୍ମି ମାନଙ୍କୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରଙ୍କୁ ଦାବି କରିଥିଲେ l ନଚେତ୍ ସମସ୍ତ ହିନ୍ଦୁ ମାନେ ଏକାଠି ହୋଇ ଏହାର କଡ଼ା ଜବାବ ଦେବେ l
ଉକ୍ତ କାର୍ଯ୍ୟକ୍ରମରେ ମାରୱାଡ଼ି ମଞ୍ଚ ଉପଦେଷ୍ଟା ଅଶୋକ ଲାଲ ଅଗରୱାଲ, ତାଳଚେର ଆର୍ଯ୍ୟ ସମାଜର ଉପଦେଷ୍ଟା ଭୁବନାନନ୍ଦ ପ୍ରଧାନ, କୃଷକ ସମାଜର ମାୟାଧର ସାହୁ ଓ ଇଞ୍ଜିନିୟର ମନୋଜ ପ୍ରଧାନ, ଜାତି ଓ ଜନଜାତିର ଶ୍ରୀ ବିଜୟ କୁମାର ନାଏକ, ଗୋସେବା ପ୍ରମୁଖ ସିଦ୍ଧେଶ୍ୱର ସାହୁ, ଜୟ ଶ୍ରୀରାମ ଟ୍ରଷ୍ଟ ଅଧ୍ୟକ୍ଷ ଗିତିସ୍ କୁମାର ପ୍ରଧାନ, ସଚେତକ ମନୀଷ ତୁଲୁସିୟାନ୍, ବିଶିଷ୍ଟ ସମାଜସେବୀ ବିଭୂତି ସାହୁ, ବାପି ମହାନ୍ତି, ମାତୃଶକ୍ତି ଶ୍ରୀମତି ମମୀତା ବେହେରା, ଶ୍ରୀମତି ସୁରଭୀ ସ୍ୱାଇଁ, ଲକ୍ଷ୍ମୀରାଣୀ ବରାଳ, କ୍ଷତ୍ରିୟ ସମାଜ ଚିନ୍ମୟ ସାମଲ, ବ୍ରାହ୍ମଣ ସମାଜ ଗିରିଧାରୀ ଶତପଥୀ, ନଗର ବୁଦ୍ଧିଜୀବି ପ୍ରକାଶ ମହାରଣା, ରଙ୍ଗାଧର ନାହାକ ଓ ହିନ୍ଦୁ ଏକତା ମଞ୍ଚ ତାଳଚେର ସଂଯୋଜକ ଜଗଦୀଶ ମହାପତ୍ରଙ୍କ ଦ୍ଵାରା ଶୋଭାଯାତ୍ରାକୁ ସୂଚାରୁ ରୂପେ ସମ୍ପନ୍ନ କରାଯାଇଥିଲା l
ସମଗ୍ର ତାଳଚେର ଖଣ୍ଡ ଓ ନଗର ର ହିନ୍ଦୁ ସମାଜକୁ ଜାଗୃତ କରିବା ପାଇଁ, ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ଶ୍ରୀନିବାସ ଖୁଣ୍ଟିଆ ଓ ବାଦଲ ମହାରଣା ଆହୁୱାନ୍ କରିଥିଲେ l
ଉକ୍ତ ସୂଚନା, ବିମର୍ଶ ଓ ପ୍ରଚାର ପ୍ରମୁଖ ଶ୍ରୀ ପର୍ଶୁରାମ ବାରିକ୍ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ, ୱେବ୍ ମିଡ଼ିଆକୁ ସୂଚନା ପ୍ରଦାନ କରିଥିଲେ l