ମୁଖ୍ୟ ଖବର

ଉଚ୍ଚ ସମୁଦ୍ରରେ ଇତିହାସ ରଚିଲେ ଅଭିଳାଷ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ନୌସେନା ଅଧିକାରୀ କମାଣ୍ଡର ଅଭିଳାଷ ଟମି ଉଚ୍ଚ ସମୁଦ୍ରରେ ଇତିହାସ ରଚିଛନ୍ତି। ୪୪ ବର୍ଷୀୟ ଅଭିଳାଷ ପ୍ରଥମ ଭାରତୀୟ ଓ ଏସୀୟ ଭାବେ ଗୋଲ୍‌ଡେନ୍‌ ଗ୍ଲୋବ୍‌ ରେସ୍‌କୁ ଶେଷ କରିବାରେ ସଫଳ ହୋଇଥିଲେ। ସେ ସୋଲୋ ଆରାଉଣ୍ଡ ଦ ୱାର୍ଲ‌୍ଡ ସେଲିଂ ରେସ୍‌‌ରେ ଦ୍ବିତୀୟ ସ୍ଥାନରେ ରହିଥିଲେ।ଏହି ରେସ୍‌ ଫ୍ରାନ୍ସର ଲେସ୍‌ ସାବଲେସ-ଡି’ଓଲୋନୋରୁ ଗତ ବର୍ଷ ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା। ୨୩୬ ଦିନ ପରେ ତାଙ୍କ ନୌକା ବାୟାନ୍ତ ଶନିବାର ଭାରତୀୟ ସମୟ ପୂର୍ବାହ୍ଣ ୧୦.୩୦ରେ ଫ୍ରାନ୍ସ ତଟରେ ପହଞ୍ଚିଥିଲା। ଏହି ପ୍ରତିଯୋଗିତାରେ ଦକ୍ଷିଣ ଆଫ୍ରିକାର ୪୦ ବର୍ଷିୟ ନୌଚାଳକ କ୍ରିଷ୍ଟନ ନ୍ୟୁସ୍କାଫର ପ୍ରଥମ ସ୍ଥାନରେ ରହିଥିଲେ।

Leave a Reply

Your email address will not be published. Required fields are marked *