ରାଜ୍ୟ

ସବୁ ସଫଳ ଛାତ୍ର ପଛରେ ଜଣେ ଶିକ୍ଷକଙ୍କ ହାତ ଥାଏ: ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ଵର: ସବୁ ସଫଳ ଛାତ୍ର ପଛରେ ଜଣେ ଶିକ୍ଷକଙ୍କ ହାତ ଥାଏ। ସବୁ ବର୍ଗର ସଫଳ ଲୋକଙ୍କ ସହ ଯୋଡି ହେବା ପାଇଁ ‘ସମ୍ବାଦ’ ଉଦ୍ୟମ କରେ। ପିଲାଙ୍କ ପାଠ ପଢ଼ାରେ ସହଯୋଗ ପାଇଁ ‘ଶିକ୍ଷା ସମ୍ବାଦ’ ପିଲାଙ୍କ ପାଇଁ ପ୍ରଶ୍ନ ତିଆରି କରୁଥିଲା। ଶିକ୍ଷକମାନେ ଏକାଠି ହେଲେ ପିଲାଙ୍କ ପାଠପଢ଼ାରେ ଥିବା ସମସ୍ୟାର ସମାଧାନର ବାଟ ବାହାରି ପାରିବ ବୋଲି ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ସ୍ଥାନୀୟ ରେଡକ୍ରସ ଭବନରେ ରବିବାର ‘ସମ୍ବାଦ ଡିଜିଟାଲ’ ଆନୂକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ‘ଅଗ୍ରୟୋଦ୍ଧି’ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ‘ସମ୍ବାଦ’ ଗ୍ରୁପ୍‌ର  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ଆକାଶ ବାଇଜୁର ଆଞ୍ଚଳିକ ନିର୍ଦ୍ଦେଶକ ଅଜୟ ବାହାଦୂର ସିଂ ଯୋଗଦେଇ ୬୨ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ, ସମ୍ବାଦ ଡିଜିଟାଲ ଦ୍ବାରା ପିଲାମାନଙ୍କୁ ସେମାନଙ୍କ ଲକ୍ଷ ସହ ଯୋଡ଼ି ହେବା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ଶିକ୍ଷକଙ୍କୁ କନକ ନ୍ୟୁଜ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି। ସେହିପରି ସମାଜ ପରିବର୍ତ୍ତନର ବାହାକ ହେଉଛନ୍ତି ଶିକ୍ଷକ, ଲୋକ ଶିକ୍ଷିତ ହେଲେ ପ୍ରଦୂଷଣ କମିବ। ଝିଅ ଶିକ୍ଷିତ ହେଲେ ଦେଶ ବିକଶିତ ହେଇପାରିବ। ତେଣୁ ଭଲ ପ୍ରଶ୍ନ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ବଦଳାଇ ପାରିବ ବୋଲି ଅଜୟ ବାହାଦୂର ସିଂ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ପୁନଶ୍ଚ ପୃଥିବୀର ନିମନ୍ତେ ବୃତ୍ତ ଚିତ୍ର ମାଧ୍ୟମରେ ସଚେତନତାର ବାର୍ତ୍ତା ଦିଆଯାଇଛି । ଏବେ କରୋନା ଠାରୁ ବଡ଼ ମହାମାରୀ ହେଉଛି ପ୍ରଦୂଷଣ। ତେଣୁ ସମ୍ବାଦ ଗ୍ରୁପ୍ ପୃଥିବୀର ସୁରକ୍ଷା ସହ ପରିବେଶ ପ୍ରଦୂଷଣ ମୁକ୍ତ ପାଇଁ ଏହିପରି ସଚେତନତା ଜାରି ରଖିଛି।

Leave a Reply

Your email address will not be published. Required fields are marked *