ରାଜ୍ୟ

ଥମିବାର ନାଁ ନେଉନି ଜାଲ ନୋଟ କାରବାର,ମୁଖ୍ୟ ମାଷ୍ଟର ମାଇଣ୍ଡ କିଏ ?

ବଲାଙ୍ଗୀର/ଟିଟିଲାଗଡ,

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳ ରେ ବିଗତ ଦିନରେ ଲକ୍ଷାଧିକ ଟଙ୍କା ର ଜାଲ ନୋଟ ଜବତ କରାଯାଇଥିବା ବେଳେ ସ୍ୱତନ୍ତ୍ର ଏସ ଟି ଏଫ୍ ଟିମ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରି ସବିଶେଷ ତଦନ୍ତ ଆରମ୍ଭ କରିଥିବା ସୁଚନା ଦେଇଥିଲା ।

ହେଲେ ଉକ୍ତ ଜାଲ ନୋଟ କାରବାର ର ମୁଖ୍ୟ ମାଷ୍ଟର ମାଇଣ୍ଡ ତଥା ଟିଟିଲାଗଡ ବଣିକ ସଂଘ ର ଜଣେ ବରିଷ୍ଟ ସଦସ୍ୟ ଙ୍କ ଏହି କାରବାର ରେ ସଂଶ୍ଳିଷ୍ଟ ଥିବା ଚର୍ଚ୍ଚା ଜୋର ଧରିି ଥିଲା । ହେଲେ ପରେ ଟିଟିଲାଗଡ ଓ କଣ୍ଟାବାଞ୍ଜି ସହର ର ଅନ୍ୟ ଦୁଇ ଅଣ ଓଡ଼ିଆ ବ୍ୟବସାୟୀ ଅର୍ଥ ବଳରେ ତଦନ୍ତ କୁ ଚପେଇ ଦେବା ଉଦ୍ୟମ କରି ଏହି କାରବାର ଛତିଶଗଡ ରାଜ୍ୟ ରୁ ଚଲେଇ ଥିବା ଦର୍ଶାଇବା ସହ ଜିଲ୍ଲା ର ଖପ୍ରାଖୋଲ ଆଦି କେତେକ ବ୍ୟକ୍ତି ଙ୍କୁ ହାତ ବାରିଶି କରି ନଗଦ ଟଙ୍କା ସହ କୋର୍ଟ ଚାଲାଣ କରାଯାଇ ନିଜେ ସୁରକ୍ଷିତ ରହିଥିବା ଗୋପନୀୟ ତଥ୍ୟ ନଜର କୁ ଆସିଛି ।
ବିଶେଷ ଦ୍ରଷ୍ଟବ୍ୟ ଯେ,ବିଗତ ଦିନରେ ଟିଟିଲାଗଡ ରେଳ ଷ୍ଟେସନ ରୁ ବିଭିନ୍ନ ଅଞ୍ଚଳ କୁ ଏହି ଜାଲ ନୋଟ୍ ଚାଲାଣ କରାଯାଇ ଆସୁଥିଲା । ସେହିପରି ସ୍ଥାନୀୟ ଟିଟିଲାଗଡ ବଣିକ ସଂଘ ର ଉକ୍ତ ବରିଷ୍ଟ ସଦସ୍ୟ ଟିଟିଲାଗଡ ରୁ ତାଙ୍କ ଚାରିଚକିଆ ଦାମୀ ଗାଡି ରେ ଏହି ଟଙ୍କା କଣ୍ଟାବାଞ୍ଜି ଚାଲାଣ କରି ଫେରି ଆସୁଥିବା ବେଳେ ଜଣେ ଡ୍ରାଇଭର ଯୁବକ ଓ କିଛି ଅନ୍ୟ ଯୁବକ ଡି ଏ ଭି କଲେଜ ନିକଟରେ ଗାଡି ଅଟକ ରଖିଥିବା ବେଳେ ତାଙ୍କୁ ୭୦ ହଜାର ଟଙ୍କା ଦେଇ ମାମଲା ଚପେଇ ଦେଇଥିଲେ । ଏହି କାରବାର ର ଚେର ପଡୋଶୀ ରାଜ୍ୟ ଗୁଡ଼ିକୁ ସଂଯୋଗ ରହିଥିବା ବେଳେ ପ୍ରକୃତ ଅଭିଯୁକ୍ତ ର ଟେର ପୋଲିସ୍ ପ୍ରଶାସନ ପାଇ ନ ପାରି କେବଳ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିବା ସାର ହେଉଛି।
ସେହିପରି ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଥାନାଧିକାରୀ ରଞ୍ଜନ କୁମାର ବରିହା ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଟିମ ଗଠନ କରି ରବିବାର ଦିନ ଟିଟିଲାଗଡ ନିକଟସ୍ଥ ନାରେନ ଗ୍ରାମର ଦୁର୍ଗା ମନ୍ଦିର ପଛପଟେ ଏହି ନକଲି ନୋଟ କାରବାରରେ ସଂପୃକ୍ତ ଥିବା ଚାରି ଜଣଙ୍କୁ ଟିଟିଲାଗଡ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ମୁରିବାହାଲ ସିଲେଟପଡ଼ାର ଖିରୋଦ ରଣା, କଳାହାଣ୍ଡି ଜିଲ୍ଲା କେ ଗାଁର ଛବିଲାଲ ବାଗ, କଳାହାଣ୍ଡି ଜିଲ୍ଲା ତୁର୍ପି ଗ୍ରାମର ତୁରାଙ୍ଗ ବାଗ, କଳାହାଣ୍ଡି ଜିଲ୍ଲା କେ ଗାଁର କେଶବ ଭୋଇ ବୋଲି ଏକ ପ୍ରେସ ମିଟ ରେ ସୁଚନା ଦିଆଯାଇଛି ।

ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଏହି ଚଢ଼ାଉ କିପରି ହୋଇଥିଲା ସେ ବିଷୟରେ କହିବା ସହ ସେମାନଙ୍କ ଠାରୁ ୧୦,୫୦,୪୦୦ ଟଙ୍କାର ଜାଲ ନୋଟ, ଭାରତୀୟ ଟଙ୍କା ୧,୧୨,୦୨୦ଟଙ୍କା, ଚାରୋଟି ମୋବାଇଲ ଫୋନ, ତିନୋଟି ମଟର ସାଇକେଲ ଜବତ କରାଯାଇଥିବା ସୂଚନା ମିଳିଛି । ଏହି ଜାଲ ନୋଟ କାରବାରରେ ଆଉ କିଏ, କିଏ ସଂପୃକ୍ତ ଅଛନ୍ତି ସେ ବିଷୟରେ ସବିଶେଷ ତଦନ୍ତ କରାଯିବା ପ୍ରକାଶ କରାଯାଇଛି । ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର,ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା ତଥା ସମସ୍ତ ପୋଲିସ୍ ଟିମ ଉପସ୍ଥିତ ଥିବା ବେଳେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ପ୍ରକାଶ ପାଇଥିଲା । ଏ ନେଇ ବିଭାଗୀୟ ମୁଖ୍ୟ ସଚିବ ନିଜେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି କାରବାର ର ମୁଖ୍ୟ ମାଷ୍ଟର ମାଇଣ୍ଡ କୁ ଯଥା ଶୀଘ୍ର ଗିରଫ କରିବା ନେଇ ବୁଦ୍ଧିଜବୀ ମହଲ ରେ ଦୃଢ଼ ଦାବି ହେଉଛି।

Leave a Reply

Your email address will not be published. Required fields are marked *