ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର ନେଇ ସ୍ୱତନ୍ତ୍ର ବୈଠକ,ଡାକ୍ତର ଖାନା ଛାଡି କୋଟି କୋଟି ଟଙ୍କା ଦୁର୍ନୀତି ଦେଖ , ମୁଖ୍ୟ ଚିକିତ୍ସାଧିାରୀ ।
ବଲାଙ୍ଗୀର/ଟିଟିଲାଗଡ,ତା୦୨-୦୫:
ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀ ଓ ମ୍ୟାଡିକାଲ ର କିଛି କର୍ମଚାରୀ ମିଶି ପ୍ରସୂତୀ ମହିଳା ଙ୍କ ପିନ୍ଧା ସୁନା ଅଳଙ୍କାର ବିକ୍ରୀ କରି ଲାଞ୍ଚ ଦେବା ଭଳି ଘଟଣା ବେଶ୍ ହଇଚଇ ସୃଷ୍ଟି ହୋଇଥିଲା।
ଏ ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ପ୍ରଦିପ ନାଏକ ଘଟଣା ର ସବିଶେଷ ତଦନ୍ତ ପାଇଁ ଡାକ୍ତରଖାନା ପରିସରରେ ପହଞ୍ଚି ଥିବା ବେଳେ ସେ ଖବର ପାଇ ଆସି ଆମ କ୍ୟାମେରା ଦେଖି ସୁଟିଂ କରୁଥିବା କହି ଥିଲେ । ଏପରିକି ଲକ୍ଷ,ଲକ୍ଷ କୋଟି, କୋଟି ଟଙ୍କା ର ଦୁର୍ନୀତି ଦେଖ ଏଇ ଡାକ୍ତର ଖାନା ରେ କମ୍ ଦୁର୍ନୀତି ହେଉଛି ଭଳି କହି ମୁଁହ ଲୁଚେଇ ଚାଲି ଯାଇଥିଲେ ।
ଆଦିବାସୀ ଅଧ୍ୟୁଷିତ, ନିରକ୍ଷର ସରଳ ଲୋକ ଙ୍କ ଠାରୁ ଏହି ଡ଼ାକ୍ତରଖାନାରେ ଲାଞ୍ଚ କାରବାର ବନ୍ଦ ପରିବର୍ତ୍ତେ ଲକ୍ଷ,ଲକ୍ଷ ଟଙ୍କା ର ଠିକାଦାର ଙ୍କ ନିକଟ କୁ ଯାଅ କହିବା କେତେ ଯୁକ୍ତିଯୁକ୍ତ?
ଏ ନେଇ ଆଜି ଏକ ସ୍ୱତନ୍ତ୍ର ବୈଠକ ବିଭାଗୀୟ କର୍ତ୍ତୃପକ୍ଷ ଆୟୋଜନ କରି ଥିବା ବେଳେ କଣ ନିଷ୍କର୍ଷ ବାହାରିବ ନା ଦୁର୍ନୀତି ଲାଗି ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।