ରାଜ୍ୟ

ନକଲି ସୁନା ଶଙ୍ଖ ବିକ୍ରିଆଳରେ ଦୁଇ ଗିରଫ ମୋଇଦଲପୁର ପୋଲିସ କୁ ମିଳିଛି ବଡ଼ ସଫଳତା

ନବରଙ୍ଗପୁର- ନକଲି ସୁନା ଶଙ୍ଖ କୁ ଅସଲି କହି ବିକୁଥିଲା ଯୁବକ । ଅଧିକ ଟଙ୍କା ପାଇବା ଆଶାରେ ନକଲି ସୁନା ଶଙ୍ଖ ଦେଇ ଅନ୍ୟକୁ ଫସାଇବା ପାଇଁ ଯୁବକ ଉଦ୍ୟମ କରିଥିଲେ । ଅଳ୍ପ ଦିନରେ ପଇସା ରୋଜଗାର ର ପନ୍ଥା ବାଛି ନେଇ ଥିଲେ ଯୁବକ ।କିନ୍ତୁ ସଫଳ ହେଇ ପାରିଲାନି ତାଙ୍କ ସ୍ୱପ୍ନ ।ହେଲେ ଫସିଲେ ନିଜେ ।ଏହି ଦୃଶ୍ୟ ରହିଛି ପାପଡାହାଣ୍ଡି ବ୍ଲକ ମୋଇଦଲପୁର ଥାନା ଅଞ୍ଚଳରେ ।ସୂଚନା ପ୍ରକାରେ ମୋଇଦଲପୁର ଥାନା ଚନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ମିରଗାନ ସୁନା ଶଙ୍ଖ ଦେବି କହି ମଧ୍ୟପ୍ରଦେଶ ଅଞ୍ଚଳର କିଛି ବ୍ୟକ୍ତିଙ୍କ ଠାରୁ 40 ହଜାର ଟଙ୍କା ଅଗ୍ରୀମ ଆଣିଥିଲା ।କମ ଦରରେ ସୁନା ଶଙ୍ଖ ପାଇବା ଆଶାରେ ଟଙ୍କା ଦେଇଥିବା ବ୍ୟକ୍ତି ମାନେ ମୋଇଦଲପୁର ଅଞ୍ଚଳକୁ ଆସୁଥିଲେ ।ଶେଷରେ ରବୀନ୍ଦ୍ର ଏମାନଙ୍କୁ ନକଲି ସୁନା ଶଙ୍ଖ ଦେଇଥିଲେ ।ନିଜ ଗାଁରେ ଟଙ୍କାର ମୁଲଚାଲ ହେବ କହି ମଧ୍ୟପ୍ରଦେଶ କୋଣ୍ଡାଗାଁ ନେଇ ଯାଇଥିଲେ ।ଯେତେବେଳେ ସେମାନେ ଯାଞ୍ଚ କଲେ ସତେବେଳେ ନକଲି ସୁନା ଜାଣିବା ପରେ 6 ଲକ୍ଷ ଦେଲେ ଛାଡ଼ିବୁ ବୋଲି ରବୀନ୍ଦ୍ର ଙ୍କ ପତ୍ନୀଙ୍କୁ ଫୋନ କରିଥିଲେ ।ଅନ୍ୟପଟେ ରବୀନ୍ଦ୍ର ନିଖୋଜ ଥିବାରୁ ପତ୍ନୀ ମୋଇଦଲପୁର ଥାନାରେ ଅଭିଯୋଗ କରିଥିଲେ। ରବିନ୍ଦ୍ରର ପତ୍ନୀଙ୍କ ଅଭିଯୋଗ ପ୍ରକାରେ ନବରଙ୍ଗପୁର ଏସ ପି – ଏସ ଶୁଶ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡିପିଓ ଆଦିତ୍ୟ ସେନ,ନଟବର ନନ୍ଦ,ଶିବଜୀ ପଣ୍ଡା ଓ ପୋଲିସ ଟିମ ଗଠନ କରି ମଧ୍ୟପ୍ରଦେଶ ଅଞ୍ଚଳର କୋଣ୍ଡାଗାଁ କୁ ଯାଇ ଏକ କୋଠରୀ ଭିତରୁ ରବିନ୍ଦ୍ରକୁ ଉଦ୍ଧାର କରିଥିଲେ ।ତା ସହିତ ସେମାନଙ୍କ ସହ କାର୍ଯ୍ୟ କରୁଥିବା ଏକ ବାବା ବିଦ୍ୟା ସାଗର କୁ ବି ଗିରଫ କରିବାରେ ସଫଳ ହୋଇଥିଲା ମୋଇଦଲପୁର ପୋଲିସ ।ସେହିପରି ରବିନ୍ଦ୍ରଙ୍କ ନାମରେ ଏକାଧିକ ମାମଲା ରହିଥିବା ସୂଚନା ଦେଇଛି ପୋଲିସ ।ଏହି ଦୁଇ ଜଣଙ୍କୁ ଗିରଫ କରି ଆଉ ତଦନ୍ତ କଲାପରେ ଅନ୍ୟ ଅପରାଧୀଙ୍କୁ ମଧ୍ୟ ଧରିବାକୁ ସୂଚନା ଦେଇଛି ପୋଲିସ ।

Leave a Reply

Your email address will not be published. Required fields are marked *