ରାଜ୍ୟ

ଆପେକ୍ସ ବଡି ଅଫ ୱର୍କିଙ୍ଗ ଜନାରଲିଷ୍ଟ ଏସୋସିଏସନ ଅଫ ଇଣ୍ଡିଆର ସାଧାରଣ ବୈଠକ ଅନୁଷ୍ଠିତ ଏବଂ ସର୍ବ ଭାରତୀୟ କାର୍ଯ୍ୟରତ ସାମ୍ବାଦିକଙ୍କ ସାଧାରଣ ବୈଠକ

ରାୟପୁର :-
ରାୟପୁରସ୍ଥିତ ବୃନ୍ଦାବନ ହଲରେ ଆପେକ୍ସ ଜନାରଲିଷ୍ଟ ଏସୋସିଏସନ ଅଫ ଇଣ୍ଡିଆର ସାଧାରଣ ବୈଠକ ତଥା ଜନାରଲିଷ୍ଟ ଓ ଭାରତରେ ପ୍ରତ୍ୟେକ ନାଗରିକଙ୍କର ଦେଶ ଗଠନ କରିବାରେ ବିଷୟ ବସ୍ତୁକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ମିଶ୍ରଙ୍କର ସଭାପତିତ୍ୱ ରେ, ବରିଷ୍ଠ ଆଇନଜୀବି ତଥା ଅନୁଷ୍ଠାନର ଆଇନ ପରାମର୍ଶ ଶ୍ରୀମତୀ ନିବେଦିତା ମିଶ୍ର, ବରିଷ୍ଠ ଲେଖକ ଓ କବି ଗୋବର୍ଦ୍ଧନ ପାଣିଗ୍ରାହୀ, ସାମ୍ବାଦିକ ବିଜୟ ପାଣ୍ଡେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ I ବରିଷ୍ଠ ସାମ୍ବାଦିକ ରାମ ପ୍ରସାଦ ବଖେଲ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲା I ଅନୁଷ୍ଠାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନଙ୍କୁ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ, ଲଖ୍ୟ ତଥା ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ବଦ୍ଧରେ ଜଣାଇଥିଲେ I ସମସ୍ତ ସାମ୍ବାଦିକ ବନ୍ଧୁ ଏକତ୍ରିତ ହୋଇ ସାମ୍ବାଦିକ ମାନଙ୍କର ଆର୍ଥିକ ତଥା ସମସ୍ତ ପ୍ରକାର ଉନ୍ନତି ପାଇଁ ସମସ୍ତଙ୍କୁ ନେଇ “ଆୱାଜ ଅଫ ଇଣ୍ଡିଆ ” ଏବି ଓ ବ୍ଲୁ ଜେଏ ଆଇ ଗଠନ କରାଯାଇଛି ବୋଲି କହିଥିଲେ I ସାମ୍ବାଦିକ ମାନେ ପ୍ରକୃତରେ ଚତୁର୍ଥ ସ୍ତମ୍ଭଠୁ ମଧ୍ୟ ଉର୍ଦ୍ଧ , ସାମ୍ବାଦିକ ମାନେ ପ୍ରକ୍ରୁୱାଟରେ ନ୍ୟାୟ ମୂର୍ତ୍ତି ପରି ଯେହେତୁ ସାମ୍ବାଦିକ ମାନେ ସବୁ ପ୍ରକାର ବାଧା ବିଘ୍ନ ଘାତ ପ୍ରତିଘାତ ଅତିକ୍ରମ କରି ଅସହାୟ, ଗରିବ ତଥା ସମାଜର ଯେ କୌଣସି ବ୍ୟକ୍ତି ପ୍ରତି ଅନ୍ୟାୟ ହୋଇଥିଲେ ତାହାକୁ ଅନୁସନ୍ଧାନ ଓ ତର୍ଜମା କରି କଲମ ମୁନରେ ଖବର କାଗଜରେ ସତ୍ୟ ପ୍ରକାଶ କରି ନ୍ୟାୟ ଆଣିଦେଇଥାଏ i ସାମ୍ବାଦିକ ମାନଙ୍କର ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି ତେଣୁ ଆମେ ଭୟଭୀତ ନ ହୋଇ ନିର୍ଭୀକ ଭାବରେ ସାମ୍ବାଦିକତା କରି ଚାଲିବାକଥା I ଯେହେତୁ ସମ୍ବାଦପତ୍ର ସମାଜର ଦର୍ପଣ ତେଣୁ ଭୂଲ ସମାଚାର ବା ତଥ୍ୟ ସମାଜକୁ ଯିବା କଥା ନୁହେଁ I ଆଜି ପର୍ଯ୍ୟନ୍ତ ଯେହେତୁ ସମ୍ବିଧାନର ଅନ୍ୟ ତିନି ସ୍ତମ୍ଭ ମୁହଁରୁ ସାମ୍ବାଦିକ ମାନଙ୍କୁ ସମ୍ବିଧାନର ଅନ୍ୟ ତିନି ସ୍ତମ୍ଭ କେବଳ, କିନ୍ତୁ କାଗଜ କଲମରେ ସରକାର ସାମ୍ବାଦିକମାନଙ୍କୁ ଚତୁର୍ଥ ସ୍ତମ୍ଭର ସରକାର ସ୍ୱୀକୃତି ଦେଇନାହିଁ, ଆମେ ସମସ୍ତେ ଏକ ଜୁଟ ହୋଇ ସରକାରଙ୍କ ଠାରେ ଦାବି ଉପସ୍ଥିତ କରିବା ଏବଂ ଯେହେତୁ ୨୦୨୪ ସାଲରେ ସାଲରେ ସାଧାରଣ ନିର୍ବାଚନ ହେବ , ସରକାର ନିଶ୍ଚିତ ସରକାର ନିଶ୍ଚିତ ଭାବରେ ବାଧ୍ୟ ହୋଇ ସାମ୍ବାଦିକ ମାନଙ୍କୁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଭାବରେ ମାନ୍ୟତା ଦେବା ଆମ ହାତରେ କାଗଜ କଲମ ଅଛି I ଆମେ ସରକାରର ସମସ୍ତ ପ୍ରକାର ଭୁଲ ତଥା ଅନ୍ୟାୟ ଅତ୍ୟାଚାର ନିରୀହ ପ୍ରତି ହଇରାଣ ହରକତକୁ କାଗଜ କଲମ ମାଧ୍ୟମରେ ପ୍ରକାଶିତ କରି ସରକାରଙ୍କୁ ଭାଙ୍ଗି ଦେଇ ପାରିବIଓ ସରକାର ବାଧ୍ୟ ହୋଇ ଚତୁର୍ଥ ସ୍ତମ୍ଭରେ ସ୍ୱୀକୃତି ଦେବେ I ରାୟପୁର ପ୍ରେସକ୍ଳବ ସଭାପତି ଦାମୁ ଅମ୍ବେଦIରେ , ବରିଷ୍ଠ ସାମ୍ବାଦିକ ତଥା ଅମରିତ ସନ୍ଦେଶ ହିନ୍ଦୀ ଦୈନିକ ଖବର କାଗଜର ପୂର୍ବତନ ସମ୍ପାଦକ ବାବୁଲାଲ ଶର୍ମା, ବରିଷ୍ଠ ସାମ୍ବାଦିକତା ହିରହାନ୍ଦ୍ରୀ, ଜୟଶଙ୍କର ପଟ୍ଟନାୟକ, ରାମ ପ୍ରସାଦ କଘେଲ, ମୁରଲୀ ବେହେରା ସହ ସଙ୍ଗଠନ ସମ୍ପାଦକ, ସାମ୍ବାଦିକ ବଂଶୀଧର ମୁଦୁଲି, ଅରଧେନ୍ଦୁ ସରକାର, ସୁଶାନ୍ତ ଦାଶ, ସାଥୀ ବିଶ୍ୱାସ, ସଂଜିତ ବିଶ୍ୱାସ, ସିତାସିଂ, ଡ. ଅଭIଶର୍ମା, ବରିଷ୍ଠ ଆଡ଼ଭୋକେଟ ଉମାକାନ୍ତ ମିଶ୍ର, ପ୍ରଫେସରଡ . ଦେବଦତ୍ତ ପୃଷ୍ଟି, ଯୋଗେଶ ତିୱାରୀ, ରାଜେଶ ତେଲିୱାନ, ହେମନ୍ତ ଯାଦବ ,ଓମ ଅଗ୍ରୱାଲ, କବିତା ବାନାର୍ଜୀ, ପ୍ରତାପ ସିଂ, ହରଲୀନ କଭର, କ୍ରିଷ୍ଣକାନ୍ତ ବରମା, ମହାବୀର ସିହ୍ନI, ଭରତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ I “ଆହ୍ଵାନ” ଇଣ୍ଡିଆ ସମସ୍ତଙ୍କୁ ଜଣାଇଥିଲେ ଯେ ଏଣିକି ପ୍ରଧାନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଏମ .ଏଲ. ଏ ,ଏମ. ପି ବା କୌଣସି ରାଜନୈତିକ ନେତା ମାନଙ୍କୁ ନିମନ୍ତ୍ରଣ କରିବ ନାହିଁ I “ଆୱାଜ ଇଣ୍ଡିଆର”ଜାତୀୟ ସଙ୍ଗଠନ ସମ୍ପାଦକ ମହେଶ୍ୱର ସେଠୀ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ I ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ସାମ୍ବାଦିକଙ୍କର ମତ ହେଲା ଦେଶ ଗଠନରେ ସମସ୍ତଙ୍କର କିଛି ନI କିଛି ଭୂମିକା ରହିଛି I ଶେଷରେ ସମାଜ ସେବୀ ତଥା ମନସ୍ତତ୍ତ୍ୱବିତ ବା ମନ ବୈଜ୍ଞାନିକ ଶ୍ରୀୟା ମିଶ୍ର ଧନ୍ୟବାଦ ଦେଇଥିଲେ I “ଆୱାଜ ଇଣ୍ଡିଆର” ଆଗାମୀ ବୈଠକ ହାଇଦ୍ରାବାଦ ଓ ତା ଆଗରୁ ଭୁବନେଶ୍ୱର ସ୍ଥିତ “ମେଫେୟାର” ହୋଟେଲରେ ଏକ ବଡ ଧରଣର “ଗେଟ ଟୁ ଗେଦର ” ହେବ ଓ “ଜଗତର ନାଥ ଜଗନ୍ନାଥଙ୍କ ” ଆଶୀର୍ବାଦ ନେବା ପାଇଁ ସମସ୍ତଙ୍କୁ ପୁରୀ ଦର୍ଶନ କରାଯିବ I

Leave a Reply

Your email address will not be published. Required fields are marked *