ଉନ୍ନତ କୃଷି ହିଁ ପ୍ରଗତିଶୀଳ ରାଷ୍ଟ୍ର ଗଠନର ମୂଳଦୂଆ : ଡ଼ ପଟ୍ଟନାୟକ
ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସବୁସମୟରେ କାର୍ଯ୍ୟ କରି ଆସୁଛନ୍ତି । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଓ କୃଷକର ବିକାଶକୁ ମୂଳମନ୍ତ୍ର ଭାବରେ ବିବେଚନା କରି ୨୦୧୮ରୁ କୃଷି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣ । କୃଷି ଛାତ୍ରମାନଙ୍କ ଦ୍ୱାରା ପରିକଳ୍ପିତ ଏ ପତ୍ରିକା ଗାଁ ଗାଁରେ ଚାଷୀମାନଙ୍କୁ ଜୈବିକ ଚାଷ ରେ ଯୋଡ଼ିବା ସହ ସେମାନଙ୍କ ମଧ୍ୟରେ କର୍ମକୁଶଳତା ବୃଦ୍ଧି କରିବା ଦିଗରେ ସତ ଚେଷ୍ଟିତ । ସରକାରାଙ୍କ ଦ୍ୱାରା ଆନିତ କୃଷି ଯୋଜନା ଗୁଡ଼ିକୁ କିପରି ଚାଷୀ ମାନଙ୍କ ପାଖରେ ସହଜରେ ପହଁଚିପାରିବ ଓ ଏହାର ପ୍ରକୃତ ଲାଭାର୍ଥି ଚାଷୀ ମାନେ ହୋଇପାରିବେ , ସେ ଦିଗରେ ଦୀର୍ଘ ୫ବର୍ଷ ହେବ କାମ କରୁଛି । ପତ୍ରିକାରୁ ପ୍ରତିଷ୍ଠାନ ହୋଇ ଏବେ ଚାଷୀ ମାନଙ୍କ ନିକଟତର ହୋଇ ସେମାନଙ୍କ ମଧ୍ୟରେ ଦିନିକିଆ କୃଷକ ସଚେତନତା ଶିବିର , ମିଲେଟ ମିଶନକୁ ପ୍ରୋତ୍ସାହନ ଦେଇ ମାଣ୍ଡିଆର କର୍ମଶାଳା ଏବଂ ମାଛ ଚାଷୀ ମାନଙ୍କୁ ଅନେକ ପ୍ରକାରର ତାଲିମ ପ୍ରଦାନ କରାଯାଉଛି । ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ପ୍ରାଲି ଏବେ ଚାଷୀ ମାନଙ୍କ ମଧ୍ୟରେ ଜୈବିକ କୃଷିକୁ ଅଧିକ ଲୋକପ୍ରିୟ କରାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଇବା ସହ ଏବେ ସୁଦ୍ଧା ପ୍ରାୟ ୧୨ଟି ଜିଲ୍ଲାରେ ଚାଷୀ ମାନଙ୍କୁ ନୂଆ କୃଷି ଜ୍ଞାନ କୋ÷ଶଳ ଉପରେ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ କୃଷି ଛାତ୍ରମାନଙ୍କ ଦ୍ୱାରା ପରିକଳ୍ପନାରେ ମଇ ୭, ରବିବାର ଭୁବନେଶ୍ୱରର ରେଡ଼କ୍ରସ ଭବନ ଠାରେ କୃଷି କନ୍କ୍ଲେଭ ଆୟୋଜିତ ହୋଇଯାଇଛି । ରାଜ୍ୟର କୃଷ କ ଓ ଯୁବକ ମାନଙ୍କୁ ଏକାଠି କରି କୃଷିର ବିକାଶ ଦିଗରେ ଆଲୋଚନା ହୋଇଛି । ଆନ୍ତଜାର୍ତୀୟ ମିଲେଟ ବର୍ଷ ପାଇଁ ଭୋଜନରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ସମାବେଶକୁ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ ଉଦଘାଟନ କରି କୃଷିର ବିକାଶ କିପରି ରାଷ୍ଟ୍ର ଗଠନର ମୂଳଦୁଆ ସେ ଦିଗରେ ଆଲାକପାତ କରିଥିଲେ । ମୁଖ୍ୟ ବକ୍ତା ଭାବରେ କୃଷି ସମ୍ପ୍ରସାରଣ ଅଧ୍ୟକ୍ଷ ଡ଼ ପ୍ରସନ୍ନଜିତ ମିଶ୍ର ଜୈବିକ କୃଷିର ବିକାଶ ଦିଗରେ ନିଜର ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋଡର଼୍ ସଦସ୍ୟ ଡ଼ଃ ପ୍ରସନ୍ନ ପାଟ୍ଟଶାଣୀ , ଶ୍ୟାମଳ ସୁବର୍ଣ୍ଣ ଗ୍ରୁପ୍ ର ଉପଦେଷ୍ଟା ପ୍ରଶାସକ ସୋ÷ମ୍ୟଶ୍ରୀ ପାଣିଗ୍ରାହୀ ତଥା ବରିଷ୍ଠ ସାମ୍ବାଦିକ ଡ଼ ପବିତ୍ର ମୋହନ ସାମନ୍ତରାୟ ଯୋଗ ଦେଇଥିଲେ । ଏହି କନକ୍ଲେଭ ରେ ସଫଳ ଚାଷୀ ଭାବରେ ଛାୟାରାଣୀ ସାହୁ , ଉପେନ୍ଦ୍ର ବିଶ୍ୱାଳ ଓ ଜ୍ଞାନ ରଂଜନ ଦାସ ତଥା ଯୁବ ଲେଖିକା ଭାବରେ କ୍ରିଷ୍ଣା ଲିଣ୍ଟାସ ବେହେରା , ଓୟୁଏଟିର ଅନିଲ ମିଶ୍ର, ସେଂଚୁରିଆନ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସତ୍ୟ ପ୍ରକାଶ ନନ୍ଦ , ଆଇଜି ଡ୍ରୋନର ମୁଖ୍ୟ ବୋଧିସତ୍ତ୍ୱ ସଂଘପ୍ରିୟ ତଥା ଶ୍ରେଷ୍ଠ ଉଦ୍ୟୋଗୀ ଭାବରେ ଦେବତାନୁ ବର୍ମନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦସହ ତିନୋଟି ପ୍ୟାନେଲ ଯଥା- ସଫଳତାର ଶୀର୍ଷରେ ମାଣ୍ଡିଆର ମହକ, କୃଷି ଉଦ୍ୟୋଗୀକରଣ-ଏକ ବିହଙ୍ଗବାଲୋକନ , ଓଡ଼ିଶାର ମତ୍ସ୍ୟ ସଂପଦ ବିକାଶ- ସ୍ୱପ୍ନ ଓ ସମ୍ଭାବନା ଶୀର୍ଷକରେ ଆୟୋଜନ କରାଯାଇଥିଲା କୃଷି , କୃଷକ ଓ ବୈଜ୍ଞାନିକ ମାନଙ୍କର ସମନ୍ୱୟ ସହ ଏହି କନକ୍ଲେଭରେ ସାରା ଓଡ଼ିଶାରୁ ୧୫୦ରୁ ଉଦ୍ଧ୍ୱର୍ ଚାଷୀ , କୃଷି ଛାତ୍ରଛାତ୍ରୀ ,କୃଷି ବୈଜ୍ଞାନିକ ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଭୁବନାନନ୍ଦ ଅଧିକାରୀ , ଶୁଭଶ୍ରୀ ସାହୁ ଓ ପ୍ରଜ୍ଞା ପରମିତା ସଂଚାଳନ କରିଥିଲେ ।