କନଷ୍ଟିଚ୍ୟୁସନ କ୍ଲବରେ ପୁସ୍ତକ ଲୋକାର୍ପଣ ଉତ୍ସବ
ନୂଆଦିଲ୍ଲୀ,: ଆସନ୍ତା ୧୪ ତାରିଖ ପୂର୍ବାହ୍ଣ ୧୦.୩୦ ଘଟିକାରୁ ଅପରାହ୍ଣ ୧.୦୦ ଘଟିକା ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ଆମ୍ବେଦର ଇଣ୍ଟରନେସନାଲ ସେଣ୍ଟର ଓ ସିଏଚଆରସି ଓଡ଼ିଶାର ମିଳିତ ସହଯୋଗରେ ଚାରିଗୋଟି ଇଂରାଜୀ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଜଳବିକାଶ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିସେଶ୍ୱର ଟୁଡୁ ମୁଖ୍ୟଅତିଥି, ବରିଷ୍ଠ ଆଇପିଏସ ଅଧିକାରୀ ତଥା ନୂଆଦିଲ୍ଲୀସ୍ଥିତ ପୋଲିସ ରିସର୍ଚ୍ଚ ଓ ଡେଭଲପମେଣ୍ଟ ବ୍ୟୁରୋର ନିର୍ଦ୍ଦେଶିକା ଶ୍ରୀମତୀ ରେଖା ଲୋହାନୀ ସ୍ୱତନ୍ତ୍ର ଅତିଥି, ଦୈନିକ ପର୍ଯ୍ୟବେକ୍ଷକ ଓ ଦି କଳିଙ୍ଗ କ୍ରୋନିକିଲ ସମୁହର ମୁଖ୍ୟ ସମ୍ପାଦକ ଡକ୍ଟର ପବିତ୍ରମୋହନ ସାମନ୍ତରାୟ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ୍ତ କୁମାର ଚୌଧୁରୀ, ପଦାର୍ଥ ବିଜ୍ଞାନୀ ତଥା ଶିକ୍ଷାବିତ୍ ଡକ୍ଟର ସୁଶାନ୍ତ ଦାସ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଆମ୍ବେଦକର ଇଣ୍ଟରନ୍ୟାସନଲ କେନ୍ଦ୍ରର ସଭାପତି ତଥା ପୂର୍ବତନ ପୋଲିସ ଉପମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ ଉକ୍ତ ଉତ୍ସବରେ ପୌରୋହିତ୍ୟ କରିବେ । କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ କାଳିଚରଣ ସିଂ ଧନ୍ୟବାଦ ଅର୍ପଣ କରିବେ