ରାଜ୍ୟ

୬୨ ପ୍ରକାର ଆଦିବାସୀ ସମ୍ପ୍ରଦାୟ ତଥା ରାଜ୍ୟ ର ୧ କୋଟି ଆଦିବାସୀ ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର ରେ ରାଜ୍ୟ ସ୍ତରୀୟ ଆଦିବାସୀ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ଦାବୀ,ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ l

ବଲାଙ୍ଗିର :
ପାଟଣାଗଡ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ପାଟଣାଗଡ ବ୍ଲକ ସଭାପତି ଅସ୍ତରତ୍ନ ବରିହା ଙ୍କ ସଭାତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇଥିଲେ l ସାଂସଦ ଶ୍ରୀ ବିଶି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l କିସ କୀଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଆହ୍ୱାନ କ୍ରମେ ଆସନ୍ତା ମଇ 17 ରେ ହେବାକୁ ଥିବା ଆର୍ଟ ଅଫ ଗିଭିଙ୍ଗ ଦିବସ ସମସ୍ତ ବ୍ଲକ ଓ ଜ଼ିଲ୍ଲା ମୁଖ୍ୟାଳୟ ରେ ପାଳନ କରିବାକୁ ସ୍ଥିର କରାଯାଇଛି l ନକଲି ଆଦିବାସୀ ସମସ୍ୟା, ଆଦିବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସମସ୍ୟା , ଶିକ୍ଷା ଅଧିକାର ଆଇନ ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ଗୁଣାତ୍ମକ ଶିକ୍ଷା ପ୍ରଦାନ, ଆଦିବାସୀ ମହିଳା ସ୍ୱୟଂ ସହାୟକ ଦଳ ଗୁଡିକୁ ପାଞ୍ଚ ଲକ୍ଷ ସରକାରୀ ଋଣ ଯୋଜନାରେ ପଚାଶ ପ୍ରତିଶତ ରିହାତି ପ୍ରଦାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ଆଦିବାସୀ ମାନଙ୍କ ଅର୍ଥନୈତିକ ବିକାଶ, ପ୍ରତ୍ୟେକ ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତ୍ୟେକ ଆଦିବାସୀ ଙ୍କୁ ଆବାସ ପ୍ରଦାନ, ଆଦିବାସୀ ଇଲାକାରେ ନେଟୱାର୍କ ସ୍ଥାପନ, ପାଟଣାଗଡ ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, ଓଡିଶା ର ୬୨ ପ୍ରକାର ଆଦିବାସୀ ସମ୍ପ୍ରଦାୟ ତଥା ରାଜ୍ୟ ର ୧ କୋଟି ଆଦିବାସୀ (ଜନସଂଖ୍ୟା )ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର ରେ ରାଜ୍ୟ ସ୍ତରୀୟ ଆଦିବାସୀ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା, ପ୍ରତି ଜ଼ିଲ୍ଲା ରେ ଆଦିବାସୀ କଲ୍ୟାଣ ଭବନ ନିର୍ମାଣ, ଆଦିବାସୀ ଧର୍ମପୀଠ, ପୂଜାସ୍ଥଳୀ ର ସୁରକ୍ଷା, ରକ୍ଷଣା ବେକ୍ଷଣା ମରାମତି, ଆଦିବାସୀ ମାନଙ୍କ ଜୀବନ ଜୀବିକା ତଥା ଆର୍ଥିକ ମାନଦଣ୍ଡ ର ଉତ୍ସ କେନ୍ଦୁପତ୍ର ରୁ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବା ଜ଼ିଲ୍ଲା ର ୩୫ ଟି ଆଦିବାସୀ କନ୍ୟାଶ୍ରମ, ଆଶ୍ରମ, ସେବlଶ୍ରମ ଗୁଡିକୁ ଦ୍ୱାଦଶ ପର୍ଯ୍ୟନ୍ତ ଅପ ଗ୍ରେଡ଼ କରିବା, ଦ୍ୱାଦଶ ପର୍ଯ୍ୟନ୍ତ ଥିବା ମାଲପଡା, ଚୂଡ଼ାପାଲି, ରାମଚନ୍ଦ୍ର ପୁର, ରାମପୁର ସେବଶ୍ରମ କୁ ପୋଷ୍ଟ ଗ୍ରାଜୁଏଟ ପର୍ଯ୍ୟନ୍ତ ଆର୍ଟ୍ସ, ସାଇନ୍ସ, କମର୍ଶ କୋର୍ସ ଷ୍ଟ୍ରିମ ଅନୁମୋଦନ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପଦକ୍ଷେପ ନେବାକୁ ପ୍ରସ୍ତାବ ଆଲୋଚନା କରାଯାଇଥିଲା l ଆଦିବାସୀ ମାନଙ୍କ ପ୍ରତି କେନ୍ଦ୍ର ସରକାର ଙ୍କ ଅବହେଳା, ଉପେକ୍ଷା, ପlତରଅନ୍ତର ନୀତି କୁ ନିନ୍ଦା କରାଯାଇଥିଲା l ଆଦିବାସୀ ମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ଜନିତ ଦାବୀ ଗୁଡିକ ପୂରଣ ନ ହେଲେ ଏକ ମାସ ପରେ ଆଦିବାସୀ ଆନ୍ଦୋଳନ ଭାୟାବହ କରାଯିବ ବୋଲି ବୈଠକ ରେ ସ୍ଥିର କରାଯାଇଥିଲା l ବୈଠକ ରେ ଅଷ୍ଟରତ୍ନ ବରିହା, ନଗର ସଭାପତି ଚନ୍ଦ୍ରମଣି ଶବର, ଭୁବନେଶ୍ୱର କୁଅଁର, ବସନ୍ତ ମାଝୀ, ସାରଥୀ ବାଗ, ଟିକେଶ୍ୱର ଧରୁଆ, ନାରୀ ନେତ୍ରୀ ଲକ୍ଷ୍ମୀ ଶବର, ସତ୍ୟଭାମା ମାଝୀ, ଘନ ଭୋଇ, ଲେକୃ ଧରୁଆ, ଚନ୍ଦ୍ରଶେଖର ବରିହା, ଜଗ ଜୀବନ ଭୋଇ, ଧୂବଳେଶ୍ୱର ଭୋଇ, ଜଳଧର ଧରୁଆ, ହୃଷିକେଶ ଭୋଇ, ଝସକେତନ ଧରୁଆ,ଧରମ ସିଂ ଧରୁଆ, ଗୌରାଙ୍ଗ ବରିହା, ଡମ୍ବରୁଧର ଧରୁଆ, ମିନିକେତନ ମାଝୀ, ଟିକେଶ୍ୱର ମିର୍ଧା,ଲଳିତ ମଲ୍ଲିକ, ଦୁର୍ୟୋଧନ ବର୍ଗେ,ସହିତ ସମସ୍ତ ଆଦିବାସୀ ନେତା କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *