ଏସୟୁଜେ ପକ୍ଷରୁ ଜାତୀୟ ସାମ୍ବାଦିକ ୟୁନିଅନର ୫୧ ତମ ପ୍ରତିଷ୍ଠା ଦିବସ ପାଳନ:
ଫୁଲନଖରା ତା୨୩।୦୧: ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଓଡ଼ିଶା ପକ୍ଷରୁ କଟକ ଜିଲ୍ଲାର ଫୁଲନଖରା ଠାରେ ଜାତୀୟ ସାମ୍ବାଦିକ ୟୁନିଅନ (ଏୟୁଜେଆଇ) ର ୫୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏସୟୁଜେ ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା କ୍ରମେ ଏହି କାର୍ଯ୍ୟକ୍ରମରେ ଜାତୀୟ ସାମ୍ବାଦିକ ୟୁନିଅନର ସମ୍ପାଦକ ଅଜୟ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ଆମ ରାଜ୍ୟ ଠାରୁ ଆରମ୍ଭ କରି ସମଗ୍ର ଦେଶରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ସାମାଜିକ, ବୃତ୍ତିଗତ ଓ ବୃତ୍ତିଗତ ସୁରକ୍ଷା ପ୍ରତି ବର୍ତ୍ତମାନ କିପରି ଆହ୍ୱାନ ସୃଷ୍ଟି ହୋଇଛି ସେ ନେଇ ଆଲୋଚନା କରିଥିଲେ। ତେବେ ଏହି ସର୍ବ ଭାରତୀୟ ସଂଗଠନ ଦେଶର ସାମ୍ବାଦିକ ମାନଙ୍କ ସ୍ଵାର୍ଥ ରକ୍ଷା ଓ ସୁରକ୍ଷାପାଇଁ ଅହରହ କାର୍ଯ୍ୟ କରି ଆସୁଥିବାବେଳେ କେନ୍ଦ୍ର ସରକାର ଖୁବଶିଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ପ୍ରତ୍ୟେକ କାର୍ଯ୍ୟରତ ଏବଂ କାର୍ଯ୍ୟ ରୁ ବିରତ ନେଇଥିବା ସାମ୍ବାଦିକ ଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ର ଭତ୍ତା ଓ ପେନସନ ପ୍ରଦାନ, ଜାତୀୟ ସ୍ତରରେ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ, ଓଡ଼ିଶା ରାଜ୍ୟ ସରକାରଙ୍କ ପରି କୋଭିଡେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ଦାବି ଶ୍ରୀ ସାହୁ ଙ୍କ ସମେତ ଅନ୍ୟ ନେତୃବୃନ୍ଦ ଦାବି କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରାକ୍ତନ ଜାତୀୟ ଉପସଭାପତି ପ୍ରଶାନ୍ତ କୁମାର ପାଢ଼ୀ ଏନୟୁଜେ ଗଠନ ର ଇତିହାସ ସମ୍ପର୍କରେ ବିସ୍ତୃତ ସୂଚନା ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ,ଉପସଭାପତି ବାସୁଦେବ ତ୍ରିପାଠୀ, କୀର୍ତ୍ତି ଚନ୍ଦ୍ର ସାହୁ, ଦୁଷ୍ମନ୍ତ କୁମାର ପଣ୍ଡା,ମେହେବୁବ ମହତାବ,ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରୟାଗରାଜ କର,ବବୁଲ ସିଂ, ଉଦୟନାଥ ଖଣ୍ଡାଇ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଗଗନ ଶର୍ମା, ଚିନ୍ତାମଣି ପାଢ଼ୀ, ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ, ବାଳକୃଷ୍ଣ ପଟ୍ଟନାୟକ, ବିଭୁତି ପ୍ରସାଦ ପଣ୍ଡା, ଶଶାଙ୍କ ଶେଖର ଝାଙ୍କର, ଶିବାଶିଷ ମହାନ୍ତି, କୋଷାଧ୍ୟକ୍ଷ ଅଖିଳେଶପଦ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଜାତୀୟ ପରିଷଦ ସଭ୍ୟ ସୁବାଷ ଧଳ ଅତିଥି ପରିଚୟ ଓ ରମେଶ ଚନ୍ଦ୍ର ପ୍ରଧାନ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ଟାଉନ୍ ଠାରେ ସ୍ଥାନୀୟ ଥାନାଧିକାରୀ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ମାଡଦେବାକୁ ଧମକ ର ପ୍ରତିବାଦ କରାଯିବା ସହିତ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ କାର୍ଯ୍ୟ ରୁ ନିଲମ୍ବନ ପାଇଁ ଦାବି କରାଯାଇଥିଲା। ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁରନାରାୟଣ ସାହୁ ଧନ୍ୟବାଦ ଦେଇଥିଲେ।