570 ମାର୍କ ରଖି ବ୍ଲକ୍ ଟପ୍ପର ହେଲେ ଶୁଭ ଲକ୍ଷ୍ମୀ, 569 ମାର୍କ ରଖି ଦ୍ୱିତୀୟ ହେଲେ ରଶ୍ମି ରଂଜନ
ବାସୁଦେବପୁର – ଆଜି ବାହାରିଛି ମେଟ୍ରିକ୍ ପରୀକ୍ଷା ଫଳ। ଏହି କ୍ରମ ରେ ଦେଖିବାକୁ ମିଳିଛି ବାସୁଦେବପୁର ବ୍ଳକ ରେ ଅରନ୍ଦୁଆ ପଞ୍ଚାୟତ ର ବନମାଳୀ ଦାସ ସରକାରୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶୁଭ ଲକ୍ଷ୍ମୀ ବେହେରା 570 ମାର୍କ ରଖି ବ୍ଲକ୍ ଟପ୍ପର ହୋଇ ଛନ୍ତି। ପିତା ଗୟାଧର ବେହେରା, ମାତା ଗୀତାଞ୍ଜଳି ବେହେରା ଙ୍କ ର ଦ୍ୱିତୀୟ ତଥା କନିଷ୍ଠ କନ୍ୟା,, ଗରିବ ପରିବାର ରେ ବାପା ତାଙ୍କର ଜଣେ ଚାଷୀ, ମା ଗୃହିଣୀ,, ବହୁ କଷ୍ଟ ସହି ସେ ଦିନ ରାତି ପରିଶ୍ରମ କରି ଏହି ସଫଳତା ହାସଲ କରିଥିବା କଥା କହିଛନ୍ତି । ତାଙ୍କର ଏହି ସଫଳତା ରେ ପଞ୍ଚାୟତ ବାସୀ, ବିଦ୍ୟାଳୟ ଏମିତି କି ବାସୁଦେବପୁର ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି। ଭବିଷ୍ୟତ ରେ ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ସେହିପରି ସୁଦର୍ଶନ ପୁର ପଞ୍ଚାୟତ ର ବାସିନ୍ଦା ପ୍ରଦୀପ ରଞ୍ଜନ ସାହୁ ଙ୍କ ପୁତ୍ର ରଶ୍ମିରଞ୍ଜନ ସାହୁ 569 ମାର୍…