ଟି ଆଇ ପ୍ରକଳ୍ପ ନାମକୁ ମାତ୍ର, ଏଚ ଆଇ ବି/ଏଡ୍ସ ଆକ୍ରାନ୍ତ ଙ୍କ ସଂଖ୍ୟା ଚିନ୍ତା ଜନକ ।
ବଲାଙ୍ଗୀର/ଟିଟିଲାଗଡ
ଅତୀତ ରେ ଓଡ଼ିଶା ର ଗଞ୍ଜାମ ଜିଲ୍ଲା ଏଚଆଇବି/ଏଡ୍ସ ଆକ୍ରାନ୍ତ ଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ଉକ୍ତ ଜିଲ୍ଲା କୁ ଟପି ବଲାଙ୍ଗୀର ଜିଲ୍ଲା ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟି ଥିଲା ।
ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଟି ଆଇ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସତ୍ତ୍ଵେ ହୁ,ହୁ, ହୋଇ ବଢି ଚାଲିଛି ଆକ୍ରାନ୍ତ ଙ୍କ ସଂଖ୍ୟା। ସାଇ ଟିଆଇ ପ୍ରକଳ୍ପ ନାମ୍ନୀ ଏକ ବେସରକାରୀ ସଂସ୍ଥା ବଲାଙ୍ଗୀର ଜିଲ୍ଲା ରେ କିଛି ବର୍ଷ ଧରି ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପରେ ପୂର୍ବ ଭଳି ସ୍ଥିତି ଫେରିଛି । ରାଜେନ୍ଦ୍ର ଯୁବକ ସଂଘ ନାମକ ସଂସ୍ଥା ଉଲ୍ଲେଖନିୟ କାର୍ଯ୍ୟ କରି ଆକ୍ରାନ୍ତ ସଂଖ୍ୟା ବେଶ ହ୍ରାସ କରିବା ସହ ସୁଦୂର ବ୍ରହ୍ମପୁର ନେଇ ଏ ଆର ଟି ଔଷଧ ଯୋଗାଇ ଅନେକ ଆକ୍ରାନ୍ତ ନୂତନ ଜୀବନ ଲାଭ କରିଥିଲେ। ଏହି ପ୍ରକଳ୍ପ କାର୍ଯକାରୀ କରି ପୂର୍ବେ ଆକ୍ରାନ୍ତ ଙ୍କୁ ତଥା ବିଭିନ୍ନ ଶ୍ରେଣୀ ର ସାଧାରଣ ଲୋକ ଓ ବିଶେଷ କରି ଯୌନକର୍ମି ଙ୍କୁ ଉପଯୁକ୍ତ ଚିକିତ୍ସା ସହ ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ଏହି ସ୍ଥିତି କୁ ସ୍ବାଭାବିକ କରିପାରିଥିବା ବେଳେ ବର୍ଷାଧିକ କାଳ ହେବ କାଗଜ,କଲମ ରେ ସବୁ କାର୍ଯ୍ୟ ଉକ୍ତ ସାଇ ପ୍ରକଳ୍ପ ଚଲେଇ କେବଳ ଅର୍ଥ ଆତ୍ମସାତ କରିବା ଅଭିଯୋଗ ହୋଇଛି ।ହେଲେ ପରିତାପ ର ବିଷୟ ଯେ, ଗତ ତିନି ମାସ ମନ୍ଧ୍ୟରେ ରେ କେବଳ ୨୭ ଜଣ ଏହି ଏଚ ଆଇ ବି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶେଷ ଦ୍ରଷ୍ଟବ୍ୟ ଯେ,ଅନେକ କିନ୍ନର ବିବାହ ହୋଇଥିବା ତଥା ତାଙ୍କ ସ୍ତ୍ରୀ,ପିଲା ଓ ସହଯୋଗୀ ଯୌନ କର୍ମୀ ଙ୍କୁ ପରୀକ୍ଷଣ କଲେ ଏ ହାର ଆଉ ବୃଦ୍ଧି ପାଇବ। ସବୁ ଶ୍ରେଣୀର ଜନ ସାଧାରଣ ଗର୍ଭବତୀ ମହିଳା ଓ ବିଶେଷ କରି ଯୌନକର୍ମୀ, ଙ୍କୁ ସ୍ଵତନ୍ତ୍ର ଭାବେ ସଚେତନ ନେଇ ବିଭିନ୍ନ କାର୍ଯ୍ୟକ୍ରମ କେବଳ କାଗଜ ପତ୍ର ରେ ସୀମିତ ରହିଛି। ପୂର୍ବେ ଟ୍ରେନ ରେ କିନ୍ନର ଯାଇ ଅର୍ଥ ଆଦାୟ କରିବା ସମ୍ପୂର୍ଣ୍ଣ ବନ୍ଦ କରିଦିଆ ଯାଇ ଥିବା ବେଳେ ତାଙ୍କ ରୋଜଗାର ନାହିଁ । ତାଙ୍କୁ ଆତ୍ମ ନିର୍ଭରଶିଳ କରିବା ସ୍ବାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା ସେବା ଯୋଗାଇବା , ଜନ ସଚେତନତା ସୃଷ୍ଟି କରିବା ଓ ଅସହାୟ ଅବସ୍ତାରେ ଥିବା ବ୍ୟକ୍ତି ଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସବୁ କାଗଜ ପତ୍ର ରେ ସିମୀତ ରଖିଥିବା ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ସାଧାରଣ ଭୋଗ କରୁଛନ୍ତି । ସରକାର ଙ୍କ ଲକ୍ଷ, ଲକ୍ଷ ଟଙ୍କା କେବଳ କାଗଜ କଲମରେ ସିମୀତ ରହିଛି । ଅନୁରୂପ ଭାବେ ବିଗତ ଦିନରେ ମୁରିବାହାଲ ତାଲୁକ୍ ଆଇନ୍ ସେବା ସିବିର ରେ ଦୁଇ ଜଣ ମାଆ,ବାପା ଛେଉଣ୍ଡ ଶିଶୁ ଙ୍କୁ ଥଇଥାନ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଉକ୍ତ ପ୍ରକଳ୍ପ ନିକଟରେ କିଛି ଖବର ନ ଥିଲା । ସବୁ ବର୍ଗ ର ସାଧାରଣ ଲୋକ ଙ୍କୁ ଏହି ଟିଆଇ ପ୍ରକଳ୍ପ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଆଳରେ ଫାଇଲ ଚାଷ କରି ସିମୀତ ରଖିଥିବା ଯୋଗୁଁ ବେସରକାରୀ ଭାବେ ଆକ୍ରାନ୍ତ ଙ୍କ ସଂଖ୍ୟା ଚିନ୍ତାଜନକ।
ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ତଥା ମାଆ ଘଣ୍ଟାଶୁଣି କିନ୍ନର ସଂଘ ପକ୍ଷରୁ ଦୃଢ଼ ଦାବି ହେଉଛି।