ରାଜ୍ୟ

ବାଙ୍ଗାଲୋର ସ୍ଥିତ ଗ୍ରୀନ୍ଉଡ୍ ହାଇ ଇଣ୍ଟରନେସନାଲ୍ ସ୍କୁଲ ର ଗ୍ରାଜୁଏସନ୍ ଡେ ଉତ୍ସବରେ ଯୋଗ ଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ମହାମହିମ୍ ଶ୍ରୀ ବିଶ୍ୱଭୂcଷଣ ହରିଚନ୍ଦନ

ଉତ୍ତମ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଭାରତ ବର୍ଷରେ ଅନେକ ବିଦ୍ୟାଳୟ ନାଆଁ କରିଥିବାବେଳେ ବାଙ୍ଗାଲୋର ସହରରେ ଥିବା ଗ୍ରୀନ୍ଉଡ୍ ହାଇ ଆନ୍ତର୍ଜାତିକ ସ୍କୁଲ ବିଭିନ୍ନ ବର୍ଗରେ ଛାତ୍ର ଛାତ୍ରୀ ମାନଙ୍କର କୃତ କାର୍ଯ୍ୟ ପାଇଁ ବେଶ ନାଆଁ କରିଛି। ଏହି ବିଦ୍ୟାଳୟର ଗ୍ରାଜୁଏସନ୍ ଡେ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ମହାମହିମ୍ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ। ଏକ ସ୍ୱତନ୍ତ୍ର ବିମାନନରେ ବାଙ୍ଗାଲୋର ସହରର ହେଚ୍ ଏ ଏଲ୍ ବିମାନ ଘାଟିରେ ଓଲହାଇବା ପରେ ସେଠାରେ ତାଙ୍କୁ ସ୍ବାଗତ କରିଥିଲେ ଏହି ସ୍କୁଲ ର ବୋର୍ଡ଼ ଅଫ ଟ୍ରଷ୍ଟି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର । ବିମାନ ବନ୍ଦରରୁ ସିଧା ସଳଖ ସ୍କୁଲ ଅଭମୁଖେ ଯାଇଥିଲେ ବିଶ୍ୱଭୂଷଣ ଏବଂ ବିଦ୍ୟାଳୟ ଠାରେ ସ୍କୁଲର ଅଧଖ୍ୟ ବିଜୟ ଅଗ୍ରୱାଲ୍, ପରିଚାଳକ ଟ୍ରଷ୍ଟି ନିତୁ ଅଗ୍ରୱାଲ୍, ତଥା କୁନି କୁନି ସ୍କୁଲ ପିଲା ମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଡ୍ରମ ବଜାଇ ପାଛୋଟି ନେଇଥିଲେ ମୁଖ୍ୟ ଅତିଥିଙ୍କୁ। ସ୍କୁଲ ପରିସର ମଧ୍ୟରେ ଗ୍ରାଜୁଏସନ୍ ପାଇବାକୁ ଥିବା ଛାତ୍ର ଛାତ୍ରୀ ମାନଙ୍କ ସହ ଫୋଟୋ ଉଠାଇଥିଲେ ରାଜ୍ୟପାଳ ଏବଂ ତାପରେ ସିଧାସଳଖ ସଭା ସ୍ଥଳକୁ ଯାଇ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ନିଜ ଅଭିଭାଷଣରେ ଆମର ସ୍ୱାଧୀନତା ସଂଗ୍ରାମୀ ତଥା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ସୁବାସ ବୋଷ ଙ୍କ ଭଳି ଦେଶପ୍ରେମ ତଥା କର୍ତବ୍ୟ ରତ ହେବା ପାଇଁ ସର୍ବଦା ଚେଷ୍ଟା କରିବା ସଙ୍ଗେ ସଙ୍ଗେ ନିଜ ଦେଶ ଭାରତମାତା ପାଇଁ କିଛି କରି ଦେଖେଇବାର ଉତ୍ସାହ ରହିବା ଦରକାର। ବିଦ୍ୟାଳୟରେ ପାଠ ପଢ଼ିବାର ଉତ୍ତମ ପରିବେଶ ସୃଷ୍ଟି କରିଥିବାରୁ ରାଜ୍ୟପାଳ ସ୍କୁଲ ପରିଚାଳନା କମିଟିର ଅଧକ୍ଷ ବିଜୟ ଅଗ୍ରୱାଲ୍, ପରିଚାଳକ ଟ୍ରଷ୍ଟି ନିରୁ ଅଗ୍ରୱାଲ୍ ପ୍ରଦ୍ୟୁମ୍ନ କୁମାର ମିଶ୍ର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାଜୁଏସନ୍ ସାରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅଧକ୍ଷ ବିଜୟ ଅଗ୍ରୱାଲ୍ ଶୁଭକାମନା ଦେଇଥିବାବେଳେ ଅନ୍ୟ ଛାତ୍ର ଛାତ୍ରୀ ମାନେ ସଙ୍ଗୀତ ଗାନ କରି ଦୀପ ଜାଳି ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ଗ୍ରୀନ୍ଉଡ୍ ହାଇ ସ୍କୁଲ ର ବାଙ୍ଗାଲୋର ରେ ଦୁଇ ଟି କ୍ୟାମ୍ପସ ଥିବା ବେଳେ ସମୁଦାୟ ଛଅ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ଏବଂ ବନର୍ଘଟା ସ୍କୁଲ କ୍ୟାମ୍ପସ ଚାଳିଶି ଏକରରେ ନିର୍ମିତ ହୋଇଥିବା ବେଳେ ସାରଜପୁର କ୍ୟାମ୍ପସ 65 ଏକର ଜାଗାରେ ନିର୍ମିତ ହୋଇଛି। ପାଠ ପଢା ପାଇଁ ଉତ୍ତମ ପରିବେଶ ତଥା ଉତମ ଶିକ୍ଷା ଦାନ ପାଇଁ ଜାତୀୟ ସ୍ତରରେ ଏହି ସ୍କୁଲ ବହୁବାର ପୁରସ୍କୃତ ହୋଇଛି।

Leave a Reply

Your email address will not be published. Required fields are marked *