କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ,ବରଗଡ଼ ଜିଲ୍ଲା ବିଜେପି ତରଫରୁ ମହା ଜନ ସଂପର୍କ ଅଭିଯାନ ପାଇଁ ନିଷ୍ପତି ।
ଅଦ୍ୟ ତା ୨୩.୫.୨୦୨୩ ଦିନ ଦିବା ୧୧ ଘଣ୍ଟା ସମୟରେ ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ବିଜେପି ବରଗଡ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ, ବରଗଡ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆସନ୍ତା ମଇ ୩୦ ତାରିଖରୁ ଜୁନ ୩୦ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ବିଜେପି ତରଫରୁ ଜିଲ୍ଲାରେ ମହା ଜନସମ୍ପର୍କ ଅଭିଯାନ ଆୟୋଜିତ କରିବା ପାଇଁ ଏହି କାର୍ଯ୍ୟକାରିଣୀ ରେ ନିଷ୍ପତି ନିଆଯାଇଛି।ଏହି ଅବସରରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ, ଜିଲ୍ଲା ବିଜେପି ତରଫରୁ ବିଭିନ୍ନ କାର୍ଯକ୍ରମ ଅନୁଷ୍ଠିତ ହେବ। ପ୍ରେସ କନଫରେନ୍ସ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ବିକାଶ ଯୋଜନା ଗୁଡ଼ିକର ସଫଳତା ବିଷୟରେ ସୂଚନା ପ୍ରଦାନ, ପୁରୁଣା ବିଜେପି କାର୍ଯକର୍ତ୍ତା ସମ୍ମିଳନୀ, ପ୍ରତ୍ୟେକ ମଣ୍ଡଳରେ ଜନସଭା, କେନ୍ଦ୍ରୀୟ ଯୋଜନା ଗୁଡ଼ିକର ଲାଭାର୍ଥି ମାନଙ୍କ ସମ୍ମିଳନୀ, ସମାଜର ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କ ସହିତ ସମର୍କ ସ୍ଥାପନ,ଘର ଘର ସମ୍ପର୍କ ଅଭିଯାନ ତଥା ଅନ୍ୟାନ୍ୟ ବହୁ କାର୍ଯକ୍ରମ ଆୟୋଜିତ କରିବା ପାଇଁ ଆଜିର କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଏହି ମାସ ଶେଷ ସୁଦ୍ଧା ସମସ୍ତ ବୁଥ କମିଟି ଗଠନ ପ୍ରକ୍ରିୟା ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ବରଗଡ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଏବଂ ସମ୍ମାନିତ ଅତିଥି ଭାବେ ବରଗଡ ଜିଲ୍ଲା ପ୍ରଭାରୀ ତଥା ରେଙ୍ଗାଲୀ ବିଧାୟକ ମାନ୍ୟବର ନାଉରୀ ନାଏକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିସ ଆଚାର୍ଯ୍ୟ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳାର ବରିଷ୍ଠ ନେତୃବୃନ୍ଦ ସୌରି ଚରଣ ବାରିକ, ସନତ ଗଡତିଆ , ଆରୁପନନ୍ଦ ସାହୁ, ମହମ୍ମଦ ରଫିକ, ମୁକ୍ତା ସାହୁ, ମିଳନ ସେଠ, ଅଶୋକ ପଣ୍ଡା, ଗୋବର୍ଦ୍ଧନ ଭୁଏ , ଈଶ୍ୱର ବାଗ, କୁଶ କୁମ୍ଭାର, ସରୋଜ ପାଣିଗ୍ରାହୀ, ସୁଶାନ୍ତ ମିଶ୍ର, ପ୍ରବୀଣ ପାଣିଗ୍ରାହୀ, ଅକୁର ମଲ୍ଲିକ, ସରୋଜ ସାମଲ, ଗୁନାରୁ ପଧାନ, ପ୍ରତାପ ପଧାନ, ସୁଶାନ୍ତ ଗଡ଼ତୀଆ, ଯଶୋବନ୍ତ ସେଠ୍, , ସୁନନ୍ଦା ମେହେର, ଚିତ୍ତରଞ୍ଜନ ଭୋଇ, ପରେଶ ବିଶି, ସୁବ୍ରତ ହୋତା, ଅବନିକାନ୍ତ ପଣ୍ଡା, ପୂଜା ମହାପାତ୍ର, ଅନୁରାଧା ଅଗ୍ରୱାଲ, ଜିଲ୍ଲା ପରିଷଦ ସଦସ୍ୟା ସରସ୍ଵତୀ ସାହୁ, ସଂଯୁକ୍ତା ସାହୁ, ଝରଣା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ଆଜିର କାର୍ଯକ୍ରମ କୁ ବରଗଡ ଜିଲ୍ଲା ର ମହା ଜନସମ୍ପର୍କ ଅଭିଯାନ ର ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ ସଂଯୋଜନା କରିଥିଲେ।