ଦେଶ- ବିଦେଶ

ସଂକଟରେ ବିଶ୍ବର ୪ର୍ଥ ବୃହତ୍ତମ ଅର୍ଥନୀତି ଜର୍ମାନୀ, ପ୍ରଭାବିତ ହେବ କି ଭାରତ ?

ବର୍ଲିନ : କରୋନା ମହାମାରୀ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବର ଅର୍ଥନୀତି ଏକ ବଡ଼ ମାନ୍ଦାବସ୍ଥା ଆଡ଼କୁ ଗତିକରୁଛି । ବିଶ୍ବର ପ୍ରମୁଖ ଅର୍ଥନୀତିଗୁଡ଼ିକ ଏବେ ଚାପରେ ରହିଛନ୍ତି । ଆମେରିକା ପରେ ଏବେ ବିଶ୍ବର ୪ର୍ଥ ବୃହତ୍ତମ ଅର୍ଥନୀତି ଜର୍ମାନୀ ଏବେ ସଂକଟର ସମ୍ମୁଖୀନ ହେଉଛି ।

ଜର୍ମାନୀର ପରିସଂଖ୍ୟାନ କାର୍ଯ୍ୟାଳୟରୁ ପ୍ରକାଶିତ  ତଥ୍ୟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ତ୍ରୟମାସରେ ଜର୍ମାନୀର ଜିଡିପି ୦.୩% ହ୍ରାସ ପାଇଛି । ସେହିପରି ୨୦୨୨ ବର୍ଷର ଚତୁର୍ଥ ତ୍ରୟମାସ ଅର୍ଥାତ୍ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଜର୍ମାନୀର ଜିଡିପି ୦.୫% ହ୍ରାସ ପାଇଛି । ଜର୍ମାନିରେ ମାନ୍ଦାବସ୍ଥା କାରଣରୁ ୟୁରୋ ଦୁର୍ବଳ ହୋଇଛି ଓ ଡଲାର ମଝବୁତ ହୋଇଛି ।

ଆମେରିକାର ଋଣ ଖିଲାପି ବା ଡିଫଲ୍ଟକୁ ନେଇ ଚିନ୍ତା ବଢ଼ୁଥିବାରୁ ସୁରକ୍ଷିତ ଆଶ୍ରୟସ୍ଥଳୀର ଚାହିଦା ଯୋଗୁଁ ଲୋକମାନେ ଡଲାରର କିଣୁଛନ୍ତି ।  ଏହି କାରଣରୁ ଡଲାର ମଜବୁତ ହୋଇଛି ।

ଜର୍ମାନୀର ପରିସଂଖ୍ୟାନ କାର୍ଯ୍ୟାଳୟ କହିଛି ଯେ ପ୍ରାୟ ସବୁ କ୍ଷେତ୍ରରେ ସାଧାରଣ ନାଗରିକମାନେ ନିଜର ବ୍ୟୟ କମାଇଛନ୍ତି । ଖାଦ୍ୟ ଓ ପାନୀୟ, ପୋଷାକ ଏବଂ ଜୋତା ସହିତ ସାଜସଜ୍ଜା ପାଇଁ ମଧ୍ୟ ପରିବାରଗୁଡ଼ିକ କମ୍ ଖର୍ଚ୍ଚ କରୁଛନ୍ତି। କେବଳ ଏତିକି ନୁହେଁ ପ୍ରୋତ୍ସାହନ କମ୍ ଥିବାରୁ ଲୋକମାନେ କମ୍ ଇଲେକ୍ଟ୍ରିକ୍ କାର୍ ମଧ୍ୟ କିଣୁଛନ୍ତି ।

ଆମେରିକା ଓ ଜର୍ମାନୀ ପରି ବୃହତ୍ ଅର୍ଥନୀତିଗୁଡ଼ିକରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ପଡ଼ିବା ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *