ରାଜ୍ୟ

ବ୍ଲକ ସ୍ତରୀୟ କୃଷକ ସଚେତନତା ଅଭିଯାନ ଅନୁଷ୍ଠିତ l

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ଠାରେ ନମୁନା ମୂର୍ତ୍ତିକା ସଂଗ୍ରହ ଏବଂ ଆଗୁଆ ସାର ଓ ବିହନ ଗଛିତ ରଖିବା ସମ୍ୱନ୍ଧରେ ଶେରଗଡ଼ ବ୍ଲକ ପରିସରରେ ଏକ ବ୍ଲକ ସ୍ତରୀୟ କୃଷକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ଅଭିଯାନ ମେ 25 ତାରିଖ ଠାରୁ ମେ 26 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଦୁଇଦିନ ଅନୁଷ୍ଠିତ ହୋଇଥିଲା l ଏହି ଅଭିଯାନ ରେ ଶେରଗଡ଼ ଗୋଷ୍ଠୀ କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ lଏହି ଅଭିଯାନ ର ଉଦ୍ଦେଶ୍ୟ ବିଷୟରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାସ ବିସ୍ତୃତ ଭାବରେ ଲୋକଙ୍କୁ ବୁଝାଇ କହିଥିଲେ, ବିଭିନ୍ନ ଜାଗାରୁ ବିଭିନ୍ନ ପ୍ରକାର ମୃତିକାର ନମୁନା ସଂଗ୍ରହ କରି ତାହାକୁ ଯାଞ୍ଚ କରିବା ଦ୍ୱାରା ଆମେ ମୃତିକା ର ଗୁଣବତ୍ତା ଜାଣିବା ସହ ଅଧିକା ଫସଲ ଆଦାୟ କରିପାଇବା ଏବଂ ସାର ଓ ବିହନ କୁ ଆଗୁଆ ଗଛିତ କରି ରଖିଲେ ଆମକୁ ତାହା ଭାଭିଷ୍ୟତରେ କାମରେ ଲାଗିପାରିବ ସେହି ବିଷୟରେ ଆଲୋଚନା କରିଥିଲେ l ପ୍ରତ୍ୟେକ ଦିନ କୃଷକ ସାଥି ଓ ଅଗ୍ରଣୀ ଚାଷୀ ପଚାଶ ଜଣଙ୍କୁ ନେଇ ଏହି ଅଭିଯାନ ଅନୁଷ୍ଠିତ ହେଉଥିଲା l ଏହି ଅଭିଯାନରେ ଜିଲ୍ଲା କୃଷି ଅଧିକାରୀ ( ଆସ୍କା ) ପ୍ରଦୀପ କୁମାର ଦାସ, ସ୍କିମ ଅଫିସର ସୀତାଂଶୁ ମଲିକ, ଶାଖା ପରିଚାଳକ ଏସ ସି ସି ବି(ଶେରଗଡ଼ )ପ୍ରଫୁଲ୍ଲ ଚୌଧୁରୀ , ଶେରଗଡ଼ ଗୋଷ୍ଠୀ କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ମିଶ୍ର ଆଦି ଉପସ୍ଥିତ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *